ମନୋରଞ୍ଜନ

କଙ୍ଗନାଙ୍କୁ ମିଳିଲା ଜୀବନସାଥୀ! ‘ରହସ୍ୟମୟ ବ୍ୟକ୍ତି’ଙ୍କ ହାତରେ ହାତ ରଖି ଦେଲେ ‌ଫଟୋ ପୋଜ୍‌ – Kalinga News

[ad_1]

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାୱତ୍‌ କେବେ ବିବାହ କରିବେ? ତାଙ୍କର ପ୍ରେମିକ ଅଛି କି? ଏପରି ପ୍ରଶ୍ନ ହୁଏତ ତାଙ୍କର ପ୍ରଶଂସକମାନଙ୍କ ମନରେ ବାରମ୍ବାର ଆସୁଥିବ। କଙ୍ଗନା ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଖୁବ୍ କମ୍ କଥାବାର୍ତ୍ତା କରନ୍ତି। ନିକଟରେ ତାଙ୍କୁ ଜଣେ ‘ରହସ୍ୟମୟ ବ୍ୟକ୍ତି’ଙ୍କ ସହିତ ଦେଖିବାକୁ ମିଳିବା ପରେ ଚର୍ଚ୍ଚା ଜୋର୍‌ ଧରିଛି।

ସମସ୍ତେ ପ୍ରଶ୍ନ କରୁଛନ୍ତି ଯେ  କିଏ ସେହି ବ୍ୟକ୍ତି? କଙ୍ଗନା ଏହି ‘ରହସ୍ୟମୟ ବ୍ୟକ୍ତି’ଙ୍କ ହାତ ଧରିଥିବା ବେଳେ ଦୁହେଁ ହସି ହସି ଫଟୋଗ୍ରାଫର୍‌ଙ୍କୁ ପୋଜ୍‌ ଦେଉଥିବା ଦେଖିବାକୁ ମିଳିଥିଲା।

ସେଲୁନରୁ କଙ୍ଗନା ରାଣାୱତ୍‌ ବାହାରକୁ ଆସୁଥିବା ବେଳେ ତାଙ୍କ ସହିତ ଜଣେ ଅଜ୍ଞାତ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଥିଲା। ଦୁହେଁ ପରସ୍ପରଙ୍କ ହାତ ଧରିଥିଲେ। କଙ୍ଗନା ଏକ ନୀଳ ରଙ୍ଗର ପୋଷାକ ଏବଂ ଗଗଲ୍ସ ପିନ୍ଧିଥିଲେ। ବ୍ୟକ୍ତି ଜଣକ ଏକ କଳା ରଂଗର ପୋଷାକ ପିନ୍ଧିଥିଲେ।

 

‘ରହସ୍ୟମୟ ବ୍ୟକ୍ତି’ଙ୍କ ସହିତ କଙ୍ଗନାଙ୍କ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଜଣେ ଫଟୋଗ୍ରାଫର୍‌ ଏହାକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।  ଏହି ଚିତ୍ରଗୁଡ଼ିକରେ ପ୍ରଶଂସକ ଏବଂ ବ୍ୟବହାରକାରୀଙ୍କ ଠାରୁ ଅନେକ ପ୍ରତିକ୍ରିୟା ମିଳିଛି। ସମସ୍ତେ ଏହି ‘ରହସ୍ୟମୟ ବ୍ୟକ୍ତି’ଙ୍କ ବିଷୟରେ ଜାଣିବାକୁ ଚାହାଁନ୍ତି।

ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘‘ଇଏ କିଏ?’’ କିଛି ଉପଭୋକ୍ତା ଲେଖିଛନ୍ତି କି ‘‘କଙ୍ଗନା ଶେଷରେ ହ୍ରିତିକ୍‌ଙ୍କ ପରି ଦିଶୁଥିବା ବ୍ୟକ୍ତିଙ୍କୁ ଖୋଜି ପାଇଛନ୍ତି।’’ ଆପଣ ଜାଣନ୍ତି ‌ଯେ ପୂର୍ବରୁ ଅଭିନେତା ହ୍ରିତିକ ରୋଶନ ଓ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ ମଧ୍ୟରେ ପ୍ରେମ ସଂପର୍କ ଥିବା ନେଇ ଅନେକ ଚର୍ଚ୍ଚା ହୋଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button