ଜ୍ୟୋତିଷ

ସୂର୍ଯ୍ୟ ଦେବଙ୍କୁ ଜଳ ଚଢାଇବା ବେଳେ ଭୁଲରେ ବି କରନ୍ତୁ ନାହିଁ ଏହି 1 ଭୁଲ୍, ନହେଲେ ସାରା ଜୀବନ ଦୁଃଖ ଦାରିଦ୍ରତାରେ କଟିବ ଜୀବନ

ସୂର୍ଯ୍ୟ ଯିଏ ପ୍ରତ୍ୟକ୍ଷ ଦେବ ଅଟନ୍ତି ଏବଂ ତାଙ୍କୁ ପ୍ରତ୍ୟେକ ଦିନ ଜଳ ଅର୍ପଣ କରନ୍ତି, ତାଙ୍କର ପୂଜା କରାଯାଏ କିନ୍ତୁ ସୂର୍ଯ୍ୟ ଦେବଙ୍କୁ ଜଳ ଚଢାଇବା ବେଳେ ଯଦି କିଛି ଜିନିଷ ଉପରେ ଗୁରୁତ୍ବ ଦିଅନ୍ତି ତେବେ ଆମର ମନସ୍କାମନା ପୂରଣ ହୋଇଥାଏ । ସୂର୍ଯ୍ୟ ଦେବଙ୍କୁ ଜଳ ଚଢାଯିବାର ବିଶେଷ ଅବଧାନ ଅଛି । ଧାର୍ମିକ ଦୃଷ୍ଟିରୁ ଆମେ ସୂର୍ଯ୍ୟ ଦେବଙ୍କୁ ଜଳ ଚଢାଇ ଥାଉ କିନ୍ତୁ ଏହାର ଲାଭ ବି ଅନେକ ହୋଇଥାଏ ।

ସୂର୍ଯ୍ୟ ପିତା କାରକ, ଆତ୍ମା କାରକ, ମାନ ସମ୍ମାନ ଏବଂ ସୁଖ ସମୃଦ୍ଧି ଦେବା ବାଲା ଗ୍ରହ ଅଟେ । ଯଦି ଆପଣ ସୂର୍ଯ୍ୟ ଦେବଙ୍କୁ ସଠିକ୍ ଭାବରେ ଜଳ ଅର୍ପଣ କରୁଛନ୍ତି ତେବେ କୁଣ୍ଡଳୀରେ ଥିବା ସମସ୍ତ ଦୋଷ ସମାପ୍ତ ହୋଇଯାଏ । ସୂର୍ଯ୍ୟଙ୍କ ଦିନ ହେଉଛି ରବିବାର, ଯଦି ଆପଣ ରବିବାର ଦିନ ବିଶେଷ ବସ୍ତୁ ଦାନ କରୁଛନ୍ତି ତେବେ ଆପଣଙ୍କ ଜୀବନରେ କଷ୍ଟ କମ୍ ହୁଏ ।

ଯେଉଁମାନେ ସୂର୍ଯ୍ୟ ଦେବଙ୍କୁ ପୂଜା କରନ୍ତି ସେମାନଙ୍କର ଶତ୍ରୁ ବିରୋଧୀ କିଛି କ୍ଷତି କରି ପାରନ୍ତି ନାହିଁ କାରଣ ସେ ଶତ୍ରୁଙ୍କ ଉପରେ ବିଜୟ ପ୍ରାପ୍ତ କରି ପାରନ୍ତି ଏବଂ ସୂର୍ଯ୍ୟ ଦେବଙ୍କ ପୂଜାରୁ ଭାଗ୍ୟରେ ରାଜ ଯୋଗ ମଧ୍ୟ ବନିଥାଏ । ଯଦି ଆପଣ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରୁଛନ୍ତି ତେବେ ଏହି କଥାକୁ ଧ୍ୟାନ ଦିଅନ୍ତୁ ।


ସବୁବେଳେ ଧ୍ୟାନ ରଖିବେ ଯେତେବେଳେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରୁଛନ୍ତି ସେତେବେଳେ ତମ୍ବାର ପଦାର୍ଥ ବ୍ୟବହାର କରନ୍ତୁ । ଅନ୍ୟ କୈାଣସି ଜିନିଷରେ ଜଳ ଚଢାନ୍ତୁ ନାହିଁ । ଯେତେବେଳେ ଆପଣ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତି ତାହାର ବିଶେଷ ନିୟମ ଅଛି । ସର୍ବପ୍ରଥମେ ଆପଣ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ଗାଧେଇ ପଡନ୍ତୁ । ସୂର୍ଯ୍ୟୋଦୟ ପରେ ମଧ୍ୟ ଚଳିବ ।

ଜଳ ଅର୍ପଣ ପାତ୍ରରେ ଅଳ୍ପ ମିଶ୍ରି ପକାଇ ମିଠା ଜଳ ଚଢାଇଲେ ଆପଣଙ୍କ କୁଣ୍ଡଳୀ ଦୋଷ କଟିଥାଏ । ଏହାଦ୍ବାରା ଆପଣଙ୍କର ପାରିବାରିକ ସମସ୍ୟା ଦୂର ହୋଇଥାଏ । ଯଦି ଆପଣ ଚାହୁଁଛନ୍ତି ଆପଣଙ୍କର ଖୁବ୍ ଧନ, ମାନସମ୍ମାନ ମିଳୁ ତେବେ ରବିବାର ଦିନ ଗୋଟିଏ ବରଗଛ ପତ୍ରରେ ଏବଂ ସେଥିରେ ହଳଦୀରେ ସ୍ଵସ୍ତିକ ବନାନ୍ତୁ ଏବଂ ଏହାକୁ ଖରାରେ ଦେଖାଇ ଘରେ ରଖି ନିଅନ୍ତୁ । ପ୍ରତ୍ୟେକ ମାସ ଏହାକୁ ପରିବର୍ତ୍ତନ କରନ୍ତୁ, ପୁରୁଣା ପତ୍ରକୁ ମାଟିତଳେ ପୋତି ଦିଅନ୍ତୁ ।

ରବିବାର ଦିନ ଭୁଲରେ ମଧ୍ୟ ସୋରିଷ ତେଲ ଏବଂ ଅଦାର ବ୍ୟବହାର କରନ୍ତୁ ନାହିଁ । ଏହାକୁ ରାତି ସମୟରେ ଖାଇ ପାରିବେ । ସୂର୍ଯ୍ୟ ଦେବଙ୍କୁ ସବୁବେଳେ ମୁଣ୍ଡ ଉପର ଦେଇ ଜଳ ଅର୍ପଣ କରନ୍ତୁ । ଚେଷ୍ଟା କରିବେ ଢଳା ଯାଉଥିବା ପାଣି ଗୋଡ଼ରେ ନପଡେ । ଏହିପରି ଭାବେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କଲେ ସମସ୍ତ ସମସ୍ୟା ଦୂର ହୋଇ ଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button