ଇରାଙ୍କ ବିବାହରେ ଯୋଗ ଦେଇଥିଲେ ବି ଏହି କାରଣରୁ ଭୋଜିକୁ ଗଲେନି କିରଣ – Kalinga News
[ad_1]
ମୁମ୍ବାଇ: ଶନିବାର ମୁମ୍ବାଇରେ ଆମୀର ଖାନ ତାଙ୍କ ଝିଅ ଇରା ଖାନ ଏବଂ ଜ୍ବାଇଁ ନୁପୁର ଶିଖରେଙ୍କ ପାଇଁ ଏକ ବଡ଼ ରିସେପ୍ସନ ପାର୍ଟିର ଆୟୋଜନ କରିଥିଲେ। ଏଥିରେ ଆମୀର ଖାନଙ୍କ ପୁରା ପରିବାର ବ୍ୟତୀତ ବି-ଟାଉନର ଅନେକ ବଡ଼ ବଡ଼ ବ୍ୟକ୍ତିତ୍ୱ ଉପସ୍ଥିତ ଥିଲେ। ଇରା ଜାନୁଆରି ୩ରେ କୋର୍ଟ ମ୍ୟାରେଜ୍ ଓ ୧୦ରେ ଉଦୟପୁରରେ ସମସ୍ତ ରୀତିନୀତିରେ ବିବାହ କରିବା ପରେ ଶନିବାର ତାଙ୍କ ବିବାହ ଭୋଜି ରଖାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଭୋଜିରେ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିବା ବେଳେ ଆମୀର ଖାନଙ୍କ ପୂର୍ବ ପତ୍ନୀ କିରଣ ରାଓ ଭୋଜିକୁ ଆସିନଥିଲେ। ଏହାକୁ ନେଇ ସୋସିଆଲ ମିଡିଆରେ ଲୋକେ ବିଭିନ୍ନ ପ୍ରଶ୍ନ କରିଥିବା ବେଳେ ଆମୀର ଏହାର ଜବାବ ଦେଉଥିବାର ଭିଡିଓ ସାମ୍ନାକୁ ଆସିଛି।
ଆମୀରଙ୍କ କହିବା ମୁତାବକ, ବିବାହ ସାରି ଫେରିବା ପରେ କିରଣଙ୍କୁ ଜ୍ବର ହୋଇଯାଇଥିଲା। ଏହି କାରଣରୁ ସେ ଭୋଜିକୁ ଆସିପାରିଲେ ନାହିଁ। ହେଲେ ତାଙ୍କ ଆଗାମୀ ଫିଲ୍ମର କଳାକାର ଆସିଛନ୍ତି।
[ad_2]