ଜ୍ୟୋତିଷ

07 ଜାନୁୟାରୀ 2024 ରାଶିଫଳ – ଆଜିଠୁ ବଦଳିବାକୁ ଜାଉଛି ଏହି ସବୁ ରାଶିଙ୍କ ଭାଗ୍ୟ – Kalinga News

[ad_1]

ମେଷ – ସକାରାତ୍ମକ ଭାବନାରେ ରହନ୍ତୁ, ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ । ଗୁରୁଦୃଷ୍ଟି ଯୋଗୁଁ ଆପଣ ଲକ୍ଷ୍ୟ ହାସଲରେ କୃତକାର୍ଯ୍ୟ ହେବେ କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ସମସ୍ୟା ସୃଷ୍ଟିକରିବ । ସ୍ଥଗିତ ଥିବା କାର୍ଯ୍ୟରେ ସଫଳତା ମିଳିବ । ପଦାଧିକାରୀଙ୍କ ଚାପ କିମ୍ବା ଗୁରୁଦାୟିତ୍ୱ ଫଳରେ କର୍ମକ୍ଷେତ୍ରରେ କାର୍ଯ୍ୟ ବୃଦ୍ଧି ପାଇପାରେ । ଗୁପ୍ତ ଶତ୍ରୁମାନେ ଆପଣଙ୍କର ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଆପଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି । କିନ୍ତୁ ଜଣେ ବନ୍ଧୁଙ୍କ ଦ୍ୱାରା ଉପକୃତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇପାରେ । ସନ୍ଧ୍ୟା ସୁଦ୍ଧା ଆପଣ କିଛି ଭଲ ଖବର ପାଇପାରିବେ । ପାରିବରରେ ସୁଖଶାନ୍ତି ବଜାୟ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଅମ୍ବିକା ।

ବୃଷ – ଆଜି ଆପଣ ପୁରା ଦିନ ହସଖୁସି ଓ ଆନନ୍ଦରେ ବିତାଇବ । ଷଷ୍ଠାଧିପତି ଚନ୍ଦ୍ର ରାଶିରେ ରହୁ ଥିବାରୁ ଋଣ ପରିଶୋଧ କରିବା ସକାଶେ ଦୁଃଶ୍ଚିନ୍ତା ଲାଗିରହିବ । ପାରିବାରିକ ଶୃଙ୍ଖଳା ରକ୍ଷା କରିବବାକୁ ଯାଇ ବହୁତ କଷ୍ଟ ସହିବାକୁ ପଡିବ । କାରବାରରେ ବିସ୍ତାର କରିବା ପାଇଁ ବିଭିନ୍ନ ପ୍ରକାର ଚେଷ୍ଟା କରିବେ । ଧୈର୍ଯ୍ୟହରା ପରିସ୍ଥିତିକୁ ହୃଦୟଙ୍ଗମ କରି କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହୋଇ ପାରନ୍ତି । ଜଣେ ଅଜଣା ବ୍ୟକ୍ତିଙ୍କ ସହୟତାରୁ ଉପକୃତ ହେବେ । ପ୍ରେମ ପ୍ରସଙ୍ଗରେ ସଫଳତା ପ୍ରାପ୍ତି ହେବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ବିରଜା ।

ମିଥୁନ – ଆଜି ଆପଣଙ୍କ କାହାରିକୁ ବିଶ୍ଵାସ କରନ୍ତୁ ନାହିଁ । ନୀଚ୍ଚାଂଶଗତ ଶୁକ୍ର ଓ ମଙ୍ଗଳ ପ୍ରଭାବରେ ବହୁତ ଦିନର ସୁସମ୍ପର୍କ ବାଧାପ୍ରାପ୍ତ ହେବ । କିନ୍ତୁ ଆପଣ ପରିସ୍ଥିତି ଯାହା ହେଉ ନା କାହିଁକି, ଆଜି ଯେ କୈାଣସି ପ୍ରକାରେ ସମସ୍ତ କାମ ଶେଷ କରିବାକୁ ଚେଷ୍ଟିତ କରିବେ । ଅବଶ୍ୟ ଆର୍ଥିକ ସ୍ଥିତି ମାନ୍ଦା ରହିବ । ଚାକିରି କୁରୁଥିବା କର୍ମଜୀବିମାନେ ଦାୟିତ୍ଵର ଜାଲରେ ଛନ୍ଦି ହୋଇପାରନ୍ତି । ବାଦ ବିବାଦ, ଯୁକ୍ତିତର୍କ ଠାରୁ ଦୂରେ ରୁହନ୍ତୁ । ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ଦୋଷାରୋପ କରିପାରନ୍ତି । କଳା, ସାହିତ୍ୟ, କ୍ରୀଡା, ଚଳଚ୍ଚିତ୍ରାଦିରେ ସମସ୍ୟା ସମାଧାନ ହୋଇଯିବ । ବୈବାହିକ ଜୀବନରେ ମଧୁରତା ଆସିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ପ୍ରଭୁ ହନୁମାନ ।

କର୍କଟ – ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ରହିବ । ମଙ୍ଗଳ ଶୁଭଭାବରେ ରହିଥିବା ଯୋଗୁଁ ମାଙ୍ଗଳିକ କାର୍ଯ୍ୟ ଯେପରି କି ଜନସେବାରେ ନିଜକୁ ନିୟୋଜିତ କରାଇବେ ଓ ସମାଜରେ ସମ୍ମାନିତ ହେବେ । କାର୍ଯ୍ୟକାରିତା ଉପରେ ଧ୍ୟାନକୁ ସାମାନ୍ୟ ବୃଦ୍ଧି କରିବାର ଆବଶ୍ୟକତା ଅଛି । ଚାକିରି କ୍ଷେତ୍ରରେ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟରେ ପ୍ରଶଂସିତ ହେବେ । ନେତା ଆପଣଙ୍କୁ କିଛି ବଡ଼କାର୍ଯ୍ୟ କରିବାର ସୁଯୋଗ ମିଳିବ । ଯେକୌଣସି କ୍ଷେତ୍ରରେ ମଧ୍ୟ ତୁରନ୍ତ ନିଷ୍ପତ୍ତି ନିଅନ୍ତୁ ନାହିଁ । ଖର୍ଚ୍ଚ ଉପରେ ଲଗାମ ଦିଅନ୍ତୁ । ପାରିବାରିକ ସ୍ଥିତିରେ ସୁଦୃଢ ରହିବ । କିନ୍ତୁ ସନ୍ତାନଙ୍କ ବ୍ୟବହାରକୁ ନେଇ ଚିନ୍ତା ରହିବେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ବିମଳା ।

ସିଂହ – ବିଭିନ୍ନ ସମସ୍ୟା ବିଜଡିତ ରହିବା କାରଣରୁ ମାନସିକ ଅସ୍ଥିରତା ଲାଗି ରହିବ । ପ୍ରତ୍ୟେକ କାମ ବାଧାବିଘ୍ନ ଉତ୍ପନ ହୋଇପାରେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ବିଦ୍ଵେଷ ମନୋଭାବ କାର୍ଯ୍ୟ କରିବାର ଇଚ୍ଛା ଶକ୍ତିକୁ ମନ୍ଥର କରିଦେବ । ଯେତେ ଭଲ କାର୍ଯ୍ୟ କରିଲେ ମଧ୍ୟ ପ୍ରଶଂସା ବଦଳରେ ଅପମାନିତ ହେବାକୁ ପଡିବ । ଆର୍ଥିକ ସ୍ଥିତି ମଧ୍ୟ ଅତି ଶୋଚନୀୟ ହୋଇପାରେ । ବନ୍ଧୁ, ମିତ୍ର କିମ୍ବା ନିକଟ ସମ୍ପର୍କୀୟଙ୍କ ଠାରୁ ଧାର କରଜ କରିବାକୁ ପଡିବ । ପାରିବାରରେ କାହାରି ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ହୋଇପାରନ୍ତି । ଜର ଚତୁଃପାର୍ଶ୍ୱରେ ପ୍ରତିକୁଳ ପରିସ୍ଥିତି ଯୋଗୁ ଯୋଜନାଗୁଡିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

କନ୍ୟା – ଦେବଦେବୀଙ୍କୁ ଆରାଧନା କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ ଓ ମନରେ ସକାରାତ୍ମକ ଶକ୍ତି ସଂଚାର ହେବ । କର୍ମଭାବସ୍ଥ ରାହୁଙ୍କ ଉପସ୍ଥିତି ଯୋଗୁଁ ଆଜି ଆପଣ ସୁଯୋଗ ପାଇଲେ ମଧ୍ୟ ତାହାର ସଦ୍‌ବ୍ୟବହାର ଠିକ ଭାବରେ କରିପାରିବେ ନାହିଁ । କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ଦ୍ଵାରା ଅର୍ପଣ କରାଯାଇଥିବା କାର୍ଯ୍ୟ ସମ୍ପାଦନ କରିବା କାଠିକର ପାଠ ହେବ । ରାଜନୀତିରେ ଥିବା ବ୍ୟକ୍ତିମାନେ ସମାଜ ସେବାରେ ନିଜକୁ ନିୟୋଜିତ କରାଇବେ । ହଠାତ୍‌ ଅର୍ଥ ସମ୍ପର୍କକୁ ନେଇ ପରିବାର ମଧ୍ୟରେ ଭାତୃବିବାଦ ଦେଖାଦେଇ ପାରେ । ପରିବାରରେ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ହରପାର୍ବତୀ ।

ତୁଳା ରାଶି : ଆଜି ଲୋକେ ଆପଣଙ୍କ କାମକୁ ପ୍ରଶଂସା କରିବେ , ଧର୍ମ ଧ୍ୟାନ ମନୋଭାବ ରହିବ , ଧାର୍ମିକ କାର୍ଯ୍ୟରେ ସହଭାଗି ରହିବେ , ଆପଣଙ୍କ ଜୀବନରେ ସବୁ କଠିନତା ଦୁର ହୋଇଯିବ , ବେପାରରେ ଅଧିକା ଲାଭ ହେବ , ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ , ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ ଏହା କ୍ଷତିକାରକ ହୋଇପାରେ , ଅଫିସ୍ ରେ କିଛି ଖାସ୍ ପରିବର୍ତ୍ତନର ଯୋଗ ହେଉଛି , ଯାତ୍ରାର କିଛି କାର୍ଯ୍ୟକ୍ରମ ହେବାର୍ ଦେଖାଯାଉଛି ।

ବିଛା ରାଶି : ଆଜି ପୁଅଙ୍କ ତରଫରୁ କିଛି ଖୁସିଖବର ମିଳିପାରିବ , ବେପାରର ଦୃଷ୍ଟିରୁ ଦିନ ଶୁଭ ଯିବାର ଅଛି , ଆଜି ଲାଭଦାୟକ ସଉଦା କରିବେ , ପ୍ରେମର ନଜରିଆରେ ଆଜିଦିନ ଖୁସି ନେଇକରି ଆସିବ , ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ , ଆପଣଙ୍କ ସମୟ ଭଲ ଚାଲୁଛି , ହାଗ୍ୟର ପୁରା ସାଥି ମିଳିବ , କାର୍ଯ୍ୟସ୍ଥଳରେ ଟିକିଏ ଚିନ୍ତା କରିବାର ଅଛି , କାମକାଜ ସହ ଆପଣଙ୍କ ଦାୟିତ ବି ବଢିପାରେ ।

ଧନୁ ରାଶି : ଆଜି ଆପଣ ଟିକିଏ ଚିନ୍ତିତ ରହିପାରନ୍ତି , ବିରୋଧୀଙ୍କ ଉପରେ କାବୁ ପାଇବାରେ ସଫଳ ହେବେ , ଚାକିରି ପେଶା ଜାତକତେ କଠିନ୍ ପରିଶ୍ରମରୁ ନିଜ ବରିଷ୍ଠଙ୍କୁ ସନ୍ତୁଷ୍ଟ କରିପାରିବେ । କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବଢିବ , ନିଜ ସାଙ୍ଗଙ୍କ ସହ ମତାନ୍ତର ହୋଇପାରେ,  କେଉଁ ବନ୍ଧୁ ଆପଣଙ୍କ କାମକୁ ପ୍ରଶଂସା କରିପାରେ , କମର୍ସ ଷ୍ଟୁଡେଣ୍ଟଙ୍କ ପାଇଁ ଦିନ ଭଲ ଅଛି , କିଛି ଲୋକଙ୍କର ମୁଡ୍ ଖରାପ ହୋଇପାରେ ।

ମକର ରାଶି : ଆଜି ଭଲ ସ୍ୱାସ୍ଥ୍ୟର ଆନନ୍ଦ ନେବେ , ଓ ଆପଣଙ୍କ ଆତ୍ମବିଶ୍ୱାସ ବି ବଢିଯିବ , ପଇସା ଓ ପରିବାର କିଛି କଥାକୁ ଗୁପ୍ତ ରଖନ୍ତୁ , ଆପଣଙ୍କ ଚିନ୍ତା ବଢିପାରେ , ଯଦି ଆପଣ ଯାତ୍ରା କରୁଛନ୍ତି ତେବେ ନିଜ ଜିନିଷର ଅତିରିକ୍ତ ସୁରକ୍ଷା କରିବାର ଦରକାର ଅଛି । ବିଜନେସ୍ ରେ ଫାଇଦା ହେବ , ବିତ୍ତିୟ ମୁଦ୍ଧାକୁ ସମାଧାନ କରିବାପାଇଁ କିଛି ସମୟ ଲାଗିପାରେ,  ଜୀବନସାଥୀଙ୍କ ସହଯୋଗ ଦ୍ୱାରା ଏକ ନୁଆ ଉର୍ଜା ମିଳିପାରିବ ।

କୁମ୍ଭ ରାଶି : ଆଜି ରାଜନୈତିକ କାର୍ଯ୍ୟକଳାପ ରେ ସକ୍ରିୟତା ଦେଖାଯାଉଛି , କିଛି ମାମଲାରେ ଆପଣଙ୍କ ଭାଗ୍ୟ ସାଥ୍ ମିଲିପାରିବ ନାହିଁ , ପରିଶ୍ରମର ଫଳ ଆପଣଙ୍କୁ ମିଳିପାରିବ ନାହିଁ , ନିଜ ବରିଷ୍ଠ ସହକର୍ମୀଙ୍କର ଧ୍ୟାନ ସମାନ ରୁପରେ ଆକର୍ଷିତ କରିବେ , କେଉଁ ଅସହାୟଙ୍କୁ ସାହାଯ୍ୟ କରିବାରେ ଖୁସି ପ୍ରାପ୍ତି ହେବ , ନିୟୋଜିତ ପରିଶ୍ରମ ଦ୍ୱାରା କାର୍ଯ୍ୟ ପୁର୍ଣ୍ଣ ହେବାର ଆସାର ଅଛି । ଜବ୍ ରେ ସଫଳତା ଓ ଉନ୍ନତିର ସମ୍ଭାବନା ଅଛି , ଲଭ୍ ଲାଇଫ୍ ରେ ଚିନ୍ତା ଆସିପାରେ ।

ମୀନ ରାଶି : ଆଜି କେଉଁ ନୁଆ ପରିଯୋଜନା କାମ କରିବାପୁର୍ବରୁ ଭଲ ଭାବରେ ବୁଝିନେବେ  ବୁଝିବିଚାରି କରି କିଛି କଥା କୁହନ୍ତୁ , କାହା ସହ ଅଧିକା ଉପଦେଶ ନେଲେ କିଛି ଫାଇଦା ହେବ ନାହିଁ , ଆପଣଙ୍କ ପାରିବାରିକ ଜୀବନରେ ଟିକିଏ ସମସ୍ୟା ଗ୍ରସ୍ତ ହୋଇପାରନ୍ତି , ଆପଣ ଦୁଃଖି ହୋଇପାରନ୍ତି , ନିଜ ଛୁଆଙ୍କ କାରଣରୁ ଚିନ୍ତିତ ହୋଇପାରନ୍ତି । ପରିଶ୍ରମ ଅନୁପାତରେ କମ୍ ସଫଳତା ମିଳିବ , ଜୀବନସାଥୀଙ୍କ ସହ ସଂମ୍ପର୍କ ତାଲମେଳ ରହିବ ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button