ଅପରାଧ

ଆଡମିଟ କାର୍ଡରେ ସନ୍ନିଙ୍କ ଫଟୋ ମୋର ଦୁଇବର୍ଷର ପରିଶ୍ରମକୁ ବୃଥା କରିଦେଲା: ପରୀକ୍ଷାର୍ଥୀ – Kalinga News

[ad_1]

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ପୁଲିସ କନଷ୍ଟେବଳ ଚାକିରି ପାଇଁ ଉଦ୍ଦିଷ୍ଟ ପରୀକ୍ଷା ନିମନ୍ତେ ପ୍ରସ୍ତୁତ କରାଯାଇଥିବା ଆଡ୍‌ମିଟ୍‌ କାର୍ଡଗୁଡ଼ିକ ମଧ୍ୟରୁ ଗୋଟିକରେ ଅଭିନେତ୍ରୀ ସନ୍ନି ଲିଓନ୍‌ଙ୍କ ଫଟୋ ଓ ନାଁ ରହିଥିବା ଘଟଣା ସାମ୍ନାକୁ ଆସିଥିଲା।

ସନ୍ନି ଲିଓନଙ୍କ ଫଟୋ ଥିବା ଆଡମିଟ କାର୍ଡଟି ଧର୍ମେନ୍ଦ୍ର କୁମାରଙ୍କ ରହିଥିବା ଜଣାପଡ଼ିଛି। ଏହି ଫଟୋ ହେତୁ ସେ ପରୀକ୍ଷା ଦେବାରୁ ବଞ୍ଚିତ ରହିଛନ୍ତି। ଏହି ଘଟଣାକୁ ନେଇ ଧର୍ମେନ୍ଦ୍ର କହିଛନ୍ତି,‘ ଉତ୍ତର ପ୍ରଦେଶ ପୁଲିସ କନଷ୍ଟେବଳ ଚାକିରି ପାଇଁ ମୁଁ ଦୁଇବର୍ଷ ହେବ ଖୁବ ପରିଶ୍ରମ କରି ଆସୁଛି। ଯେତେବେଳେ ଏହି ପରୀକ୍ଷା ପାଇଁ ଆବେଦନ ବାହାରିଲା ମୁଁ ଉତ୍ସାହର ସହ ଫର୍ମ ପୂରଣ କରି ପରୀକ୍ଷା ତାରିଖକୁ ଅପେକ୍ଷା କରି ବସିଥିଲି। ପରୀକ୍ଷା ସମୟ ସହିତ ଆର୍ଡମିଟ ବି ଆସି ଯାଇଥିଲା । ଏହି ଆର୍ଡମିଟ କାର୍ଡରେ ମୋ ନାମ ସହିତ  ସନ୍ନି ଲିଓନଙ୍କ ଫଟୋ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ଏହି ଫଟୋ ପାଇଁ ମୋର ଅନେକ ଦିନର ପରିଶ୍ରମ ବୃଥା ହୋଇଗଲା। କାରଣ ମୋତେ ପରୀକ୍ଷା ଦେବାକୁ ଅନୁମତି ଦିଆଗଲା ନାହିଁ।

‘ଉତ୍ତର ପ୍ରଦେଶ ପୋଲିସ୍‌ ରିକ୍ରୁଟ୍‌ମେଣ୍ଟ୍‌ ଆଣ୍ଡ୍‌ ‌ପ୍ରମୋସନ୍‌ ବୋର୍ଡ’ର ୱେବ୍‌ସାଇଟ୍‌ରେ ୧୨୨୫୮୫୭୪ ନମ୍ବରରେ ପଞ୍ଜୀକୃତ ହୋଇଥିବା ଆଡ୍‌ମିଟ୍‌ କାର୍ଡରେ ସନ୍ନି ଲିଓନ୍‌ଙ୍କ ଫଟୋ ରହିଥିଲା। ଏହି ଘଟଣା ଭାଇରାଲ ହେବାପରେ  ଅଧିକାରୀମାନେ ଯାଞ୍ଚ ଆରମ୍ଭ କରି ଦେଇଛନ୍ତି।

ଏ ସଂକ୍ରାନ୍ତରେ ନିଜଆଡୁ ସ୍ପଷ୍ଟୀକରଣ ଦେଇ ‘ଉତ୍ତର ପ୍ରଦେଶ ପୁଲିସ ରିକ୍ରୁଟ୍‌ମେଣ୍ଟ୍‌ ଆଣ୍ଡ୍‌ ‌ପ୍ରମୋସନ୍‌ ବୋର୍ଡ’ କହିଛି ଯେ, ସନ୍ନି ଲିଓନ୍‌ଙ୍କ ନାମ ଥାଇ ଭାଇରାଲ୍‌ ହୋଇଥିବା ଆଡ୍‌ମିଟ୍‌ କାର୍ଡଟି ଜାଲ୍‌ (ଫେକ୍)। ପରୀକ୍ଷା ଦେବା ପାଇଁ ଆବେଦନ କରୁଥିବା ବେଳେ ଜଣେ ପ୍ରାର୍ଥୀ ଭୁଲ୍‌ ଫଟୋ ଅପ୍‌ଲୋଡ୍‌ କରିପକାଇଥିଲେ। ଅଭିଯୋଗ ପାଇବା ପରେ ରିକ୍ରୁଟ୍‌ମେଣ୍ଟ୍‌ ବୋର୍ଡ ତୁରନ୍ତ ତାହାକୁ ସଂଶୋଧନ କରିଥିଲା।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button