କଳିଙ୍ଗ ସୁପର କପ୍ ପାଇଁ କଳିଙ୍ଗ ପ୍ରସ୍ତୁତ – Kalinga News

[ad_1]
ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ରେ ମଙ୍ଗଳବାରଠୁ ପୁଣି ଝୁମିବେ ଫୁଟ୍ବଲ୍ ପ୍ରଶଂସକ। ଭାରତର ଅନ୍ୟତମ ସର୍ବପୁରାତନ ଫୁଟ୍ବଲ୍ ପ୍ରତିଯୋଗିତା କଳିଙ୍ଗ କପ୍ ଏବେ ସୁପର୍ କପ୍ ରୂପରେ କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯିବ। ୨୮ତାରିଖ ପର୍ଯ୍ୟନ୍ତ ଏଠାରେ ଆୟୋଜିତ ହେବ କଳିଙ୍ଗ ସୁପର କପ୍। ଏଥିରେ ୧୬ ଦଳ (୧୨ ଆଇଏସ୍ଏଲ୍, ୪ ଆଇ-ଲିଗ୍) ଭାଗନେବାକୁ ଯାଉଥିଲା ବେଳେ ୪ ଗ୍ରୁପ୍ରେ ଭାଗ ହୋଇଛନ୍ତି। ପ୍ରତି ଗ୍ରୁପ୍ରେ ୪ ଦଳ ରହିଛନ୍ତି। ପ୍ରତିଯୋଗିତା ଆରମ୍ଭ ପୂର୍ବରୁ କ୍ରୀଡ଼ା ସଚିବ ଭିନୀଲ କ୍ରିଷ୍ଣା କହିଛନ୍ତି ‘‘ଆମେ ଦେଶର ଶ୍ରେଷ୍ଠ ଫୁଟ୍ବଲ୍ କ୍ଲବ୍ଗୁଡ଼ିକୁ ନେଇ ଏହି ପ୍ରତିଯୋଗିତା ଆୟୋଜନ କରୁଛୁ। ଓଡ଼ିଶା ଫୁଟ୍ବଲ୍ରେ ଆଗକୁ ବଢ଼ୁଥିବା ବେଳେ ଲଗାତାର ଫୁଟ୍ବଲ୍ ପ୍ରତିଯୋଗିତା ଆୟୋଜନ କରିଚାଲିଛି। ଆଜି ଆମ ପାଖରେ ଶ୍ରେଷ୍ଠ କ୍ରୀଡ଼ା ଭିତ୍ତିଭୂମି ଏବଂ ଫିଫା ସ୍ତରର ପିଚ୍ ରହିଛି। ଦଳଗୁଡ଼ିକ ବିନାଦ୍ବିଧାରେ ଅଭ୍ୟାସ କରିପାରିବେ। ସର୍ବଭାରତୀୟ ଫୁଟ୍ବଲ୍ ମହାସଂଘ (ଏଆଇଏଫ୍ଏଫ୍) ଓ ଓଡ଼ିଶା ଫୁଟ୍ବଲ୍ ସଂଘ (ଫାଓ)ର ସହଯୋଗରେ ଓଡ଼ିଶାରେ କ୍ଲବ୍ ଓ ପ୍ରଶଂସକଙ୍କୁ ଭଲ ଅନୁଭୂତି ଦେବାକୁ ଚେଷ୍ଟା କରିବୁ। ଭାଗନେଉଥିବା ସମସ୍ତ କ୍ଲବ୍କୁ ଶୁଭେଚ୍ଛା ଜଣାଉଛି’’। ଗତ ବର୍ଷ ଭଳି ସମାନ ଢଙ୍ଗରେ କଳିଙ୍ଗ ସୁପର କପ୍ ଖେଳାଯିବ। ପ୍ରତି ଗ୍ରୁପ୍ର ଶ୍ରେଷ୍ଠ ୪ ଦଳ ସେମିଫାଇନାଲ୍ରେ ପହଞ୍ଚିବେ। ବିଜେତା ଦଳ ୨୦୨୪-୨୫ ଏଏଫ୍ସି ଚାମ୍ପିଅନ୍ସ ଲିଗ୍-୨କୁ ଯୋଗ୍ୟତା ଅର୍ଜନ କରିବ। ଓଡ଼ିଶା ଏଫ୍ସି ଗତ ଥର ବେଙ୍ଗାଲୁରୁ ଏଫ୍ସିକୁ ହରାଇ ବିଜେତା ହୋଇଥିଲା।
[ad_2]