ହକି ପ୍ରଶିକ୍ଷଣ କେନ୍ଦ୍ରରେ ଛାତ୍ରାବାସ ଅଭାବ, ନିରାଶ ଜାତୀୟ ଖେଳାଳି – Kalinga News

[ad_1]
ଗଡ଼ପୋଷ: ଓଡ଼ିଶାରେ ହକି କିଂବଦନ୍ତିଙ୍କ ଅଭାବ ନାହିଁ; ହେଲେ ଆହୁରି ଅନେକ ନାମ ଏହି ଶ୍ରେଣୀରେ ସାମିଲ ହେବାରୁ ବଞ୍ଚିତ ହେଉଛନ୍ତି। ଭିତ୍ତିଭୂମିର ଅଭାବ ସାଙ୍ଗକୁ ଆର୍ଥିକ ଅନଟନ ହିଁ ଏଭଳି ଦୁର୍ଗତିର କାରଣ ହେଉଛି। ଏହାର ଏକ ଉଦାହରଣ ହେଉଛି ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍ ରବଗା ପଞ୍ଚାୟତ ରବଗା ମଝାପଡ଼ା ହାଇସ୍କୁଲ ଓ ଜରାବଗା ପଞ୍ଚାୟତ ଅମଲିଖମନ ହାଇସ୍କୁଲ। ଏହି ଉଭୟ ସ୍କୁଲ ଉପାନ୍ତ ଅଞ୍ଚଳରେ ଥିଲେ ସୁଦ୍ଧା ଜାତୀୟସ୍ତରରେ ଉଭୟ ସ୍କୁଲର ରହିଛି ଏକ ଭିନ୍ନ ପରିଚୟ। ଏହି ଦୁଇ ସ୍କୁଲର ଛାତ୍ରଛାତ୍ରୀ ଜାତୀୟ ହକି ଦଳରେ ଖେଳି ନିଜର ଯୋଗ୍ୟତା ସାବ୍ୟସ୍ତ କରିଛନ୍ତି। ଭିତ୍ତିଭୂମିର ଅଭାବ କେବେ ଏହି ପିଲାଙ୍କ ଆତ୍ମବଳକୁ ଦବାଇ ପାରିନାହିଁ। ସାଧାରଣ ଖେଳପଡ଼ିଆରେ ଅଭ୍ୟାସ କରି ମଧ୍ୟ କେବେ ଜିଲ୍ଲାକୁ ନିରାଶ କରିନାହାନ୍ତି। ପ୍ରତିବର୍ଷ ଓଡ଼ିଶା ଦଳରେ ଉଭୟ ସ୍କୁଲର ଯୋଗଦାନ ଏକ ପ୍ରକାର ନିଶ୍ଚିତ। ପଡ଼ୋଶୀ ସୁନ୍ଦରଗଡ଼ ଜିଲ୍ଲା ଭଳି ଏହି ପିଲାଙ୍କ ପାଖରେ ପ୍ରଶିକ୍ଷଣ ନାହିଁ, କିନ୍ତୁ ଦକ୍ଷତା କିଛି କମ୍ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ବିଗତ ମାସରେ ମଧ୍ୟପ୍ରଦେଶ ଓ କର୍ଣ୍ଣାଟକରେ ବାମରା ବ୍ଲକରୁ ବିଭିନ୍ନ ବର୍ଗର ୧୭ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜର ପ୍ରଭାବ ବଜାୟ ରଖିଛନ୍ତି। ଗତବର୍ଷ ଗଡ଼ପୋଷ ପଞ୍ଚାୟତ ଘନସରା ଗ୍ରାମରେ ଏକ ହକି ପ୍ରଶିକ୍ଷଣ କେନ୍ଦ୍ର ହେବା ପରେ ଏହି ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ତର୍ଜାତୀୟ ଖେଳରେ ସାମିଲ ହେବାର ସ୍ବପ୍ନ ଗଢ଼ିଛି। ଏହି ପ୍ରଶିକ୍ଷଣ କେନ୍ଦ୍ର ପିଲାଙ୍କ ପାଇଁ ନୂଆ ସୁଯୋଗ ଆଣିଛି, ହେଲେ ଅଭାବ ରହିଛି ଛାତ୍ରାବାସର। ଏଠାରେ ରହିଛନ୍ତି ନାଭାଲ ଟାଟା ହକି କେନ୍ଦ୍ର ଦ୍ୱାରା ନିଯୁକ୍ତ ଦୁଇଜଣ ମାତ୍ର ପ୍ରଶିକ୍ଷକ। ଛାତ୍ରାବାସ ନଥିବାରୁ ପ୍ରଶିକ୍ଷଣ ନେବା ପାଇଁ ପିଲାଙ୍କୁ ଦୂର ବାଟରୁ ଆସିବାକୁ ପଡ଼ୁଛି। ଛାତ୍ରାବାସ ଅଭାବରୁ ଅନେକ ପିଲା ସପ୍ତମ ଶ୍ରେଣୀ ପରେ ଭଲ ପ୍ରଦର୍ଶନ ଦେଖାଇ ସୁନ୍ଦରଗଡ଼ ସାଇ ଛାତ୍ରାବାସରେ ଯୋଗ ଦେଉଛନ୍ତି। ସେହି ଜିଲ୍ଲାରୁ ସେମାନେ ଜାତୀୟସ୍ତରରେ ଅଂଶଗ୍ରହଣ ମଧ୍ୟ କରୁଛନ୍ତି। ଫଳରେ ସମ୍ବଲପୁର ଜିଲ୍ଲାରୁ ଅଧିକ ପିଲା ଜାତୀୟସ୍ତରରେ ଭାଗ ନେଇ ମଧ୍ୟ ସଂଖ୍ୟା କମ୍ ରହୁଛି। ଯଦି ଏହି ପ୍ରଶିକ୍ଷଣ କେନ୍ଦ୍ରରେ ଛାତ୍ରାବାସର ସୁବିଧା ସହ ଅଧିକ ସଂଖ୍ୟକ ପ୍ରଶିକ୍ଷକ ନିଯୁକ୍ତି ହୁଅନ୍ତେ, ତେବେ ଅଞ୍ଚଳର ପ୍ରତିଭାମାନେ ଲୋକଲୋଚନକୁ ଆସିବା ସଙ୍ଗେ ସଙ୍ଗେ ଜିଲ୍ଲାର ପ୍ରତିଭା ସଂଖ୍ୟା ମଧ୍ୟ ଅଧିକ ହୋଇପାରନ୍ତା ବୋଲି ଅଞ୍ଚଳବାସୀ ମତ ଦିଅନ୍ତି।
[ad_2]




