ମନୋରଞ୍ଜନ

ନୋଟିସ୍‌ ପାଇବାର ୨ ଦିନ ପରେ ଦିଲ୍ଲୀସ୍ଥିତ ବଙ୍ଗଳା ଖାଲି କଲେ ସାଂସଦ ମହୁଆ ମୌତ୍ର – Kalinga News

[ad_1]

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିମଏ୍‌ସି) ନେତ୍ରୀ ମହୁଆ ମୌତ୍ରଙ୍କୁ ନୋଟିସ୍‌ ମିଳିବା ପରେ ସେ ତ‌ାଙ୍କ ଦିଲ୍ଲୀସ୍ଥିତ ବଙ୍ଗଳା ଖାଲି କରିଛନ୍ତି। ଗତ ବର୍ଷ ଡିସେମ୍ବରରେ ଲୋକସଭା ସାଂସଦ ଭାବେ ବହିଷ୍କୃତ ହୋଇଥିବା ମୌତ୍ରଙ୍କୁ ମଙ୍ଗଳବାର ଇ‌ଷ୍ଟେଟ୍‌ ନିର୍ଦ୍ଦେଶାଳୟ ପକ୍ଷରୁ ଘର ଖାଲି କରିବାକୁ ଏକ ନୋଟିସ୍‌ ମିଳିଥିଲା।

ଜଣେ ସାଂସଦ ଭାବରେ ତାଙ୍କୁ ଦିଆଯାଇଥିବା ସରକାରୀ ବଙ୍ଗଳାରୁ ଟିଏମସି ନେତ୍ରୀଙ୍କୁ ବାହାର କରିବା ପାଇଁ ନିର୍ଦ୍ଦେଶାଳୟ ଏକ ଟିମ୍‌ ପଠାଯାଇଥିବା ଏକ ସରକାରୀ ସୂତ୍ରରୁ ଜାଣିବାକୁ ମିଳିଛି। ମୌତ୍ର ଏ ପ୍ରସଂଗରେ ଦିଲ୍ଲୀ ହାଇକୋର୍ଟ ଦ୍ବାରସ୍ଥ ହୋଇ ବି ବିଫଳ ହୋଇଥିଲେ। କୋର୍ଟ ତାଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ କହିଥିଲେ।

ତୃଣମୂଳ କଂଗ୍ରେସ (ଟିଏମ୍‌ସି)‌ ନେତ୍ରୀ ମହୁଆ ମୌତ୍ରଙ୍କ ଅସୁବିଧା କମିବାର ନାଁ ଧରୁନାହିଁ। ପ୍ରଥମେ ଲାଞ୍ଚ ନେବା ଏବଂ ସଂସଦରେ ପ୍ରଶ୍ନ ପଚାରିବାରୁ ତାଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଥିଲା। ନିକଟ‌ରେ ଏକ ନୋଟିସ ଜାରି କରାଯାଇ ମହୁଆଙ୍କୁ ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସେ ଏବେ ନିଜ ଘର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଡିସେମ୍ବର ୮ ତ‌ାରିଖରେ ମହୁଆଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଥିଲା। ଏହାପୂର୍ବରୁ ମୌତ୍ରଙ୍କ ଆବଣ୍ଟନ ବାତିଲ କରାଯାଇଥିଲା ଏବଂ ତାଙ୍କୁ ଜାନୁଆରି ୭ ତାରିଖ ସୁଦ୍ଧା ବଙ୍ଗଳା ଖାଲି କରିବାକୁ କୁହାଯାଇଥିଲା।
ଗତ ବର୍ଷ ଡିସେମ୍ବର ୨ ତାରିଖରେ ବ୍ୟବସାୟୀ ଦାର୍ଶନ ହିରାନନ୍ଦାନୀଙ୍କଠାରୁ ଦାମୀ ଉପହାର ଗ୍ରହଣ କରିବା ଏବଂ ସଂସଦ ୱେବସାଇଟର ‘ୟୁଜର୍ ଆଇଡି ଏବଂ ପାସୱାର୍ଡ’ ସେୟାର କରିବା ଅଭିଯୋଗରେ ମହୁଆ ମୌତ୍ରଙ୍କୁ ‘ଅନୈତିକ ଆଚରଣ’ ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

 

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button