ଖେଳ ଖବର

ଆଇଟିଏଫ୍‌ ଟାଏକୋଣ୍ଡୋ: ଓଡ଼ିଶାକୁ ୧୫ ପଦକ – Kalinga News

[ad_1]

ଭୁବନେଶ୍ବର: ବେଙ୍ଗାଲୁରୁରେ ଆୟୋଜିତ ୩୮ତମ ଜାତୀୟ ଆଇଟିଏଫ୍‌ ଟାଏକୋଣ୍ଡୋ ପ୍ରତିଯୋଗିତାରେ ଓଡ଼ିଶାକୁ ୧ ସ୍ବର୍ଣ୍ଣ, ୯ ରୌପ୍ୟ, ୫ କାଂସ୍ୟ ସହ ‌ମୋଟ ୧୫ ପଦକ ମିଳିଛି। ତ୍ରିନାଥ ମଣ୍ଡଳ ସ୍ବର୍ଣ୍ଣ ଜିତିଥିଲା ବେଳେ କୁଲଦୀପ ନାୟକ, ଶୁଭମ ନାୟକ ୩ ଲେଖାଏଁ, ଲକ୍ଷ୍ମୀ ପ୍ରସାଦ ୨ ଓ ପୁଣ୍ୟବ୍ରହ୍ମ ମୁଦୁଲି ଗୋଟିଏ ରୌପ୍ୟ ପାଇଥିଲେ। ସାଇପ୍ରେମ ଡୋରା, ଶ୍ରେୟାଂଶୁ ଦାସ, ଆଦିତ୍ୟ ନାରାୟଣ ସୁବୁଦ୍ଧି, ସୁରଜ ବେହେରା, ଜାଗୃତି ପ୍ରିୟଦର୍ଶିନୀ ନାୟକ କାଂସ୍ୟ ଜିତିଥିଲେ। ଏହି ପ୍ରତିଯୋଗିତାରେ ମୁଖ୍ୟ ପ୍ରଶିକ୍ଷକ ଲକ୍ଷ୍ମୀପ୍ରସାଦ ନାୟକଙ୍କ ନେତୃତ୍ବରେ କଳିଙ୍ଗ ଯୋଦ୍ଧା ଟାଏକୋଣ୍ଡୋ ଏକାଡେମିରେ ପ୍ରଶିକ୍ଷିତ ୧୫ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଏହି ସଫଳତା ଲାଗି ଦଳକୁ ମୁକ୍ତିଶ୍ବର ପାତ୍ର, ସୁଶାନ୍ତ କୁମାର ପଣ୍ଡା, କଳିଙ୍ଗ ଯୋଦ୍ଧା ଫାଉଣ୍ଡେସନର ଟ୍ରଷ୍ଟି ସୁଶାନ୍ତ କୁମାର ସାହୁ, ପ୍ରିୟବ୍ରତ ପାଢ଼ୀ, ସଂଜୟ ମହାନ୍ତି, ପ୍ରଶାନ୍ତ କୁମାର ସାହୁ ଓ ପୂର୍ବତନ କାଉନସିଲର ସେଖ୍‌ ନିଜାମଉଦ୍ଦିନ ଅଭିନନ୍ଦନ ଜଣାଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button