କଳିଙ୍ଗ ସୁପର କପ୍: ଓଡ଼ିଶାର ବିଜୟ ଜାରି – Kalinga News

[ad_1]
ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା କଳିଙ୍ଗ ସୁପର କପ୍ ଫୁଟ୍ବଲ୍ ପ୍ରତିଯୋଗିତରେ ଘରୋଇ ଦଳ ଓଡ଼ିଶା ଏଫ୍ସିର ବିଜୟ ଧାରା ଜାରି ରହିଛି। ପ୍ରଥମ ମ୍ୟାଚ୍ରେ ବେଙ୍ଗାଲୁରୁ ଏଫ୍ସିକୁ ହରାଇଥିବା ଏହି ଦଳ ବୁଧବାର ୩-୦ ଗୋଲ୍ରେ ଇଣ୍ଟର କାଶୀକୁ ପରାସ୍ତ କରିଛି। ପ୍ରଥମାର୍ଦ୍ଧର ଶେଷ ମିନିଟ୍ରେ ଲାଲଥାଥାଙ୍ଗା ଖୱଲରିଙ୍ଗ (୪୫ ମିନିଟ୍)ଙ୍କ ଗୋଲ୍ରେ ଘରୋଇ ଦଳ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଡିଏଗୋ ମୌରିସିଓ (୬୦ ମିନିଟ୍)ଙ୍କ ଗୋଲ୍ରେ ଓଡ଼ିଶା ସ୍ଥିତି ୨-୦ କରିଥିଲା। ରୟ କ୍ରିଷ୍ଣଙ୍କ ପାସ୍ରେ ଈଶାକ ରାଲ୍ଟେ (୭୯ ମିନିଟ୍) ଗୋଲ୍ ଦେଇ ଘରୋଇ ଦଳକୁ ୩-୦ରେ ଆଗୁଆ କରିଥିଲେ। ଶେଷ ପର୍ଯ୍ୟନ୍ତ ଆଉ ଗୋଲ୍ ନହେବାରୁ ଓଡ଼ିଶା ବିଜୟୀ ହୋଇଥିଲା। ମୌରିସିଓ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଓଡ଼ିଶା ଅଲିମ୍ପିକ୍ ସଂଘର ସମ୍ପାଦକ ଅଭିଜିତ ପଲ୍ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ପିଚ୍-୧ରେ ଖେଳାଯାଇଥିବା ମ୍ୟାଚ୍ରେ ଏଫ୍ସି ଗୋଆ ୧-୦ ଗୋଲ୍ରେ ବେଙ୍ଗାଲୁରୁ ଏଫ୍ସିକୁ ହରାଇଛି।
[ad_2]