ମନୋରଞ୍ଜନ

ରିଲିଜ୍ ହେଲା ‘ତ୍ରିକନ୍ୟା’ର ନୂଆ ଗୀତ, କଣ୍ଢେଇ ସାଜିକି ଆସିଲୁ… – Kalinga News

[ad_1]

ଭୁବନେଶ୍ବର: ବଡ଼ ପରଦାକୁ ଆସୁଛି ଏ ବର୍ଷର ବହୁପ୍ରତୀକ୍ଷିତ ସିନେମା ‘ତ୍ରିକନ୍ୟା’। ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଏହି ସିନେମାର ନୂଆ ଗୀତ ରିଲିଜ୍ ହୋଇଛି। ଏହାର ମୁଖୁଡ଼ା ହେଲା…ମୋ ହାତରେ ହାତରେଖା ଲେଖିଛି ମୋର ତୋରି ସାଥେ, ରହିଥିବି ସବୁ ବେଳେ ମୁଁ ଖାଲି ତୋ ପାଖେ, କଣ୍ଢେଇ ସାଜିକି ଆସିଲୁ, କିମିଆଁଟିଏ କରିଲୁ। ‘ତ୍ରିକନ୍ୟା’ର ଆଉ ଏକ କନ୍ୟାର କାହାଣୀ ରହିଛି ଏହି ଗୀତରେ। ଅନୁରାଗ ପଟ୍ଟନାୟକ ଏହାର ସଙ୍ଗୀତକାର ଓ କପିଳେଶ୍ୱର ରାଉତ ଗୀତିକାର। ଏଥିରେ କଣ୍ଠଦାନ କରିଛନ୍ତି କୁଲଦୀପ ପଟ୍ଟନାୟକ ଓ ଡି ଅଭିଷେକ। ଗୀତଟି ଅଭିନେତା ସୁକାନ୍ତ ରଥ ଓ ଅଭିନେତ୍ରୀ ନିଭିଙ୍କ ଉପରେ ପିକଚରାଇଜ୍ ହୋଇଛି। ଗୀତଟି ବେଶ ମନଛୁଆଁ ହୋଇଛି।

ଉଲ୍ଲେଖଯୋଗ୍ୟ, ‘ତ୍ରିକନ୍ୟା’ରେ ମନୋଜ ମିଶ୍ର, ବର୍ଷା ପଟ୍ଟନାୟକ, ପାର୍ଥସାରଥୀ, ଶ୍ରଦ୍ଧା, ସୁକାନ୍ତ, ନିଭି, ଅମନ, ନିଶାନ୍ତ ମାଜିଥିୟା ଓ ସିଜନ୍ ମହାପାତ୍ର ପ୍ରମୁଖ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button