ବିବାହର ୨ ମାସ ମଧ୍ୟରେ ‘ବେବି ବମ୍ପ୍’ ଦେଖାଇ ଗର୍ଭଧାରଣ ଖବର ଦେଲେ ଅଭିନେତ୍ରୀ – Kalinga News

[ad_1]
ମୁମ୍ବାଇ: ମାଆ ବନିବାକୁ ଯାଉଛନ୍ତି ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଅମାଲା ପାଉଲ୍। ସେ ନିଜର ପ୍ରଥମ ପିଲାକୁ ଜନ୍ମ ଦେବାକୁ ଯାଉଛନ୍ତି। ଅଭିନେତ୍ରୀ ନିକଟରେ ଏହି ଖୁସି ଖବର ସେୟାର୍ କରିଛନ୍ତି। ଦୁଇ ମାସ ତଳେ ହିଁ ଅଭିନେତ୍ରୀ ତାଙ୍କର ଦୀର୍ଘ ଦିନର ପ୍ରେମିକଙ୍କୁ ବିବାହ କରିଥିଲେ। ଅଚାନକ ଗର୍ଭବତୀ ଅଛନ୍ତି ବୋଲି ଖବର ଦେଇ ଅଭିନେତ୍ରୀ ତାଙ୍କ ପ୍ରଶଂସକମାନଙ୍କୁ ଚକିତ କରି ଦେଇଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଜାନୁଆରି ୩ ତାରିଖରେ ଅଭିନେତ୍ରୀ ତାଙ୍କର ‘ବେବି ବମ୍ପ୍’ ପ୍ରଦର୍ଶନ କରି ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଛନ୍ତି। ତାଙ୍କର ଏହି ମାତୃତ୍ବ ଯାତ୍ରାକୁ ନେଇ ସେ ନିଜର ଖୁସି ପ୍ରକାଶ କରିଛନ୍ତି।
ପ୍ରଥମ ଫଟୋରେ ସ୍ବାମୀ ଜଗତଙ୍କ ହୃଦୟରେ ଅମାଲାଙ୍କୁ ଦେଖିବାକୁ ମିଳିଛି। ଫଟୋଟି ଏଡିଟେଡ୍ ଓ ଏଥିରେ ଅମାଲାଙ୍କ ‘ବେବି ବମ୍ପ୍’ ବି ଦେଖିବାକୁ ମିଳିଛି। ସେ ସ୍ବାମୀଙ୍କ ସହ ଯାଇ ସମୁଦ୍ର କୂଳରେ ଫଟୋ ସୁଟ୍ କରାଇଛନ୍ତି। ସେ ତାଙ୍କ କ୍ୟାପ୍ସନ୍ରେ ୧+୧=୩ ଲେଖିଛନ୍ତି।
ଗତବର୍ଷ ଅକ୍ଟୋବର ୨୬ ତାରିଖରେ ସାଉଥ ଅଭିନେତ୍ରୀ ଅମାଲା ପାଉଲଙ୍କ ୩୨ତମ ଜନ୍ମଦିନରେ ପ୍ରଥମେ ତାଙ୍କ ପ୍ରେମିକ ଜଗତ ଦେସାଇ ବିବାହ ପ୍ରସ୍ତାବ ଦେଇଥିଲେ। ବିବାହ ପ୍ରସ୍ତାବ ଦେବା ସମୟର ଫଟୋକୁ ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ଏହି ଫଟୋକୁ ଦେଖି ଅଭିନେତ୍ରୀଙ୍କ ଫ୍ୟାନ୍ସମାନେ ବେଶ୍ ଖୁସି ହୋଇଯାଇଥିଲେ।
ପରେ ନଭେମ୍ବର ମାସରେ ଅମାଲା ଆଉ ଏକ ଫଟୋ ସେୟାର କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ। କାରଣ ଏହି ଫଟୋଟି ଅଭିନେତ୍ରୀ ତାଙ୍କ ପ୍ରେମିକ ଜଗତ ଦେସାଇଙ୍କୁ ବିବାହ କରିଥିବାର ଦେଖିବାକୁ ମିଳିଥିଲା। ଅମଲା କାହାକୁ କିଛି ନଜଣାଇ ଏମିତି ଲୁଚିଲୁଚି ବିବାହ କରିବାର କାରଣ କ’ଣ ହୋଇଥାଇପାରେ ସେ କଥାକୁ ନେଇ ଫ୍ୟାନ୍ସମାନଙ୍କ ମନରେ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।
[ad_2]