ଜ୍ୟୋତିଷ

Garuda Puran- ହିନ୍ଦୁ ଧର୍ମରେ ମୃତ୍ୟୁ ପରେ ଶିଶୁ ମାନଙ୍କୁ କାହିଁକି ଦାହ କରାଯାଏ ନାହିଁ ? କଣ ଅଟେ ଏହା ପଛର ରହସ୍ୟ !

ଅନ୍ୟ ଧର୍ମ ମାନଙ୍କରେ ବ୍ୟକ୍ତି ମୃତ୍ୟୁବରଣ କରିବା ପରେ କବର ଦେବାର ପ୍ରଥା ରହିଥିବା ବେଳେ ହିନ୍ଦୁ ଧର୍ମରେ ଶବକୁ ଦାହ କରାଯାଏ ବା ଜଳାଯାଏ । କିନ୍ତୁ ଆପଣ ଜାଣିଛନ୍ତି କି ହିନ୍ଦୁ ଧର୍ମରେ ଯଦି ନବଜାତ ଶିଶୁଙ୍କର ମୃତ୍ୟୁ ହୁଏ ତେବେ ତାଙ୍କୁ ଦାହ କରିବା ପରିବର୍ତ୍ତେ ପୋତା ଯାଇଥାଏ । ଯଦି ଆପଣ ଏହାର କାରଣ ଜାଣିବାକୁ ଚାହୁଁଛନ୍ତି ତେବେ ଏହାକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ । ତେବେ ଚାଲନ୍ତୁ ଜାଣିବା ହିନ୍ଦୁ ଧର୍ମରେ ଶିଶୁଙ୍କ ଶବକୁ କଣ ପାଇଁ ପୋତା ଯାଇଥାଏ ।

ଗରୁଡ ପୁରାଣରେ ବର୍ଣ୍ଣିତ କଥା ଅନୁସାରେ ପକ୍ଷୀରାଜ ଗରୁଡ ପଚାରିବା ପରେ ଭଗବାନ ବିଷ୍ଣୁ ତାନ୍ବ୍କୁ କହିଥିଲେ କି ଯଦି କୌଣସି ସ୍ତ୍ରୀର ଗର୍ଭପାତ ହୁଏ କିମ୍ବା ଜନ୍ମ ପରେ ଦୁଇ ବର୍ଷ ବୟସ ପର୍ଯ୍ଯନ୍ତ ଯଦି କୌଣସି ବାଳକ ଏବଂ ବାଳିକାଙ୍କର ମୃତ୍ୟୁ ହୁଏ ତେବେ ତାକୁ ଦାହ କରିବା ପରିବର୍ତ୍ତେ ପୋତା ଯାଇଥାଏ । କିନ୍ତୁ ଦୁଇରୁ ଅଧିକ ବଯସର ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ତାଙ୍କୁ ଦାହ କରାଯାଏ । ଗରୁଡ ପୁରାଣରେ ଲିଖିତ କଥା ଅନୁସାରେ ମଣିଷ ଜନ୍ମ ହେବାର ଦୁଇ ବର୍ଷ ଯାଏଁ ମୋହମାୟାରୁ ଦୂରେଇ ରହିଥାଏ ଅର୍ଥାତ କିଛି ଜାଣି ନଥାଏ ।

ଏପରି ସ୍ଥିତିରେ ତାଙ୍କ ଶରୀରରେ ଅବସ୍ଥାନ କରିଥିବା ଆତ୍ମାର କିଛି ମୋହ ନଥାଏ । ଏମିତିରେ ଦୁଇ ବର୍ଷରୁ କମ୍ ଶିଶୁଙ୍କର ମୃତ୍ୟୁ ହେଲେ ତାଙ୍କ ଆତ୍ମା ସେହି ଶରୀରକୁ ଅତି ସହଜରେ ତ୍ୟାଗ କରିଥାଏ । ମଣିଷ ଯେତେ ବଡ ହୁଏ ମୋହମାୟାରେ ବାନ୍ଧି ହୋଇଯାଏ ଓ ସେହି ଶରୀର ପ୍ରତି ମୋହବନ୍ଧନର ଆକର୍ଷଣ ବଢେ । ଆଉ ଯେପର୍ଯ୍ୟନ୍ତ ମୃତ ଶରୀରକୁ ଦାହ କରା ନଯାଏ ସେ ସେହି ଶରୀରରେ ପ୍ରବେଶ କରିବା ପାଇଁ ଚେଷ୍ଟା କରିଥାଏ ।

ତେଣୁ ହିନ୍ଦୁ ଧର୍ମ ବିଶ୍ବାସ ଅନୁସାରେ ଅନ୍ତିମ ଶଙ୍କାର ବ ଡଃ ସଂସ୍କାର ନିଜ ଶରୀରରୁ ଅଲଗା ହେବାର ଏକ ପ୍ରକ୍ରିୟା ଅଟେ । ମୃତ ଶରୀରକୁ ଦାହ କରିବା ଦ୍ଵାରା ସେ ଅଗ୍ନି ଦ୍ଵାରା ମୁକ୍ତି ପାଇଥାଏ ଓ ସେହି ଶରୀର ଠାରେ ତାଙ୍କ ଆତ୍ମାର କୌଣସି ମୋହ ରହି ନଥାଏ । ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ଅଗ୍ନିକୁ ଏକ ପ୍ରବେଶ ଦ୍ଵାର ବୋଲି ମାନାଯାଇଛି । ମୃତ ଶରୀରକୁ ଅଗ୍ନିରେ ଦାହ କରିବା ଦ୍ଵାରା ଆତ୍ମା ଏକ ଆଧ୍ୟାତ୍ମିକ ଦୁନିଆରେ ପ୍ରବେଶ କରିଥାଏ । କିନ୍ତୁ ଶିଶୁମାନେ ଜୀବନକୁ ଅଧିକ ବଞ୍ଚି ନଥାନ୍ତି ।

ତେଣୁ ମୃତ୍ୟୁ ପରେ ତାଙ୍କ ଆତ୍ମାର ଶରୀର ପ୍ରତି କୌଣସି ମୋହମାୟା ନଥାଏ । ତେଣୁ ସେମାନଙ୍କ ଶରୀରକୁ ଦାହ କରିବା ପରିବର୍ତ୍ତେ ପୋତା ଯାଇଥାଏ । ଏହାସହ ଗରୁଡ ପୁରାଣରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ ଶିଶୁଙ୍କ ବ୍ଯତୀତ ସନ୍ଥ ପୁରୁଷ ଓ ସାଧୁଙ୍କୁ ମଧ୍ୟ ଦାହ କରିବା ପରିବର୍ତ୍ତେ ପୋତା ଯାଇଥାଏ । କାରଣ ଏମାନେ ନିଜର ଆଧ୍ୟାତ୍ମିକ ବଳ ଓ କଠୋର ତପସ୍ୟା ଦ୍ଵାରା ଶରୀରର ସବୁ ଇନ୍ଦ୍ରିୟଙ୍କୁ ନିୟନ୍ତ୍ରଣରେ ରଖିଥାନ୍ତି ।

ଏମିତିରେ ସେହି ଶରୀରରେ ମଧ୍ୟ ଆତ୍ମାଙ୍କୁ କୌଣସି ଲୋଭ ରହି ନଥାଏ । ଏମାନଙ୍କ ମୃତ୍ୟୁ ହେଲେ ସେମାନେ କୌଣସି ବାଧାବିଘ୍ନ ବିନା ବୈକୁଣ୍ଠ ଧାମ ଚାଲିଯାନ୍ତି । ଶିଶୁର ମୃତ୍ୟୁ ହେଲେ ତାଙ୍କ ପିତାମାତାଙ୍କୁ ନିମିତ୍ତ ମାତ୍ରାରେ କ୍ଷୀର ଦାନ କରିବା ଆବଶ୍ୟକ ଅଟେ କିମ୍ବା ତାଙ୍କ ଶିଶୁଙ୍କ ବୟସ ଯେତେ ମାସ ଥିଲା ସେତୋଟି ଶିଶୁଙ୍କୁ କ୍ଷୀର ଦାନ କରିବେ । ଶିଶୁଙ୍କ ମୃତ୍ୟୁ ପରେ ତାଙ୍କର ଶ୍ରାଦ୍ଧ ପାଳନ କରାଯାଏ ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button