ମନୋରଞ୍ଜନ

ଆଜି ଡିନରରେ ବନାନ୍ତୁ କ୍ରିମି ଛତୁ, ଆମିଷକୁ ବି ଭୁଲିଯିବେ

ଏବେ ଚାଲିଛି କାର୍ତ୍ତିକ ମାସ। କାର୍ତ୍ତିକ ମାସ ଥିବାରୁ ରବିବାରରେ ମଧ୍ୟ ଆପଣ ଆମିଷ ଖାଇପାରୁନଥିବେ। କିନ୍ତୁ ମନ ଦୁଃଖ କରିବାର କିଛି ନାହିଁ। ଆଜି ଆମେ ଆପଣଙ୍କୁ ଛତୁର ଏକ ଏଭଳି ଟେଷ୍ଟି ଓ ସହଜ ଆଇଟମ୍‌ ଶିଖାଇବୁ, ଯାହାକୁ ଖାଇବା ପରେ ଆପଣ ଆମିଷକୁ ବି ଭୁଲିଯିବେ। ଆଜି ଆପଣ ଡିନରରେ କ୍ରିମି‌ ଛତୁ ତିଆରି କରି ପରିବାର ଲୋକଙ୍କୁ ଖୁଆନ୍ତୁ। ଆସନ୍ତୁ ଜାଣିବା କ୍ରିମି ଛତୁର ପ୍ରସ୍ତୁତି ପ୍ରଣାଳୀ…

ଆବଶ୍ୟକୀୟ ଉପକରଣ:

ଛତୁ, କଟା ଟମାଟୋ,କଟା ଧନିଆପତ୍ର, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଚିଲି ସସ, ବଟର, ଗୋଲମରିଚ ଗୁଣ୍ଡ, କ୍ରିମ୍, ତେଲ, ସ୍ୱାଦ ଅନୁସାରେ ଲୁଣ

Cream of Mushroom Soup - YouTube

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଛତୁକୁ ହଳଦୀ ପାଣିରେ ପକାଇ ଭଲ ଭାବେ ଧୋଇ ଦିଅନ୍ତୁ। ଏବେ ଏକ ପାତ୍ରରେ ଏହି ଛତୁରେ ଲୁଣ, ହଳଦୀ ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ତେଲ, ଚିଲି ସସ, ଟମାଟୋ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାନ୍ତୁ, କଡେଇ ଗରମ ହେବ ପରେ ବଟର ପକାନ୍ତୁ। ବଟର ପକାଇବା ପରେ ଗୋଳାଇ ରଖିଥିବା ଛତୁକୁ ପକାଇ ଭଲ ଭାବେ ଭାଜନ୍ତୁ। କିଛି ସମୟ ଭାଜିବା ପରେ ସାମାନ୍ୟ ଲୁଣ, ଲଙ୍କା ଗୁଣ୍ଡ, ପାଣି ଦେଇ ୨ ମିନିଟ ଫୁଟାନ୍ତୁ। ୨ ମିନିଟ ପରେ ୧ ଚାମଚ କ୍ରିମ୍ ପକାଇ ଏହାକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ କ୍ରିମ୍ ଛତୁ। ଏହାକୁ ଆପଣ ରୁଟି, ପରଟା କିମ୍ବା ନାନ୍ ସହ ଖାଇପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button