ଟସ୍ ଜିତିଲା ବେଙ୍ଗାଲୁରୁ: ପ୍ରଥମେ ବୋଲିଂ ନିଷ୍ପତ୍ତି – Kalinga News

[ad_1]
ବେଙ୍ଗାଲୁରୁ: ଆଇପିଏଲ୍ ୨୦୨୪ର ଷଷ୍ଠ ମ୍ୟାଚ୍ ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଏବଂ ପଞ୍ଜାବ କିଙ୍ଗ୍ସ(ପିବିକେଏସ୍) ସୋମବାର କର୍ଣ୍ଣାଟକର ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଅଧିନାୟକ ଫାଫ୍ ଡୁ ପ୍ଲେସିସି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶିଖର ଧାୱନଙ୍କ ନେତୃତ୍ବରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
Toss Update
@RCBTweets win the toss and elect to bowl against @PunjabKingsIPL.
Follow the Match
https://t.co/cmauIj3e0o#TATAIPL | #RCBvPBKS pic.twitter.com/WwPzXWZTFM
— IndianPremierLeague (@IPL) March 25, 2024
ପଞ୍ଜାବ କିଙ୍ଗ୍ସପ୍ଲେଇଙ୍ଗ ୧୧ରେ ଶିଖର ଧାୱନ (ଅଧିନାୟକ), ଜନି ବେୟାରଷ୍ଟୋ, ପ୍ରଭାସିମରନ୍ ସିଂ, ସୈମ କୁରାନ୍, ଜିତେଶ ଶର୍ମା (ୱିକେଟ୍ କିପର), ଲିଆମ୍ ଲିଭିଙ୍ଗଷ୍ଟୋନ୍, ଶଶାଙ୍କ ସିଂ, ହରପ୍ରୀତ ବରାଡ, ହର୍ଷଲ ପଟେଲ, କାଗିସୋ ରବାଡା, ରାହୁଲ ଚହର ରହିଛନ୍ତି।
ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପ୍ଲେଇଙ୍ଗ ୧୧ରେ ଫାଫ୍ ଡୁ ପ୍ଲେସିସ୍ (ଅଧିନାୟକ), ବିରାଟ କୋହଲି, ରଜତ ପାଟିଦାର, ଗ୍ଲେନ୍ ମ୍ୟାକ୍ସୱେଲ, କ୍ୟାମେରନ୍ ଗ୍ରୀନ୍, ଦୀନେଶ କାର୍ତ୍ତିକ, ଅନୁଜ ରାୱତ (ୱିକେଟ୍ କିପର), ଅଲଜାରୀ ଜୋସେଫ, ମୟଙ୍କ ଡାଗର, ମହମ୍ମଦ ସିରାଜ, ୟଶ ଦୟାଲ ରହିଛନ୍ତି।
[ad_2]