ଜ୍ୟୋତିଷ

12 June, ଜ୍ୟେଷ୍ଠ ମାସ, ବଡ ଶନିବାର, ଚୁପଚାପ ଏହି ଠାରେ ପକେଇ ଦିଅନ୍ତୁ 1 ଲେମ୍ବୁ, ଚମକିବ ଭାଗ୍ୟ, ସବୁ ସମସ୍ୟାର ହେବ ଅନ୍ତ

ଜ୍ୟେଷ୍ଠ ମାସ ଚାଲୁଅଛି, ଏହି ମାସରେ ଲେମ୍ବୁର କିଛି ଖାସ୍ ଉପାୟ କହିବାକୁ ଯାଉଛୁ ଯାହାକୁ କରିବା ଦ୍ୱାରା ଆପଣଙ୍କ ସମସ୍ତ ସମସ୍ୟା ଦୂର ହୋଇଯିବ। ଏହି ଉପାୟ କରିବା ଦ୍ବାରା ଚାକିରି ସମସ୍ୟା ଦୂର ହୋଇଯିବ, ବ୍ୟାପାର ମାନ୍ଦା ଚାଲୁଛି ଯଦି ତାହା ବଢିଯିବ ।

ବ୍ୟାପାରରେ ଉନ୍ନତି ଦେଖିବାକୁ ମିଳିବ, କାହାର ଖରାପ ନଜର ହେଉ କି କୈାଣସି ଅସୁବିଧା ତାହା ଦୂର ହୋଇଯିବ। ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ। ପ୍ରଥମେ ଆମେ ଆପଣଙ୍କୁ ଯେଉଁ ଉପାୟ କହିବୁ ତାହାକୁ ଲେମ୍ବୁ ନେଇ ଆପଣ ଶନିବାର ଦିନ ସୂର୍ଯ୍ୟାସ୍ତ ପରେ କରନ୍ତୁ। ଏହି ଉପାୟକୁ ଆପଣ ନିଜର ସୁବିଧା ଅନୁସାରେ କରନ୍ତୁ। ଏହି ଉପାୟ ପାଇଁ ଆପଣଙ୍କୁ ଏକ ଲେମ୍ବୁ ଦରକାର, ସେହି ଲେମ୍ବୁଟି କୁ ନିଜ ମଥାରେ ଲଗାନ୍ତୁ ଏବଂ ବଜରଙ୍ଗବଲୀ ଓ ଶନି ଦେବଙ୍କୁ ପ୍ରଣାମ କରନ୍ତୁ।

ଆପଣଙ୍କ ଜୀବନରେ ଯେକୌଣସି ସମସ୍ୟା ଚାଲିଛି ତାକୁ ଦୂର କରିବା ପାଇଁ ପ୍ରାର୍ଥନା କରନ୍ତୁ। ଯଦି ଆପଣ ବ୍ୟପାର କରୁଛନ୍ତି ତେବେ ସେଠି ଗୋଟିଏ ସ୍ଥଳ ଅଛି ଯେଉଁଠି ମନ୍ଦିର ଥିବ ସେଇଠି ଯାଇ ପ୍ରାର୍ଥନା କରନ୍ତୁ। ଏହି ଉପାୟ କରିବା ସମୟରେ ଆପଣଙ୍କ ମୁହଁ ଛୋଟ ନହେବା ଦରକାର। ଯଦି ଆପଣ ତମାଖୁ ସେବନ କରୁଛନ୍ତି ତେବେ ତମାଖୁ ବାହାର କରି ପାଟି ଏବଂ ମୁହଁ ସଫା କରି ପ୍ରାର୍ଥନା କରନ୍ତୁ।

ପ୍ରାର୍ଥନା ପରେ ସେହି ଲେମ୍ବୁକୁ ଦୋକାନ ଚାରିପଟେ ବୁଲାନ୍ତୁ। ଏହାକୁ ହାୱାରେ ବୁଲାଇବାର ନାହିଁ ବରଂ ଲେମ୍ବୁକୁ ଦୋକାନର କାନ୍ଥ ସ୍ପର୍ଶ କରି ଚାରିଆଡ଼େ ବୁଲେଇବାକୁ ପଡ଼ିବ । ଯେତେ ବେଳେ ଆପଣ ଏହି ଉପାୟ କରୁଛନ୍ତି ସେତେବେଳେ ଦୋକାନର କବାଟ କିମ୍ବା ସଟର୍ ପକାଇ ଏହାକୁ କରନ୍ତୁ। ଆପଣ ଯେତେବେଳେ ଲେମ୍ବୁକୁ ବୁଲାଉ ଛନ୍ତି ସେତେବେଳେ ଆପଣ ଆପଣଙ୍କ ଡାହାଣ ପଟରୁ ଆରମ୍ଭ କରନ୍ତୁ।

ଏହି ଲେମ୍ବୁକୁ ଚାରି କାନ୍ଥରେ ଲଗାଇବା ପରେ ଏହାର ୪ ଖଣ୍ଡ କରି ଦିଅନ୍ତୁ ଏବଂ ଏହାକୁ ନେଇ ରାସ୍ତାର ଚାରି ଦିଗରେ ଫୋପାଡି ଦିଅନ୍ତୁ। ଲେମ୍ବୁ ଖଣ୍ଡ ଫୋପାଡିବା ପରେ ସିଧା ଘରକୁ ପଳେଇ ଆସନ୍ତୁ। ଏହାପରେ ଆପଣ ପଛକୁ ମୋଡି ଅନେଇବେ ନାହିଁ ଏବଂ ରାସ୍ତାରେ କାହା ସହ କଥା ହେବ ନାହିଁ। ଏହାପରେ ଆପଣ ହାତ ଧୋଇ ନିଅନ୍ତୁ। ନକରାତ୍ମକ ଶକ୍ତିର ପ୍ରଭାବ ଏବଂ ସମସ୍ତ ସମସ୍ୟା ଦୂର ହୋଇଯିବ।ଏହାଛଡା ଆପଣଙ୍କର ଅନ୍ୟ ଯେକୌଣସି ସମସ୍ୟା ଥିଲେ ଶନିବାର ଦିନ ବଜରଙ୍ଗବଲୀ ମନ୍ଦିର ଯାଆନ୍ତୁ ଏବଂ ଲେମ୍ବୁଟି ନେଇ ଭଗବାନଙ୍କ ପାଦତଳେ ରଖନ୍ତୁ।

ଏହାପରେ ୪ଟି ଲବଙ୍ଗ ନିଅନ୍ତୁ ଏବଂ ଲେମ୍ବୁରେ କୈାଣସି ଜିନିଷ ଦ୍ବାରା ସେଥିରେ ୪ଟି କଣା କରନ୍ତୁ। ଏହାପରେ ସେଥିରେ ଲବଙ୍ଗ ପୂରାଇ ଦିଅନ୍ତୁ। ଧ୍ୟାନ ରଖିବେ ଯେପରି ଲବଙ୍ଗ ଭାଙ୍ଗି ନଯାଏ। ଏହାକୁ ଭଗବାନଙ୍କ ପାଦ ତଳେ ଥୋଇ ଦୀପ ଧୂପ ଜାଳି ମିଠା ଭୋଗ ଲଗାଇ ହନୁମାନ ଚାଳିଶା ପାଠ କରନ୍ତୁ। ଆପଣଙ୍କ ସମସ୍ୟାକୁ ନେଇ ପ୍ରାର୍ଥନା କରନ୍ତୁ ଏବଂ ଭଗବାନଙ୍କ ସିନ୍ଦୂର ନେଇ ଚାରି ଲବଙ୍ଗରେ ଲଗାଇ ଦିଅନ୍ତୁ ଏବଂ ସେହି ଲେମ୍ବୁକୁ ମୁଣ୍ଡରେ ଲଗାଇ ଦିଅନ୍ତୁ। ସମସ୍ୟା ଦୂର ହେବା ପରେ ଜଳରେ ବିସର୍ଜନ କରିଦିଅନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button