ଆଇପିଏଲ ପୂର୍ବରୁ କେଏଲ ରାହୁଲଙ୍କ ଟିମକୁ ଲାଗିଲା ବଡ଼ ଝଟକା – Kalinga News

[ad_1]
ନୂଆଦିଲ୍ଲୀ: ଆଇପିଏଲ ପୂର୍ବରୁ କେଏଲ ରାହୁଲଙ୍କ ଟିମକୁ ଲାଗିଲା ବଡ଼ ଝଟକା। ଲକ୍ଷ୍ନୌ ସୁପର ଜିଆଣ୍ଟସର ହାତ ଛାଡ଼ିଲେ ବ୍ୟାଟିଂ କୋଚ୍ ବିଜୟ ଦହିଆ। ଆଇପିଏଲ୍ ୨୦୨୪ପୂର୍ବରୁ ଦଳ କୋଚିଂ ଷ୍ଟାଫରେ ବଡ଼ ପରିବର୍ତ୍ତନ ହୋଇଥିବା ବେଳେ ବିଜୟ ଦଳର ହାତ ଛାଡ଼ିଥିବା ଜଣାପଡ଼ିଛି। ଆଇପିଏଲ୍ ୨୦୨୨ ଅର୍ଥାତ୍ ଲକ୍ଷ୍ନୌର ପ୍ରଥମ ଆଇପିଏଲ ସିଜିନରୁ ବିଜୟ ଦଳ ସହିତ ଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଦଳର ହାତ ଛାଡ଼ିବା ପରେ ସୋସିଆଲ ମିଡିଆରେ ପୋଷ୍ଟ କରି ଆଇପିଏଲ୍ ୨୦୨୪ରେ ଦଳ ଭଲ ପ୍ରଦର୍ଶନ କରୁ ବୋଲି କାମନା କରିଛନ୍ତି ବିଜୟ। ସେ ଲେଖିଛନ୍ତି ଯେ, ଲକ୍ଷ୍ନୌ ସୁପର ଜିଆଣ୍ଟସଠାରୁ ବିଦାୟ ନେବାର ସମୟ ଆସିଛି। ଗତ ଦୁଇ ବର୍ଷ ଧରି ଦଳ ସହିତ କାର୍ଯ୍ୟ କରିବା ଏକ ଚମତ୍କାର ଅନୁଭୂତି ଥିଲା। ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ବହୁତ ଶୁଭେଚ୍ଛା।
ବିଜୟଙ୍କ ପୂର୍ବରୁ ମୁଖ୍ୟ ପ୍ରଶିକ୍ଷକ ମଧ୍ୟ ବଦଳିଥିବା ଦେଖାଯାଇଥିଲା। ଆଇପିଏଲ୍ ୨୦୨୪ ପୂର୍ବରୁ ଆଣ୍ଡି ପ୍ଲାୱାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରେ ଯୋଗ ଦେବା ପରେ ଅଷ୍ଟ୍ରେଲୀୟ ଓପନର ଜଷ୍ଟିନ ଲେଙ୍ଗରଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଥିଲା ଲକ୍ଷ୍ନୌ।
ସେହିଭଳି ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର ପ୍ରଥମ ଦୁଇ ବର୍ଷ ପାଇଁ ଲକ୍ଷ୍ନୌ ପାଇଁ ମେଣ୍ଟର ଭୂମିକା ଗ୍ରହଣ କରିଥିଲେ। କିନ୍ତୁ ୨୦୨୪ ଆଇପିଏଲ୍ ପୂର୍ବରୁ ସେ ଲକ୍ଷ୍ନୌ ଛାଡି କୋଲକାତା ନାଇଟ୍ ରାଇଡର୍ସ(କେକେଆର)ରେ ଯୋଗ ଦେଇଛନ୍ତି। ୨୦୨୪ରେ ଗମ୍ଭୀରଙ୍କୁ କେକେଆରର ମେଣ୍ଟର ଭାବରେ ଦେଖିବାକୁ ମିଳିବ।
[ad_2]