୨୦୧୯ରୁ ଏ ପର୍ଯ୍ୟନ୍ତ ୧୧ ବଡ଼ ନେତା କଂଗ୍ରେସ ଛାଡ଼ିଲେଣି – Kalinga News

[ad_1]
ନୂଆଦିଲ୍ଲୀ: ୨୦୧୪ ଲୋକସଭା ନିର୍ବାଚନରେ କଂଗ୍ରେସର ବିପର୍ଯୟ ପରଠାରୁ ଦଳରେ ଆରମ୍ଭ ହୋଇଥିବା ସାଂଗଠନିକ ସଙ୍କଟ ଏବେ ଅଧିକ ଜଟିଳ ହୋଇଛି। ୨୦୧୯ରୁ ଆଜି ପର୍ଯ୍ୟନ୍ତ ଦଳର ୧୧ ଜଣ ବଡ଼ ନେତା ଦଳ ଛାଡ଼ିଲେଣି। ସେମାନେ ସମସ୍ତେ ଏକଦା ରାହୁଲ ଗାନ୍ଧିଙ୍କ ଘନିଷ୍ଠ ଥିବା ବେଳେ ଜଣକ ପରେ ଜଣେ ରାହୁଲଙ୍କ ନୀତିକୁ ବିରୋଧ କରି ଦଳ ଛାଡ଼ିଛନ୍ତି। ଆଜି ମହାରାଷ୍ଟ୍ରର ବରିଷ୍ଠ ନେତା ମିଲିନ୍ଦ ଦେଓରା କଂଗ୍ରେସ ଛାଡ଼ି ଶିବସେନାରେ ସାମିଲ ହୋଇଛନ୍ତି। ଗୁଜରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ ମେ ୨୦୨୨ରେ ରାହୁଲ ଗାନ୍ଧିଙ୍କ ନୀତିକୁ ବିରୋଧ କରି ଦଳ ଛାଡ଼ିଥିଲେ ଏବଂ ବିଜେପିରେ ସାମିଲ ହୋଇଥିଲେ। ଫେବ୍ରୁଆରି ୨୦୨୨ରେ ଦଳର ଅନ୍ୟତମ ଟାଣୁଆ ନେତା ଅଶ୍ବିନୀ କୁମାର ମଧ୍ୟ ଦଳୀୟ ନୀତିରେ ଅତିଷ୍ଠ ହୋଇ ଦଳ ଛାଡ଼ିଥିଲେ। ଏକଦା କଂଗ୍ରେସର ଅନ୍ୟତମ ପ୍ରଭାବଶାଳୀ ନେତା ଭାବେ ପରିଗଣିତ ହେଉଥିବା କପିଲ ଶିବଲ ମେ ୨୦୨୨ରେ ଦଳରୁ ଇସ୍ତଫା ଦେଇଥିଲେ। ଏହାପରେ ସେ ସମାଜବାଦୀ ପାର୍ଟି ସମର୍ଥନରେ ସ୍ବାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଦଳର ଅନ୍ୟତମ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ମଧ୍ୟ ୨୦୨୨ରେ କଂଗ୍ରେସର ହାତ ଛାଡ଼ି ଦେଇଥିଲେ। ଏହା ଦଳ ପାଇଁ ବଡ଼ ଝଟ୍କା ଥିଲା। ସେ ତାଙ୍କ ଇସ୍ତଫାରେ ରାହୁଲ ଗାନ୍ଧିଙ୍କ ଅପରିପକ୍ବତା ପ୍ରସଙ୍ଗ ଉଠାଇ ଦଳକୁ ଘେରିଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ପଂଜାବର ଅନ୍ୟତମ ଟାଣୁଆ ନେତା ସୁନୀଲ ଜାଖର ମଧ୍ୟ ୨୦୨୨ରେ ଦଳ ଛାଡ଼ିଥିଲେ। ରାଜ୍ୟରେ ଦଳର ମୁଖ୍ୟ ରହିଥିବା ଜାଖର କଂଗ୍ରେସ ନେତୃତ୍ବର ବିଭିନ୍ନ ପଦକ୍ଷେପକୁ ତ୍ରୁଟିପୂର୍ଣ୍ଣ ଦର୍ଶାଇ ଦଳ ଛାଡ଼ିଥିଲେ ଏବଂ ପରବର୍ତ୍ତୀ ସମୟରେ ବିଜେପିରେ ସାମିଲ ହୋଇଥିଲେ। ଆଉ ଜଣେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆର୍ପିଏନ୍ ସିଂହ ମଧ୍ୟ ୨୦୨୨ରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ୨୦୨୦ରେ କଂଗ୍ରେସକୁ ବହୁତ ବଡ଼ ଝଟ୍କା ଲାଗିଥିଲା ଯେତେବେଳେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। ସିନ୍ଧିଆ ମଧ୍ୟପ୍ରଦେଶରେ କଂଗ୍ରେସ ସରକାରର ପତନ ଘଟାଇ ତାଙ୍କ ସମର୍ଥକଙ୍କ ସହ କଂଗ୍ରେସ ଛାଡ଼ିଥିଲେ। ସେହିଭଳି ୨୦୨୧ରେ ଉତ୍ତରପ୍ରଦେଶର ବରିଷ୍ଠ ନେତା ଜିତିନ ପ୍ରସାଦ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ସେ ୟୁପି କଂଗ୍ରେସର ବଡ଼ ବ୍ରାହ୍ମଣ ଚେହେରା ଥିଲେ। ଅଳ୍ପେଶ ଠାକୁର କଂଗ୍ରେସର ପୂର୍ବ ବିଧାୟକ ଥିଲେ ଏବଂ ଜୁଲାଇ ୨୦୧୯ରେ ସେ କଂଗ୍ରେସ ଛାଡ଼ି ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ବିଜେପିରେ ସାମିଲ ହୋଇ ଗୁଜରାଟ ଗାନ୍ଧୀନଗର ଦକ୍ଷିଣ ଆସନରୁ ବିଜୟ ହାସଲ କରିଛନ୍ତି। ସେହିଭଳି କେରଳର ବରିଷ୍ଠ କଂଗ୍ରେସ ନେତା ଏକେ ଏଣ୍ଟୋନିଙ୍କ ପୁଅ ଅନୀଲ ଏଣ୍ଟୋନି ମଧ୍ୟ ଗତବର୍ଷ ଜାନୁଆରିରେ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ।
[ad_2]