ଦେଶ- ବିଦେଶ

ଭୂସ୍ଖଳନରେ ୨୨ ଶ୍ରମିକଙ୍କ ମୃତ୍ୟୁ – Kalinga News

[ad_1]

ନୂଆଦିଲ୍ଲୀ : ଭୂସ୍ଖଳନରେ ଚାଲିଗଲା ୨୨ ଜଣଙ୍କ ଜୀବନ । ତାଞ୍ଜାନିଆର ସିମିୟୁର ବାରିଆଦି ଖଣିରେ ଏହି ଭୂସ୍ଖଳନ ଘଟିଛି। ଏଥିରେ ୨୨ ଜଣକ ଜୀବନ ଯିବା ସହିତ ମାଟି ତଳେ ଅନେକ ଫସି ରହିଥିବା ସୂଚନା ମିଳୁଛି I
ସୂଚନାନୁଯାୟୀ, ସିମିୟୁର ବାରିଆଦିରେ ପ୍ରବଳ ବର୍ଷା ହେଉଥିବା ବେଳେ ଏକ ଖଣି ଭିତରେ ବହୁ ଲୋକ କାମ କରୁଥିଲେ। ଉକ୍ତ ସମୟରେ ମାଟି ଅତଡ଼ା ଖସି ଭୂସ୍ଖଳନ ହୋଇଥିଲା। ଫଳରେ ସମସ୍ତ ଲୋକ ତା’ ଭିତରେ ଫସି ଯାଇଥିଲେ। ଖବର ପାଇ ତୁରନ୍ତ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନେକ ଲୋକେ ଏବେ ମଧ୍ୟ ଫସି ରହିଥିବାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ଅଘଟଣ ବିଷୟରେ ଜାଣି ତାଞ୍ଜାନିଆ ରାଷ୍ଟ୍ରପତି ସାମିୟା ସୁଲୁହୁ ଗଭୀର ଶୋକ ପ୍ରକାଶ କରିବା ସହ ଆହତ ଗୁରୁତରଙ୍କ ସଠିକ୍‌‌ ଚିକିତ୍ସା ପାଇଁ ଓ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button