ଲୋକସଭା ନିର୍ବାଚନ ଲଢ଼ିବେ ବଲିଉଡ ଅଭିନେତା ମନୋଜ ବାଜପେୟୀ ! – Kalinga News

[ad_1]
ମୁମ୍ବାଇ: ଲୋକସଭା ନିର୍ବାଚନ ଲଢ଼ିବେ ବଲିଉଡ ଅଭିନେତା ମନୋଜ ବାଜପେୟୀ। ଗତ କିଛି ଦିନ ହେବ ମନୋଜ ରାଜନୀତିରେ ଯୋଗ ଦେବା ନେଇ ଚର୍ଚ୍ଚା ଲାଗି ରହିଛି। ପୂର୍ବରୁ ଅନେକ ଥର ଏହି ଖବର ଆସି ସାରିଥିବା ବେଳେ ଏବେ ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି ମନୋଜ। ସେ ଏକ୍ସରେ ପୋଷ୍ଟ କରାଯାଇଥିବା ଏକ ଖବର ଉପରେ ପ୍ରତିକ୍ରିୟା ଦେଇ ନିର୍ବାଚନ ଲଢ଼ିବେ କି ନାହିଁ ଜଣାଇଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ନିଉଜ୍ ଅରିନା ଇଣ୍ଡିଆ ଏକ୍ସରେ ପୋଷ୍ଟ କରିଥିଲା ଯେ, ଲୋକସଭା ନିର୍ବାଚନ ଲଢ଼ିପାରନ୍ତି ବଲିଉଡ ଅଭିନେତା ମନୋଜ ବାଜପେୟୀ। ଏହାର ଜବାବରେ ମନୋଜ ଲେଖିଛନ୍ତି, ଆଚ୍ଛା…ମୋତେ ଗୋଟାଏ କଥା କୁହ…ଏକଥାଟି ତୁମକୁ କିଏ କହିଛି ନା ତୁମେ ସ୍ବପ୍ନ ଦେଖିଲ? କୁହ…କୁହ।
ଏବେ ଏହି ଟ୍ବିଟକୁ ନେଇ ଚର୍ଚ୍ଚାରେ ଥିବା ମନୋଜ କିଛି ଦିନ ପୂର୍ବରୁ ନିଜର ଏକ ଫଟୋକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ଫଟୋରେ ସେ ସାର୍ଟ ପିନ୍ଧିନଥିବା ବେଳେ ତାଙ୍କ ଶରୀରର ଗଠନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଜାନୁଆରି ୧, ୨୦୨୪ରେ ମନୋଜ ବାଜପେୟୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଫଟୋ ପୋଷ୍ଟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଫଟୋରେ, ଅଭିନେତାଙ୍କ ଅାବସ୍ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ଫଟୋ ସେୟାର କରି କ୍ୟାପସନରେ ସେ ଲେଖିଥିଲେ, “ନୂଆ ବର୍ଷ ନୂଆ ମୁଁ! ଦେଖ ସୁସ୍ବାଦ ସୁପ୍ ମୋ ଦେହରେ କିଭଳି ପ୍ରଭାବ ପକାଇଛି। ପୂରା କିଲର୍ ଲୁକ୍ ନା? ତେବେ ଏଭଳି କ୍ୟାପସନ ଦେଇ ସେ ନିଜର ଆଗାମୀ ପ୍ରୋଜେକ୍ଟ ‘କିଲର୍ ସୁପ’ର ପ୍ରଚାର କରିଥିବା ଜଣାପଡ଼ିଛି, ଯାହା ନେଟଫ୍ଲିକ୍ସରେ ରିଲିଜ୍ ହେବ।
[ad_2]