ଦେଶ- ବିଦେଶ

ପୋଷ୍ଟ ଅଫିସର ଏହି ସ୍କିମ୍ ରେ ଆପଣ ଏକାଥରେ ହୋଇଯିବେ ଲକ୍ଷପତି, ମାତ୍ର 10 ହଜାର ଟଙ୍କା ନିବେଶ କଲେ ପାଇବେ 16 ଲକ୍ଷରୁ ବି ଅଧିକ ରାଶି, ଦେଖନ୍ତୁ କଣ ରହିଛି ଏହି ସ୍କିମ୍ ରେ

ଗ୍ରାହକଙ୍କ ପାଇଁ ଏକ ଜବରଦସ୍ତ ସ୍କିମ୍ ନେଇ ପୋଷ୍ଟ ଅଫିସ । ଏହି ସ୍କିମ ଅନୁଯାୟୀ ମାତ୍ର ୧୦ ହଜାର ଟଙ୍କା ଦେଇ ଆପଣ ୧୬ ହଜାର ଟଙ୍କା ପାଇବେ । ସମସ୍ତେ ଏମିତି ଏକ ଜାଗାରେ ଟଙ୍କା ନିବେଶ କରିବାକୁ ଚାହିଁଥାନ୍ତି ଯେଉଁଠି ଟଙ୍କା ଶୀଘ୍ର ରିଟର୍ନ ମିଳିବା ସହ ରିସ୍କ ମଧ୍ୟ କମ୍ ରହିଥାଏ । ଏହାସହ ରିଟର୍ନ ମଧ୍ୟ ଭଲ ମିଳୁ ବୋଲି ସମସ୍ତଙ୍କର ଇଚ୍ଛା ଥାଏ । ତେଣୁ ଆପଣ ମଧ୍ୟ ଏମିତି ଏକ ଜାଗାରେ ଟଙ୍କା ରଖିବା ଉଚିତ ଯେଉଁଠି ନା ରିସ୍କ ଥିବ ନା ଟଙ୍କାର ସୁରକ୍ଷାକୁ ନେଇ ଚିନ୍ତା ଥିବ । କେବଳ ସୁରକ୍ଷିତ ହିଁ ସୁରକ୍ଷିତ ସ୍ଥାନରେ ଟଙ୍କା ରଖିବା ଉଚିତ ।

ଆଜି ଆମେ ଆପଣଙ୍କୁ ଏମିତି ଏକ ନିବେଶ ବିଷୟରେ ଜଣାଇବୁ ଯେଉଁଠି ରିସ୍କ ନଥିବା ସହ ଭଲ ରିଟର୍ନ ମଧ୍ୟ ମିଳୁଛି । ଆଜ୍ଞା ହଁ, ଆମେ ଆପଣଙ୍କୁ କହିବାକୁ ଯାଉଛୁ ପୋଷ୍ଟ ଅଫିସ୍ ର ରିକରିଙ୍ଗ ଡିପୋଜିଟ ବିଷୟରେ । ତେବେ ଆସନ୍ତୁ ଜାଣିବା କେମିତି କରିବେ ପୋଷ୍ଟ ଅଫିସ ଆରଡ଼ି ନିବେଶ । ପୋଷ୍ଟ ଅଫିସ ଆରଡ଼ି ଡିପୋଜିଟ ଆକାଉଣ୍ଟ ଭଲ ସୁଧ ଦର ଦ୍ସାହୀତ ଛୋଟ କିସ୍ତି ଜମା କରିବାର ଏକ ସରକାରୀ ଗ୍ୟାରେଣ୍ଟି ଯୋଜନା । ଏଥିରେ ଆପଣ କେବଳ ୧୦୦ ଟଙ୍କାର ଛୋଟ ରାଶିରୁ ମଧ୍ୟ ନିବେଶ ଆରମ୍ଭ କରିପାରିବେ ।

ଆରଡ଼ି ଡିପୋଜିଟ ପ୍ଳାନରେ ଟଣା ନିବେଶ କରିବାର କୌଣସି ଅଧିକତମ ସୀମା ନାହିଁ । ଅର୍ଥାତ ଆପଣ ଯେତେ ଟଙ୍କା ଚାହିଁବେ ଏଥିରେ ଡିପୋଜିଟ କରିପାରିବେ । ଏହି ସ୍କିମ ଅନୁଯାୟୀ ଆକାଉଣ୍ଟ ୫ ବର୍ଷ ପାଇଁ ଖୋଲା ଯାଇଥାଏ । କିନ୍ତୁ ପୋଷ୍ଟ ଅଫିସ ୬ ମାସ, ୧ ବର୍ଷ, ଦୁଇ ବର୍ଷ ଓ ୩ ବର୍ଷ ପାଇଁ ରିକରିଙ୍ଗ ଡିପୋଜିଟ ଆକାଉଣ୍ଟ ସୁବିଧା ଯୋଗାଇଥାଏ । ଏଥିରେ ଜମା ଟଙ୍କା ଉପରେ ସୁଧ ପ୍ରତି ତିନି ମାସରେ ଥରେ ହିସାବ କରା ଯାଇଥାଏ ।

ଯାହା ପ୍ରତି ତିନିମାସ ଶେଷରେ ଆପଣଙ୍କ ଆକାଉଣ୍ଟରେ ଯୋଡି ଦିଆ ଯାଇଥାଏ । ଏହି ରିକରିଙ୍ଗ ଡିପୋଜିଟ ସ୍କିମ୍ ରେ ଗ୍ରାହକଙ୍କୁ ୫.୮% ସୁଧ ମିଳୁଛି । ଏହି ନୂଆ ଦର ୧ ଏପ୍ରିଲ ୨୦୨୦ ଠାରୁ ଲାଗୁ ହୋଇଛି । ଭାରତ ସରକାର ନିଜର ସମସ୍ତ ଛୋଟ ସଞ୍ଚୟ ଯୋଜନାର ସୁଧହାର ପ୍ରତି ତିନିମାସରେ ଧାର୍ଯ୍ୟ କରିଥାନ୍ତି । ଯଦି ଆରଡ଼ି ସ୍କିମ୍ ରେ ଆପଣ ପ୍ରତି ମାସରେ ୧୦ ହଜାର ଟଙ୍କା ଲେଖାଏଁ ଡିପୋଜିଟ କରୁଛନ୍ତି, ତେବେ ଆପଣଙ୍କୁ ୧୦ ବର୍ଷ ପରେ ୫.୮% ସୁଧ ଦର ଉପରେ ୧୬ ଲକ୍ଷ ଟଙ୍କାରୁ ବି ଅଧିକ ରାଶି ମିଳିବ ।

ଆରଡ଼ି ଆକାଉଣ୍ଟରେ ନିୟମିତ ଟଙ୍କା ଜମା କରିବାକୁ ପଡିଥାଏ । ସମୟରେ ଟଙ୍କା ଜମା ନକଲେ ଆପଣଙ୍କୁ ପ୍ରତି ମାସରେ ୧ ପ୍ରତିଶତ ଜୋରିମାନା ମଧ୍ୟ ଦେବାକୁ ପଡିଥାଏ । ଆଉ ୪ଟି କିସ୍ତି ଭରିବା ପରେ ଆପଣଙ୍କ ଖାତାକୁ ବନ୍ଦ ମଧ୍ୟ କରି ଦିଆଯାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button