ଜ୍ୟୋତିଷ

ମୋହିନୀ ଏକାଦଶୀ, ଏହି ଠାରେ ବନେଇ ଦିଅନ୍ତୁ ଗୋଟିଏ ସ୍ଵସ୍ତିକ, ଏତେ ଟଙ୍କା ଆସିବ କି ସମ୍ଭାଳି ପାରିବେନି

ଭଗବାନ ବିଷ୍ଣୁ ଆମକୁ ଅନେକ ଦୁଃଖ ରୁ ଉଧାର କରିବା ପାଇଁ ଅନେକ ସମୟରେ ଅନେକ ରୂପରେ ପୃଥିବୀ ରେ ଜନ୍ମ ଗ୍ରହଣ କରିଛନ୍ତି । ଭଗବାନ ଆମକୁ ନିଜ ଅବତାର ମାଧ୍ୟମର ସମାଜରେ କିଭଳି ରହିବାକୁ ହେବ ସେ ବିଷୟରେ କହିଛନ୍ତି ।

ଆମେ ଯେବେ ନିଜର ରକ୍ଷା ପାଇଁ ଅସାଧୁ ମାନଙ୍କ ପାଖାରୁ ନିଜକୁ ବଞ୍ଚାଇବା ପାଇଁ ଭଗବାନଙ୍କୁ ପ୍ରାଥନା କରିଛେ ସେ ନିଶ୍ଚେ ଆମର ଡାକ ଶୁଣି ଏହି ଧାରା ପୃଷ୍ଠକୁ ଆସିଛନ୍ତି । ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ କି ବୈଶାଖ ମାସର ଶୁକ୍ଲ ପକ୍ଷରେ ପଡିଥିବା ଏକା ଦଶି କୁ ମୋହିନୀ ଏକା ଦଶି କୁହାଯାଏ । ଆପଣ ଏହି ଦିନ କିଭଳି ପୂଜା କରିବେ ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା କଣ କଣ କରିବେ ।

ପ୍ରଥମେ ସକାଳୁ ଉଠି ଆପଣ ନିଜ ନିତ୍ୟ କର୍ମ ସାରି ନିଜର ପୋଷାକ ପରିଧାନ କରନ୍ତୁ ମନେ ରଖିବେ ଶୁଦ୍ଧ ପୋଷାକ ପିନ୍ଧିବେ ଆପଣ ଯଦି ନୂଆ ବସ୍ତ୍ର ପିନ୍ଧିବେ ତାହା ଆହୁରି ଭଲ ଅଟେ । ଏହା ପୂର୍ବରୁ ଆପଣ ନିଜ ଘରକୁ ସଫା କରିନେଇଥିବେ । ଘର ସଫା କରି କିଛି ଗଙ୍ଗା ଜଳ ପକେଇ ଏହାକୁ ଶୁଦ୍ଧ କରିନେବେ । ଆପଣ ନିଜ ଘର ପୋଛିବା ସମୟରେ ସେଥିରେ କିଛି ଫିଟିକିରି କିମ୍ବା ସାମାନ୍ଯ କିଛି ଲୁଣ ପକେଇ ପୋଛନ୍ତୁ ।

ଏଭଳି କରିବା ଦ୍ଵାରା ଆପଣଙ୍କ ଘରେ ଥିବା ନାକାରାତ୍ମକ ଚିନ୍ତା କିମ୍ବା ଶକ୍ତି ଦୂରେଇ ରହିବ । ଏହି ଏକା ଦଶିରେ ଆମେ ଭଗବାନ ବିଷ୍ଣୁ ଙ୍କର ମୋହିନୀ ରୂପର ଆରାଧନା କରିବା । ଯଦି ଆପଣଙ୍କ ଘରେ ଭଗବାନ ବିଷ୍ଣୁ ଙ୍କ ପ୍ରତିମା କିମ୍ବା ଫଟ ଅଛି ତାହେଲେ ଆପଣ ଗୋଟେ କାମ କରି ପାରିବେ କି ଆପଣ ଉଭୟ ମା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁ ଙ୍କର ଆରାଧନା କରିବେ । ଘର ଦୁଆର ଡାହାଣ କଡରେ ଆପଣ ଏକ ପାତ୍ରରେ କିଛି ଜଳ ରଖିବେ ।

ଏହି ଜଳ କୁ ତୁଲସୀ ଚଉରାରେ ଢାଳି ନେବେ ଏକା ଦଶିର ପର ଦିନ। ଏଭଳି ହେବା ଦ୍ଵାରା ଘରେ ପ୍ରତେକ ମଣିଷଙ୍କର ଶରୀର ସୁସ୍ଥ ହୋଇ ରହିଥାଏ । ଏହି ଦିନ ଆପଣ ହଳଦିଆ ବସ୍ତ୍ର ଓ ଭୋଗରେ କିଛି ହଳଦିଆ ଫଳ ଆଣି ରଖୀ ଭଗାବାନଙ୍କୁ ଦେବେ । ଆପଣ ଏହି ଦିନ କେବେବି ତଳେ ସୋଇବେନି କାହା ସହ ଅଧିକ ଝଗଡା କରିବେନି ଏଭଳି କଲେ ଆପଣଙ୍କର ମନ ଅସାନ୍ତିରେ ରହିବ ।

ଆପଣ ନିଜ ସକ୍ଷମ ଅନୁସାରେ ପୂଜା କରିବା ପରେ ଏକାଦଶିର କଥା ନିଶ୍ଚିତ ଶୁଣିବେ । ଏହି ଦିନ ଆପଣ ନିଜ ଘରର ପୂଜା ସ୍ଥାନ କିମ୍ବା ଦୁଆର ମୁହଁରେ ଯେଉଁ ସ୍ଵସ୍ତିକ ଚିହ୍ନ କରିବେ ତାହା ଆପଣ ଯଦି ହଲଦିରେ କରିବେ ଏହା ଅଧିକ ଶୁଭ ଫଳ ଦେବ । ଆପଣ ଏହି ଦିନ ତୁଲସୀ ଚଉରା ମୂଳେ ନିଶ୍ଚିତ ଭାବେ ଗୁଆ ଘିଅର ଦୀପ ଜାଳିବେ । ଏହି ବ୍ରତ କଲେ ଆପଣ ଲକ୍ଷେ ଗୋ ଦାନର ପୂଣ୍ୟ ଅର୍ଜନ କରିବେ । ଆପଣଙ୍କ ଜୀବନର ସମସ୍ଯା ଦୂର ହୋଇଯିବ ଆପଣ ଏକ ସୁନ୍ଦର ଜୀବନ ଅତିବାହିତ କରିବେ ଏହା ସହ ଏହା ଆପଣଙ୍କର ଆଗାମୀ ପିଢୀ ପାଇଁ ମଧ୍ୟ ଶୁଭ ଫଳ ପ୍ରଦାନ କରିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button