ଆଜି ଦ୍ବିତୀୟ ଟ୍ବେଣ୍ଟି-୨୦: କୋହଲି ଖେଳିବେ – Kalinga News

[ad_1]
ଇନ୍ଦୋର: ମୋହଲିରେ ରୋହିତ ଶର୍ମା ଶୂନରେ ଆଉଟ୍ ହେବା ଏବଂ ବିରାଟ କୋହଲି ଓ ଯଶସ୍ବୀ ଜୟସ୍ବାଲ ଉପଲବ୍ଧ ନଥିବା ସତ୍ତ୍ବେ ଭାରତ ଅତି ସହଜରେ ଆଫଗାନିସ୍ତାନକୁ ହରାଇଥିଲା। ରବିବାର ଦ୍ବିତୀୟ ଟ୍ବେଣ୍ଟି-୨୦ ଖେଳାଯିବାକୁ ଥିବାବେଳେ ବିରାଟ କୋହଲି ଟ୍ବେଣ୍ଟି-୨୦ ଫର୍ମାଟକୁ ଫେରିବାକୁ ଯାଉଛନ୍ତି। ଏହି ଫର୍ମାଟରେ ବିରାଟଙ୍କ ପ୍ରତ୍ୟାବର୍ତ୍ତନ ଗୁରୁତ୍ବ ବହନ କରୁଛି। ୨୦୨୨ ବିଶ୍ବକପ୍ ସେମିଫାଇନାଲ୍ ପରଠାରୁ ରୋହିତ ଓ କୋହଲି ଟ୍ବେଣ୍ଟି-୨୦ ଖେଳି ନଥିଲେ। ଭାରତ ରବିବାର ମ୍ୟାଚ୍ ସହ ଶୃଙ୍ଖଳାକୁ ଜିତିବା ଲକ୍ଷ୍ୟରେ ରହିବ। ରସିଦ୍ ଖାନ୍ଙ୍କ ବିନା ଆଫଗାନିସ୍ତାନ ଆସିଥିଲେ ମଧ୍ୟ ଏହି ଦଳରେ ଛୋଟ ଫର୍ମାଟ୍ ପାଇଁ ଫିଟ୍ ଅନେକ ଖେଳାଳି ଥିବାରୁ ଭାରତକୁ ମଧ୍ୟ ଆହ୍ବାନ ମିଳିବା ନିଶ୍ଚିତ। ମୋହଲିରେ ପ୍ରବଳ ଶୀତ ଭିତରେ ଛୋଟ ସ୍କୋର୍ ହୋଇଥିଲେ ମଧ୍ୟ ଇନ୍ଦୋରରେ ବଡ଼ ସ୍କୋର୍ ସମ୍ଭାବନା ଅଛି। ଶେଷ ଥର ପାଇଁ ୨୦୨୨ ଅକ୍ଟୋବରରେ ହୋଇଥିବା ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ରେ ଏଠାରେ ଦୁଇ ଦଳ ମିଳିତ ଭାବେ ୪୦୫ ରନ୍ ସଂଗ୍ରହ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଅପେକ୍ଷାରେ: ବିରାଟ କୋହଲି ପ୍ରଥମ ଭାରତୀୟ ତଥା ବିଶ୍ବର ଚତୁର୍ଥ ଖେଳାଳି ଭାବେ ଟ୍ବେଣ୍ଟି-୨୦ରେ ୧୨,୦୦୦ ରନ୍ଠାରୁ ୩୫ ରନ୍ ଦୂରରେ ରହିଛନ୍ତି। ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ଶୀର୍ଷ ୫ ଭାରତୀୟ ୱିକେଟ୍ ଦଖଲକାରୀ ତାଲିକାକୁ ପ୍ରବେଶ ପାଇଁ ଅର୍ଶଦୀପ ସିଂହ ୪ ୱିକେଟ୍ ଦୂରରେ ଅଛନ୍ତି। ମୋହଲିରେ ରୋହିତ ଶର୍ମା ଜିତିବା ପୂର୍ବରୁ ଭାରତ ସମସ୍ତ ଫର୍ମାଟରେ କ୍ରମାଗତ ୧୧ ଟସ୍ ହାରିଥିଲା। ରହମତ ସାହା ୧୦୬ ଦିନିକିଆ ଖେଳିବା ପରେ ଗୁରୁବାର ମୋହଲିରେ ପ୍ରଥମ ଟ୍ବେଣ୍ଟି-୨୦ ଅର୍ନ୍ତଜାତୀୟ ଖେଳିଥିଲେ। ୨୦୧୩ରେ ସେ ଦିନିକିଆ ପଦାର୍ପଣ କରିଥିଲେ।
ଭାରତ ସମ୍ଭାବ୍ୟ ୧୧: ରୋହିତ ଶର୍ମା (ଅଧିନାୟକ), ଯଶସ୍ବୀ ଜୟସ୍ବାଲ/ଶୁବମନ ଗିଲ୍, ବିରାଟ କୋହଲି, ଶିବମ ଦୁବେ, ରିଙ୍କୁ ସିଂହ, ଜିତେଶ ଶର୍ମା (ୱିକେଟରକ୍ଷକ), ଅକ୍ଷର ପଟେଲ, ୱାସିଂଟନ୍ ସୁନ୍ଦର, କୁଲଦୀପ ଯାଦବ/ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ମୁକେଶ କୁମାର/ଆୱେସ ଖାନ୍।
ଆଫଗାନିସ୍ତାନ ସମ୍ଭାବ୍ୟ ୧୧: ରହମାନୁଲ୍ଲା ଗୁରବାଜ (ୱିକେଟରକ୍ଷକ), ହାଜରାତୁଲ୍ଲା/ରହମତ ଶାହ, ଇବ୍ରାହିମ ଜଦ୍ରାନ (ଅଧିନାୟକ), ଆଜମାତୁଲ୍ଲା ଓମାରଜାଇ, ମହମ୍ମଦ ନବି, ନଜିବୁଲ୍ଲା ଜଦ୍ରାନ, କରିମ୍ ଜନତ, ଗୁଲବଦିନ ନାଏବ, ମୁଜୀବ ଉର୍ ରହମାନ, ନବୀନ ଉଲ୍ ହକ୍, ଫଜଲହକ୍ ଫାରୁକୀ।
[ad_2]




