ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହକୁ ନିମନ୍ତ୍ରଣ ପାଇ ଖୁସି ବ୍ୟକ୍ତ କଲେ ଅରୁଣ ଗୋଭିଲ୍ – Kalinga News

[ad_1]
ଅଯୋଧ୍ୟା: ରାମାନନ୍ଦ ସାଗରଙ୍କ ‘ରାମାୟଣ’ରେ ପ୍ରଭୁ ଶ୍ରରାମଚନ୍ଦ୍ରଙ୍କ ଭୂମିକା ନିଭାଇଥିବା ଅରୁଣ ଗୋଭିଲଙ୍କୁ ଆଜି ବି ଦେଖିଲେ ଲୋକଙ୍କ ମନରେ ଭକ୍ତି ଭାବନା ଜାଗି ଉଠେ। ସେ ତାଙ୍କ ଚରିତ୍ରକୁ ଏପରି ଭାବେ ନିଭାଇଥିଲେ ଯେ ସେ ସମୟରେ କିଛି ଲୋକ ତାଙ୍କ ଫଟୋ ରଖି ରାମ ବୋଲି ଭାବି ପୂଜା ବି କରୁଥିଲେ। ଆପଣ ଜାଣନ୍ତି ଯେ ଆସନ୍ତା ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଏହି ସମାରୋହକୁ ଅରୁଣ ଗୋଭିଲଙ୍କୁ ନିମନ୍ତ୍ରଣ ମିଳିଛି। ନିମନ୍ତ୍ରଣ ପାଇ ସେ ନିଜର ଖୁସି ବ୍ୟକ୍ତ କରିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ସେ କହିଛନ୍ତି ଯେ ସେ ସହରକୁ ଆସି ରାମଲଲାଙ୍କ ଦର୍ଶନ କରିବାକୁ ବହୁତ ଆଗ୍ରହୀ ଅଛନ୍ତି। ତାଙ୍କ ପରି ରାମାୟଣରେ ସୀମା ଭୂମିକାରେ ନଜର ଆସିଥିବା ଦୀପିକା ଚିଖିଲିଆଙ୍କୁ ବି ନିମନ୍ତ୍ରଣ ମିଳିଛି।
ଅରୁଣ ନ୍ୟୁଜ୍ ଏଜେନ୍ସି ଏଏନ୍ଆଇକୁ କହିଛନ୍ତି, ‘‘ମୁଁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରିତ ହୋଇଥିବାରୁ ବେଶ୍ ଆନନ୍ଦିତ। ସହରକୁ ଆସି ରାମଲଲାଙ୍କୁ ଦର୍ଶନ କରିବା ପାଇଁ ମୁଁ ବେଶ୍ ଆଗ୍ରହୀ ଅଛି। ମୁଁ ପ୍ରଭୁଙ୍କ ଦର୍ଶନ କରିବାକୁ ଅନେକ ଦିନରୁ ଅପେକ୍ଷା କରିଥିଲି। ପ୍ରାଣ ପ୍ରତିଷ୍ଠା ସମାରୋହ ଦିନ ଅଯୋଧ୍ୟା ଯିବି। ଏହା ଏକ ବିରାଟ ସୁଯୋଗ। ମୁଁ ନିଜକୁ ଭାଗ୍ୟବାନ ମନେ କରେ ଯେ ରାମଚନ୍ଦ୍ରଙ୍କ ଭୂମିକାରେ ମୁଁ ଅବତୀର୍ଣ୍ଣ ହୋଇଥିଲି। ସବୁକିଛି ବହୁତ ଭଲରେ ଚାଲିଛି, ପରିବେଶ ସକରାତ୍ମକ, ଶରୀରରେ ଶକ୍ତି ଅଛି ଏବଂ ଆମେ ସମସ୍ତେ ବହୁତ ଖୁସିରେ ଅଛୁ।’’
ମନ୍ଦିର ନିର୍ମାଣକୁ ନେଇ ଅରୁଣ ଗୋଭିଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶ୍ରେୟ ଦେଇଛନ୍ତି। ସେ କହିଛନ୍ତି, ‘‘ମୁଁ ବିଶ୍ୱାସ କରେ ଯଦି ଆମକୁ କୌଣସି ବ୍ୟକ୍ତିଙ୍କୁ ଶ୍ରେୟ ଦେବାକୁ ପଡିବ ତେବେ ଆମେ ମୋଦୀ ଜୀଙ୍କୁ ଶ୍ରେୟ ଦେବୁ। କାରଣ ସେ ଯେଉଁଭଳି ଭାବରେ କାର୍ଯ୍ୟ କରିଛନ୍ତି ଏବଂ ଚାରିଆଡ଼େ ଶକ୍ତି ବିସ୍ତାର କରିଛନ୍ତି ତାହା ପ୍ରଶଂସନୀୟ। ତଥାପି, ମୁଁ ଏହା ମଧ୍ୟ ବିଶ୍ୱାସ କରେ ଯେ ଯେତେବେଳେ ବି ଏହି ପ୍ରକାର କାର୍ଯ୍ୟ କରାଯାଏ, ଏହା ଜଣେ ବ୍ୟକ୍ତିଙ୍କ ଦ୍ୱାରା କରାଯାଏ ନାହିଁ।’’
[ad_2]