ଅପରାଧ

ପୁଲିସ୍‌ ଉପରେ ନିଶା ମାଫିଆଙ୍କ ଆକ୍ରମଣ – Kalinga News

[ad_1]

ଜଳେଶ୍ୱର: ବେଆଇନ୍ ନିଶା କାରବାରର ପେଣ୍ଠସ୍ଥଳ ଜଳେଶ୍ବରରେ ବ୍ରାଉନ୍‌ସୁଗାର ବ୍ୟବସାୟୀ ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି। ନିଶା ମାଫିଆଙ୍କ ଆକ୍ରମଣରେ ୩ ଜଣ ପୁଲିସ ଅଧିକାରୀଙ୍କ ସହ ଜଣେ କନେଷ୍ଟବଳ ଆହତ ହୋଇଛନ୍ତି। ଅଭିଯୁକ୍ତମାନଙ୍କ ପାଖରୁ ୨୮ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ ହୋଇଥିବା ବେଳେ ୨ ଜଣଙ୍କୁ ଗିରଫ କରାଯାଇଥିବା ବାଲେଶ୍ବର ଏସ୍‌ପି ସାଗରିକା ନାଥ ଆଜି ଜଳେଶ୍ୱର ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଜଳେଶ୍ୱର ନୂଆବଜାର ଅଞ୍ଚଳର ଜଣେ ୨୬ ବର୍ଷର ଯୁବକ ଏକ ନମ୍ବରବିହୀନ ବାଇକ୍‌ରେ ବ୍ରାଉନ୍‌ସୁଗାର ନେଇ ଭୋଗରାଇ ଆଡକୁ ଯାଉଥିବା ସଂପର୍କରେ ଗତକାଲି ଅପରାହ୍ନରେ ପୁଲିସକୁ ଖବର ମିଳିଥିଲା। ସୂଚନା ଆଧାରରେ ଜଳେଶ୍ବର ପୁଲିସ ଆମ୍ବଳିଅଠା ଛକ ନିକଟରେ ଜଗି ରହିଥିଲା। ରାତି ପ୍ରାୟ ୮ଟା ୪୫ ବେଳକୁ ସନ୍ଦିଗ୍ଧ ଯୁବକଙ୍କୁ କାବୁ କରି ଗିରଫ କରିଥିଲା ପୁଲିସ। ତଲାସି ପରେ ତାଙ୍କ ପାଖରୁ ୨୮ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ମିଳିଥିଲା। ପଚରାଉଚରା ବେଳେ ଜଳେଶ୍ବର ସେକବାଡ ଅଞ୍ଚଳର ଜଣେ ମାଫିଆଙ୍କଠାରୁ ସେ ବ୍ରାଉନ୍‌ସୁଗାର ଆଣିଥିବା କହିଥିଲେ। ଫଳରେ ରାତି ପ୍ରାୟ ସାଢ଼େ ୯ଟା ସମୟରେ ପୁଲିସ ଟିମ୍‌ ସଂପୃକ୍ତ ମାଫିଆଙ୍କ ଘରେ ଚଢ଼ଉ କରି ଜଣେ ୧୯ ବର୍ଷର ଯୁବକଙ୍କୁ ଗିରଫ କରିଥିଲେ। ଏହି ସମୟରେ ଗିରଫ ଅଭିଯୁକ୍ତଙ୍କୁ ଛଡ଼ାଇ ନେବା ପାଇଁ ସମ୍ପର୍କୀୟ ମହିଳା ଓ ପରିବାର ସଦସ୍ୟ ଏକାଠି ହୋଇ ପୁଲିସ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ୩ ଜଣ ପୁଲିସ ଅଧିକାରୀଙ୍କ ସହ ଜଣେ କନେଷ୍ଟବଳ ଆହତ ହୋଇଥିବା ବେଳେ ସେମାନେ ଜିକେ ଭଟ୍ଟର ହସ୍‌ପିଟାଲ୍‌ରେ ଚିକିତ୍ସିତ ହୋଇଛନ୍ତି। ଏ ନେଇ ଥାନା କେସ୍ ନଂ ୨୪/୨୪ରେ ଏକ ମାମଲା ରୁଜୁ ହୋଇଛି। ଏହି ଘଟଣାରେ ଫେରାର୍‌ ଜଣେ ଅଭିଯୁକ୍ତକୁ ଧରିବା ଲାଗି ପୁଲିସ ଧରପଗଡ଼ ଜାରି ରଖିଛି। ସାମ୍ବାଦିକ ସମ୍ମିଳନୀରେ ଜଳେଶ୍ୱର ଏସ୍‌ଡିପିଓ ଦିଲ୍ଲୀପ କୁମାର ସାହୁ ଓ ଜଳେଶ୍ୱର ଥାନା ଆଇଆଇସି ରଞ୍ଜନ କୁମାର ସେଠୀ ଉପସ୍ଥିତ ଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button