ରାଜ୍ୟ

ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟରେ ଖୁଏଲ୍ ଯାତ୍ରା – Kalinga News

[ad_1]

ସୁନ୍ଦରଗଡ଼(କେନ୍ୟୁଜ): ଆଜିର ଏ ସମାଜ ଆଧୁନିକତାର ବଶବର୍ତ୍ତୀ ହେବାରେ ଲାଗିଛି ମଣିଷ ।  ପୂର୍ବପୁରୁଷଙ୍କ ଆଦୃତ କଳା, ସଂସ୍କୃତି , ଭାଷା, ପରମ୍ପରା, ଖାଦ୍ୟପେୟ ଆଦିରେ ପରିବର୍ତ୍ତନ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଆମ ସଂସ୍କୃତି , ପରମ୍ପରା ଓ ଐତିହ୍ୟକୁ ବଜାୟ ରଖିବା ପାଇଁ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟର ଅଭିନବ ପ୍ରୟାସ କରିଛି ।

୨୦୧୮ ରେ ପୂର୍ବତନ ଭାରପ୍ରାପ୍ତ ଅଧ୍ୟକ୍ଷ ଡାକ୍ତର କିଶୋର କୁମାର ଦାସଙ୍କ ପ୍ରଚେଷ୍ଟାରେ ଏହି ଖୁଏଲ ଯାତ୍ରା ଅନୁଷ୍ଠିତ ହୋଇ ଆସୁଛି । ଯାହାକି ଚଳିତ ବର୍ଷ ଆଜିକାର ଦିନରେ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ଚିତ୍ରକଳା, ମାଣବସା, ଓଡ଼ିଶୀ ନୃତ୍ୟ, ଆଦିବାସୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ସମେତ ଅନେକ ଦେଶୀୟ ଖାଦ୍ୟର ଷ୍ଟଲ ଲାଗିଥିବା ଦେଖିବାକୁ ମିଳିଥିଲା ।

ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଯୋଗେଶ ସିଂ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଦ୍ଵାରା ନିର୍ମିତ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ।

The post ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟରେ ଖୁଏଲ୍ ଯାତ୍ରା appeared first on KNews Odisha.

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button