ଅପରାଧ

ଦଳିତ ଯୁବତୀଙ୍କୁ ପୁଲିସର ଦୁଷ୍କର୍ମ ଓ ହତ୍ୟା – Kalinga News

[ad_1]

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରାରେ ଜଣେ ୨୫ ବର୍ଷୀୟା ଦଳିତ ଯୁବତୀଙ୍କୁ ଜଣେ ପୁଲିସ କନେଷ୍ଟବଳ ଦୁଷ୍କର୍ମ କରିବା ପରେ ଗଳା ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତ ଡିସେମ୍ବର ୨୯ ତାରିଖରେ କନେଷ୍ଟବଳ ରାଘବେନ୍ଦ୍ର ସିଂହ(୨୭)ର ଭଡ଼ାଘରୁ ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ବରିଷ୍ଠ ପୁଲିସ ଅଧିକାରୀ ଆର୍‌କେ ସିଂହ କହିଛନ୍ତି, ବେଲନଗଞ୍ଜରେ ଭଡ଼ା ଘରେ ଝୁଲନ୍ତ ଅବସ୍ଥାରେ ମିଳିଥିବା ମହିଳାଙ୍କ ହତ୍ୟା ମାମଲାରେ ଆଗ୍ରାରେ ନିୟୋଜିତ କନେଷ୍ଟବଳକୁ ଗିରଫ କରାଯାଇଛି। ମହିଳାଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ସିଂହ ଓ ମହିଳା ଜଣକ ଝାନ୍ସିରେ ନର୍ସିଂ ପ୍ରଶିକ୍ଷଣ ନେଇଥିଲେ ଏବଂ ସେବେଠାରୁ ଯୋଗାଯୋଗରେ ଥିଲେ।

ପୁଲିସ କହିଛି ଯେ ମହିଳା ଜଣକ ଘଟଣାର ଗୋଟିଏ ଦିନ ପୂର୍ବରୁ କନେଷ୍ଟବଳଙ୍କ ଭଡ଼ାଘରକୁ ଯାଇଥିଲେ। ଘଟଣା ଦିନ ସିଂହ ଥାନାରୁ ତାଙ୍କ ଘରକୁ ଶୀଘ୍ର ଚାଲିଯାଇଥିଲେ। ପରେ ସେ ଘଟଣା ସମ୍ପର୍କରେ ତାଙ୍କ ସହକର୍ମୀଙ୍କୁ ଜଣାଇଥିଲେ ବୋଲି ପୁଲିସ କହିଛି। ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି କନେଷ୍ଟବଳଙ୍କୁ ରବିବାର ଗିରଫ କରାଯାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button