ମନୋରଞ୍ଜନ

ଅସ୍ତ୍ରୋପଚାର ପରେ ଏବେ ଏଭଳି ରହିଛି ଅର୍ଜୁନଙ୍କ ସ୍ବାସ୍ଥ୍ୟାବସ୍ଥା – Kalinga News

[ad_1]

ମୁମ୍ବାଇ: ଅସ୍ତ୍ରୋପଚାର ପରେ ଘରକୁ ଫେରିଲେ ଟେଲି ଅଭିନେତା ଅର୍ଜୁନ ବିଜଲାନି। କିଛି ଦିନ ତଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଅର୍ଜୁନ। ହଠାତ ପେଟରେ ଯନ୍ତ୍ରଣା ହେବାରୁ କାମକୁ ଅଧାରେ ରଖି ଡାକ୍ତରଖାନା ଯାଇଥିଲେ ଅଭିନେତା। ପରେ ତାଙ୍କର ଆପେଣ୍ଡିକସାଇଟିସ୍ ହୋଇଛି ଏବଂ ଏଥିପାଇଁ ତାଙ୍କର ଅସ୍ତ୍ରୋପଚାର କରାଯିବ ବୋଲି ଅଭିନେତା ଜଣାଇଥିଲେ।

ଏବେ ଅସ୍ତ୍ରୋପଚାର ପରେ ଅର୍ଜୁନ ଘରକୁ ଫେରିଥିବା ଜଣାପଡ଼ିଛି। ଇନଷ୍ଟାରେ ନିଜର ଏକ ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି, “କେବଳ ଆପଣ ସମସ୍ତଙ୍କୁ ଅପଡେଟ୍ ଦେବାକୁ ଚାହୁଁଥିଲି ଯେ ଅସ୍ତ୍ରୋପଚାର ଭଲରେ ଶେଷ ହୋଇଛି ଏବଂ ମୁଁ ପୁନରୁଦ୍ଧାର ରାସ୍ତାରେ ଅଛି। ମୁଁ ଗତକାଲି ଅପେକ୍ଷା ଭଲ ଅନୁଭବ କରୁଛି ଏବଂ ଶୀଘ୍ର କାମକୁ ଫେରିବି ବୋଲି ଆଶା ରଖିଛି। ମିଳିଥିବା ଭଲପାଇବା ଓ ପ୍ରାର୍ଥନା ପାଇଁ ସମସ୍ତଙ୍କୁ ଧନ୍ୟବାଦ ।” ଏହି ଫଟୋରେ ତାଙ୍କ ସହ ତାଙ୍କ ପରିବାର ଲୋକ ମଧ୍ୟ ନଜର ଆସିଛନ୍ତି।

ଏହି ପୋଷ୍ଟ ପରେ ଅର୍ଜୁନ ଆଉ ଏକ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ଘରର ବାଲକୋନୀରେ ବସିଥିବା ଦେଖାଯାଇଥିଲା। ଫଟୋ ସହ କ୍ୟାପସନରେ ସେ ଲେଖିଥିଲେ, ବର୍ତ୍ତମାନ ଘରେ ରହି ସୁସ୍ଥ ହେଉଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button