ମନୋରଞ୍ଜନ

ମନ୍ନାରାଙ୍କୁ ସମର୍ଥନ କରି ଅଙ୍କିତାଙ୍କୁ ଅଭଦ୍ର କହିଲେ ପ୍ରିୟଙ୍କା ଚୋପ୍ରାଙ୍କ ମା’ – Kalinga News

[ad_1]

ମୁମ୍ବାଇ: ଟିଭିର ସବୁଠାରୁ ଲୋକପ୍ରିୟ ରିୟାଲିଟି ସୋ ‘ବିଗ୍ ବସ୍ ୧୭’ ଏବେ ଚର୍ଚ୍ଚାରେ। ସୋ’ର ଫାଇନାଲ୍ ପାଖେଇ ଆସୁଥିବାରୁ ପ୍ରତିଦିନ ଘର ଭିତରେ ଝଗଡ଼ା ଦେଖିବାକୁ ମିଳୁଛି। ଏହି ସପ୍ତାହର ଅନ୍ତିମ କାର୍ଯ୍ୟରେ ମନ୍ନାରା ଚୋପ୍ରାଙ୍କୁ ଘରଲୋକମାନେ ଗାଳି ଦେଇଥିଲେ। ଅପମାନଜନକ ମନ୍ତବ୍ୟ ଦେବା ସହ ପ୍ରତିଯୋଗୀ ଇଶା ମାଲବିୟ ମନ୍ନାରାଙ୍କୁ ଠେଲି ଦେଇଥିଲେ।

ମନ୍ନାରା ଚୋପ୍ରାଙ୍କ ଉପରେ ଏତେ ଅତ୍ୟାଚାର କରାଯିବା ପରେ ବଲିଉଡ-ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ମା’ ମଧୁ ଚୋପ୍ରା ରାଗିଯାଇଥିବା ଜଣାପଡ଼ିଛି। ଇନଷ୍ଟାଗ୍ରାମରେ ଏହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ପ୍ରତିଯୋଗୀ ଅଙ୍କିତା ଲୋଖଣ୍ଡେ, ଇଶା ମାଲବିୟ, ବିକି ଜୈନ ଏବଂ ଆୟେଶା ଖାନ, ମନ୍ନାରାଙ୍କ ବିରୋଧରେ ଖରାପ ଶବ୍ଦର ବ୍ୟବହାର କରି ତାଙ୍କୁ ଗାଳି ଗୁଲଜ କରୁଛନ୍ତି।

 

View this post on Instagram

 

A post shared by Mannara❤ (@memannara)

ଭାଇରାଲ ହେଉଥିବା ଏହି ଭିଡିଓରେ ମନ୍ତବ୍ୟ ଦେଇ ମଧୁ ଚୋପ୍ରା ଲେଖିଛନ୍ତି, ‘ହେ ଭଗବାନ! ଏହି ଲୋକମାନେ କେତେ ଅଭନ୍ଦ୍ର ଆଚରଣ କରୁଛନ୍ତି। ଏହା ସହ ତାଙ୍କର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ସେ ମନ୍ନାରାଙ୍କୁ ପ୍ରଶଂସା କରି ଦୃଢ଼ ରହିବାକୁ କହୁଛନ୍ତି।

 

View this post on Instagram

 

A post shared by Mannara❤ (@memannara)



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button