ମନୋରଞ୍ଜନ

ମୋର ମୃତ୍ୟୁ ହୋଇସାରିଥିଲା, ହେଲେ…: ଶ୍ରେୟସ ତଲପଡ଼େ – Kalinga News

[ad_1]

ମୁମ୍ବାଇ: କିଛି ଦିନ ତ‌ଳେ ସୁଟିଂ ସେଟରେ ହୃଦଘାତର ଶିକାର ହୋଇଥିଲେ ବଲିଉଡ ଅଭିନେତା ଶ୍ରେୟସ ତଲପଡ଼େ। ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ତାଙ୍କର ‘ଆଞ୍ଜିଓପ୍ଲାଷ୍ଟି’ କରାଯାଇଥିଲା। ଏବେ ସେ ସୁସ୍ଥ ହୋଇ ଘରକୁ ଫେରିବା ପରେ ସେଦିନ ପ୍ରକୃତରେ କ’ଣ ଘଟିଥିଲା, ତାହା ଜଣାଇଛନ୍ତି। ଏମିତି କି ତାଙ୍କର ମୃତ୍ୟୁ ହୋଇସାରିଥିଲା ଏବଂ ଏହା ତାଙ୍କର ଦ୍ବିତୀୟ ଜୀବନ ବୋଲି କହିଛନ୍ତି ଶ୍ରେୟସ।

ସେ କହିଛନ୍ତି ଯେ, “ମୁଁ ମୋ ଜୀବନରେ ପୂର୍ବରୁ କେବେ ହସ୍ପିଟାଲରେ ଭର୍ତ୍ତି ହୋଇ ନଥିଲି। ଏପରିକି ଗୋଡ଼ ଭାଙ୍ଗିବା ପାଇଁ ବି ନୁହେଁ। ତେଣୁ ମୋ ସହ ଏଭଳି କିଛି ହେବ ବୋଲି ମୁଁ ଜାଣିନଥିଲି। ଅଢ଼େଇ ବର୍ଷ ହେଲାଣି ମୁଁ ବିଶ୍ରାମ ନକରି କାମ କରିଚାଲିଥିଲି। ଗୋଟାଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା, ସୁଟିଂ କରିବା, ପରିବାରକୁ ସମୟ ନଦେଇ ମୁଁ କାମ କରିଚାଲିଥିଲି। ଏମଧ୍ୟରେ ମୋତେ ଅଣନିଶ୍ବାସୀ ଲାଗିବାରୁ ମୁଁ ମୋର ସବୁ ପରୀକ୍ଷା କରାଇଥିଲି। କେ‌ାଲେଷ୍ଟ୍ରଲ ଅଧିକ ଥିବାରୁ ମୁଁ ଔଷଧ ଖାଇବା ମଧ୍ୟ ଆରମ୍ଭ କରିଥିଲି। ଆମ ପରିବାରରେ ଅନେକଙ୍କର ହୃଦ ସମସ୍ୟା ଥିବାରୁ ମୁଁ ମୋର ଇସିଜି ମଧ୍ୟ କରାଇ ସତର୍କ ରହିବା ଆରମ୍ଭ କରିଥିଲି। ଘଟଣା ଦିନ ମୁମ୍ବାଇରେ ଫିଲ୍ମର ସୁଟିଂ ଶେଷ ହେବା ପରେ ମୋତେ ଅଣନିଶ୍ବାସୀ ଲାଗିଥିଲା। ମୋର ବାମ ହାତରେ ଯନ୍ତ୍ରଣା ହେବାରୁ ମୁଁ ବହୁ କଷ୍ଟରେ ସେଟରୁ ବାହାରକୁ ଆସିଲି। ପ୍ରଥମେ ହସ୍ପିଟାଲ ଯିବି ବୋଲି ଭାବିଥିଲେ ବି ପ‌ରେ ମୁଁ ଘରକୁ ଯାଇଥିଲି। ଘରକୁ ଯିବା ପରେ ପତ୍ନୀ ମୋ ଅବସ୍ଥା ଦେଖି ମୋତେ ତୁରନ୍ତ ହସ୍ପିଟାଲ ନେଇଥିଲେ।”

ସେ ଆହୁରି କହିଛନ୍ତି ଯେ, “ହସ୍ପିଟାଲ ଗେଟ୍ ପର୍ଯ୍ୟନ୍ତ ମୋର ଚେତା ଥିଲା। ହେଲେ ଏହା ପରେ ମୋର ହୃଦଘାତ ହେବାକୁ ମୁଁ ଚେତା ହରାଇଥିଲି। ନିଶ୍ବାସ ମଧ୍ୟ ବନ୍ଦ ହୋଇଯାଇଥିଲା। ମୋର ଅବସ୍ଥା ଦେଖି ଡାକ୍ତର ତୁରନ୍ତ ସିପିଆର ଓ ଇଲେକ୍ଟ୍ରିକ୍ ସକ୍ ଦେବାରୁ ମୋର ଚେତା ଫେରିଥିଲ‌ା। ଏବେ ମୋତେ ଦ୍ବିତୀୟ ଜୀବନ ମିଳିଛି। ଲଗାତାର କାମ କରିବା ଅପେକ୍ଷା ମୁଁ ବିଶ୍ରାମ ନେଇ କାମ କରିବା ଆରମ୍ଭ କରିଛି।”



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button