ମନୋରଞ୍ଜନ

ଡାକ୍ତରଖାନାରେ ଭର୍ତ୍ତି ହେଲେ ଉର୍ଫି ଜାଭେଦ୍, ଫଟୋ ହେଲା ଭାଇରାଲ – Kalinga News

[ad_1]

ମୁମ୍ବାଇ: ସବୁବେଳେ ନିଜ ପୋଷାକକୁ ନେଇ ଚର୍ଚ୍ଚାର ପରିସର ଭିତରକୁ ଆସିଥାନ୍ତି ବିଗ୍‌ବସ୍‌ ଫେମ୍‌ ତଥା ମଡେଲ୍‌ ଉର୍ଫି ଜାଭେଦ। ଅନେକ ଲୋକ ଉର୍ଫିଙ୍କୁ କ୍ରିଏଟିଭ୍ ବା ସୃଜନଶୀଳ ବୋଲି କହି ପ୍ରଶଂସା କରୁଥିବା ବେଳେ ଅନେକ ଲୋକ ତାଙ୍କର ସମାଲୋଚନା ବି କରନ୍ତି। ଏପରିକି ଉର୍ଫି ନିଜ ପୋଷାକ ମାଧ୍ୟମରେ ସମାଜକୁ ଖରାପ ବାର୍ତ୍ତା ଦେଉଛନ୍ତି ବୋଲି ବି ଅଧିକାଂଶ ସମୟରେ ଅଭିଯୋଗ ହୋଇଛି। ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିବା ଉର୍ଫି ଏବେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।

ତାଙ୍କର ଏକ ଫଟୋ ଏବେ ଖୁବ ଭାଇରାଲ ହେଉଛି, ଯେଉଁଥିରେ ସେ ହସ୍ପିଟାଲ ବେଡରେ ବସିଥିବା ଦେଖାଯାଇଛି। ଏହା ସହ ତାଙ୍କ ମୁହଁରେ ଅକ୍ସଜେନ ମାସ୍କ ଲାଗିଥିବା ଦେଖିବାକୁ ମିଳିଛି। ତେବେ କେଉଁ କାରଣ ପାଇଁ ‌ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି, ତାହା ଜଣାପଡ଼ିନାହିଁ। ଉର୍ଫି ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି ହେବା ଖବର ନିଜ ଇନଷ୍ଟାଗ୍ରାମରେ ସେୟାର କରିଥିବା ବେଳେ ପରେ ଏହାକୁ ହଟାଇ ଦେଇଥିଲେ।

ତେବେ ଉର୍ଫିଙ୍କର ହସ୍ପିଟାଲ‌ ବେଡରୁ ଫଟୋ ଭାଇରାଲ ହେବା ପରେ ତାଙ୍କ ପ୍ରଶଂସକମାନେ ଚିନ୍ତାରେ ପଡ଼ିଛନ୍ତି। ଉର୍ଫିଙ୍କର କ’ଣ ହୋଇଛି, ତାହା ଜାଣିବା ପାଇଁ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button