ଅପରାଧ

ବିବାହିତ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ବନ୍ଧା ହେଲେ ଯୁବକ – Kalinga News

[ad_1]

ଜୟପୁର: ଜୟପୁର ଟାଉନଥାନା ଅଞ୍ଚଳର ଜନୈକା ବିବାହିତା ମହିଳାଙ୍କୁ ହୋଇଥିବା ଦୁଷ୍କର୍ମ ଉଦ୍ୟମ କରିବା ମାମଲାରେ ପୁଲିସ ଅଭିଯୁକ୍ତ ଇଶ୍ବର ଚିଟି(୨୩)ଙ୍କୁ ଗିରଫ କରି କୋର୍ଟକୁ ଚାଳାଣ କରିଛି।

ସୂଚନା ଅନୁଯାୟୀ, ଗତ ୩ତାରିଖ ରାତିରେ ମହିଳା ଜଣକ ନିଜ ସ୍ବାମୀଙ୍କ ସହ ଘରେ ଶୋଇଥିଲେ। ଅଭିଯୁକ୍ତ ଇଶ୍ବର ଅର୍ଦ୍ଧରାତ୍ରରେ ଉକ୍ତ ମହିଳାଙ୍କ ଘର ମଧ୍ୟକୁ ପଶି  ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ମହିଳା ଜଣକ ନିଦରୁ ଅଚାନକ ଉଠି ପାଟି କରିବାରୁ ଅଭିଯୁକ୍ତ ଦଉଡ଼ି ପଳାଇଥିଲେ। ପରବର୍ତ୍ତୀ ସମୟରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପରେ ପୁଲିସ ଘଟଣାର ତଦନ୍ତ କରି ଆଇପିସିର ଦଫା ୩୭୬ ଓ୫୧୧ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିବା କହିଛନ୍ତି ଟାଉନଥାନା ଅଧିକାରୀ ରମଣୀ ରଂଜନ ଦଳାଇ। ଅଭିଯୁକ୍ତକୁ କୋର୍ଟକୁ ଚାଲାଣ କରାଯାଇଥିବା ବେଳେ କୋର୍ଟ ଅଭିଯୁକ୍ତକୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଥିବା କହିଛନ୍ତି ଟାଉନଥାନା ଅଧିକାରୀ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button