ଏହି ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ ପୁଷ୍ପା-୨ – Kalinga News

[ad_1]
ମୁମ୍ବାଇ: ଜାତୀୟ ପୁରସ୍କାର ଜିତିବାରେ ପ୍ରଥମ ତେଲୁଗୁ ଅଭିନେତା ହେବା ପରେ ଅଲ୍ଲୁ ଅର୍ଜୁନ ବର୍ତ୍ତମାନ ପ୍ରଶଂସା ଏବଂ ଭଲପାଇବା ସାଉଁଟୁଛନ୍ତି। ଅଭିନେତାଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ପୁଷ୍ପା-୨’ର ମୁକ୍ତିଲାଭକୁ ଅପେକ୍ଷା କରିଥିବା ବେଳେ ଏହି ଚଳଚ୍ଚିତ୍ର କେଉଁ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ ତାହା ସାମ୍ନାକୁ ଆସିଛି।

Sambad is now on WhatsApp
Join and get latest news updates delivered to you via WhatsApp
ଚଳଚ୍ଚିତ୍ରର ପ୍ରଥମ ଭାଗଟି ଏକ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଥିଲା। ଏବେ ଫିଲ୍ମର ଦ୍ୱିତୀୟ ଭାଗ ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି। ଏହି ଚଳଚ୍ଚିତ୍ର ଚଳିତ ବର୍ଷ ରିଲିଜ୍ ହେବ। କିନ୍ତୁ ପ୍ରେକ୍ଷାଳୟରେ ରିଲିଜ୍ ପୂର୍ବରୁ ନିର୍ମାତାମାନେ ଏକ ବଡ଼ ଘୋଷଣା କରିଛନ୍ତି। ନିର୍ମାତାମାନେ ପ୍ରେକ୍ଷାଳୟରେ ଫିଲ୍ମର ରିଲିଜ୍ ପୂର୍ବରୁ କେଉଁ ଓଟିଟି ପ୍ଲାଟଫର୍ମରେ ଫିଲ୍ମ ରିଲିଜ୍ ହେବ ତାହା ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ରଟି ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ। ନେଟଫ୍ଲିକ୍ସ ନିଜେ ଏହାର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ଏହି ସୂଚନା ଦେଇଛି।
ପୁଷ୍ପା-୨ର ପୋଷ୍ଟର ସହିତ କ୍ୟାପସନରେ ଲେଖାଯାଇଛି ଯେ, ‘ଖୁବ ଶୀଘ୍ର ପୁଷ୍ପା ୨ ନେଟଫ୍ଲିକ୍ସ ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ରିଲିଜ୍ ହେବ।’ ତେବେ ଫିଲ୍ମଟି କେଉଁ ତାରିଖରେ ଓଟିଟିରେ ଷ୍ଟ୍ରିମିଂ ହେବ ସେ ସମ୍ପର୍କରେ ସୂଚନା ମିଳିନାହିଁ। ଏହା ସହ କେତେ କୋଟି ଟଙ୍କାରେ ନେଟଫ୍ଲିକ୍ସ ଫିଲ୍ମର ରାଇଟ୍ସ କିଣିଛି, ତାହା ମଧ୍ୟ ସାମ୍ନାକୁ ଆସିନାହିଁ।
[ad_2]