ଜ୍ୟୋତିଷ

ଭଗବାନ ଶ୍ରୀ କୃଷ୍ଣ କୁହନ୍ତି, ଯାହାର ନିଦ ଭୋର ୩ ଟା ରୁ ୫ ଟା ଭିତରେ ଭାଙ୍ଗିଯାଏ ସେମାନଙ୍କୁ ମିଳିଥାଏ ଏହି ସବୁ ସଙ୍କେତ

ଭଗବାନ ଜେତେବେଳେ ଏହି ସୃଷ୍ଟିର ରଚନା କରିଥିଲେ ସେହି ସମୟରେ ଭଗବାନ କିଛି କଥା ଅଧା ଛାଡିଦେଇଥିଲେ । ତାଙ୍କ ପ୍ରଶ୍ନର ଉତ୍ତର ରଖିନଥିଲେ । କିଛି ରହସ୍ୟକୁ ସେହିପରି ରହସ୍ୟ ହିଁ ରଖିଦେଇଥିଲେ । ଏହାକୁ ମନୁଷ୍ୟ ଉପରେ ଛାଡିଦେଇଥିଲେ କି ସେ କିପରି ସେହି ସବୁ କଥାର ସମାଧାନ କରିବ । ଆମ ସହିତ ଦିନ ସାରା ଯାହା ବି ଭଲ ଓ  ଖରାପ ହୋଇଥାଏ ସେଥିରେ ଭଗବାନଙ୍କର ହିଁ ଇଚ୍ଛା ବା କୌଣସି ସନ୍ଦେଶ ଥାଏ ।

ଆମ ମନରେ ଭଗବାନଙ୍କ ପ୍ରତି ଆସ୍ଥା ଥିଲେ ଆମେ ସେହି ସଙ୍କେତ କୁ ଭଲ ଭାବରେ ଜାଣି  ପାରିବା । ଆମେ ଦୁର୍ଭାଗ୍ୟ ବଶତଃ ବେଳେ ବେଳେ କୌଣସି ଦୁର୍ଘଟଣା ବା କୌଣସି ସମସ୍ୟାରେ ପଡିଥାଉ ଟା ପୂର୍ବରୁ ଭଗବାନ ଆମକୁ କୌଣସି ନା କୌଣସି ପୂର୍ବ ସୂଚନା ନିଶ୍ଚିତ ଦେଇଥାନ୍ତି ।

କିନ୍ତୁ ଆମେ ଭଗବାନଙ୍କର ଏହି ସଙ୍କେତକୁ ଜାଣି ପାରୁନା । ଯେମିତିକି ଆମକୁ କୌଣସି ଘରର ବ୍ୟକ୍ତିଙ୍କ ଦ୍ଵାରା ବାହାରକୁ ଯିବାରେ ମନା କରିବା କିମ୍ବା ଭୁଲ ବଶତଃ କାହାକୁ ବହୁତ ପଇସା ଦେଇଦେବାରେ କି ଭୁଲ ବଶତଃ ଆମେ କୌଣସି ଗୁରୁତ୍ବପୂର୍ଣ କାଗଜ ପତ୍ରରେ ଦସ୍ତଖତ କରିଦେବା ଏହା ପୂର୍ବରୁ ଆମ ମନରେ ଚିନ୍ତା ବା ସନ୍ଦେହ ଉପୁଜିବା ଇତ୍ୟାଦି ମାଧ୍ୟମରେ ଆମକୁ ଭଗବାନ ସେହି କାମକୁ କରିବାରେ ଅଟକାଇବାର ସଂକେତ ଦେଇଥାନ୍ତି ।

ଆମକୁ ସ୍ଵପ୍ନରେ ବି ଆମ ସହିତ ଭବିଷ୍ୟତରେ କିଛି ଘଟଣା ଘଟିବାର ସୂଚନା ଦେଇଥାନ୍ତି । ଭଗବାନଙ୍କ ମତ ଅନୁସାରେ ଆମକୁ ଏହିପରି କିଛି ଛୋଟ ଛୋଟ ଘଟଣା ରେ ଧ୍ୟାନ କେନ୍ଦ୍ରିତ କରିବାକୁ ହୋଇଥାଏ । ଆମକୁ ପ୍ରକୃତି ମାଧ୍ୟମରେ ଭଗବାନ ଯେଉଁ ସଂକେତ ଦେଇଥାନ୍ତି ଆମକୁ ତାହା ପାଳନ କରିବା ଉଚିତ । ଆମକୁ ଏହିଭଳି ସଂକେତ ଦ୍ଵାରା ସକାଳ ୩ ଟାରୁ ୫ ଟା ମଧ୍ୟରେ ଆମ ନିଦ ଭାଙ୍ଗିଯାଏ । ଆସନ୍ତୁ ଜାଣିବା ଏହି ସମୟରେ କି ପ୍ରକାରର ଈଶ୍ଵରଙ୍କଠୁ ସନ୍ଦେଶ ମିଳିଥାଏ ।

ଏହି ସମୟକୁ ବ୍ରହ୍ମ ମୁହୂର୍ତ କୁହାଯାଏ । ଏହି ସମୟରେ ଯେଉଁ ବ୍ୟକ୍ତି ଉଠିଥାଏ ସେ ଜୀବନରେ ସବୁବେଳେ ଉନ୍ନତି କରିଥାଏ । ଏହି ସମୟରେ ବ୍ରହ୍ମାଣ୍ଡ ତିଆରି ହୋଇଥିଲା ଏଥିପାଇଁ ଆପଣ ଏହି ସମୟରେ ନିଜ ଭିତରେ ଭଲ ବିଚାର ନିର୍ମାଣ କରି ନିଜ ଭିତରେ ଈଶ୍ଵରଙ୍କୁ ଅନୁଭବ କରିବା ଉଚିତ । ବହୁତ ଲୋକ କଷ୍ଟ କରିକି ବି ଏହି ସମୟରେ ଉଠି ପାରନ୍ତି ନାହିଁ । ଏହି ଉଠିବା ବ୍ୟକ୍ତି ବହୁତ ଭାଗ୍ୟଶାଳୀ ହୋଇଥାଏ ।

ଏହି ସମୟରେ ଆପଣଙ୍କର ସମ୍ପୂର୍ଣ ଜୀବନକୁ ପରିବର୍ତନ କରିବାର ଶକ୍ତି ମିଳିଥାଏ । ଆୟୁର୍ବେଦ ଓ ବେଦ ଅଉରାନରେ ବି ଏହା ବର୍ଣ୍ଣିତ ଅଛିକି ଏହି ବ୍ରହ୍ମା ମୁହୁରତରେ ଉଠିବାବ୍ୟକ୍ତିକୁ ବଳ , ବୁଦ୍ଧି , ବିଦ୍ୟା ଓ ଆରୋଗ୍ୟ ପ୍ରାପ୍ତ ହୋଇଥାଏ । ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖାଯାଏ ତ ସକାଳର ଏହି ସମୟରେ ବି ବ୍ରହ୍ମାଣ୍ଡରେ ଗ୍ରହ ଓ ନକ୍ଷତ୍ରର ମାନଙ୍କ ମଧ୍ୟରେ କିଛି ଚମତ୍କାରୀ ଘଟଣା ଘଟିଥାଏ ଓ ବାଯୁମଣ୍ଡଳ ସ୍ଵଛ ଥାଏ ।

ଅର୍ଥାତ ଏହି ସମୟରେ ଆମ ଶରୀର ଓ ଆତ୍ମାର ଶୁଦ୍ଧି ପାଇଁ ଉତ୍ତମ ସମୟ ହୋଇଥାଏ । ଏହି ସମୟରେ ସବୁ ଦେବତା ମାନେ ମନୁଷ୍ୟ ଉପରେ ତାଙ୍କର କୃପା ଅର୍ପଣ କରିଥାନ୍ତି ଓ ମା ଲକ୍ଷ୍ମୀ ମଧ୍ୟ ପୃଥିବୀରେ ଭ୍ରମଣ କରିଥାନ୍ତି । ଯେଉଁ ମହିଳାଙ୍କ ଅଗଣା ସ୍ବଚ୍ଛ ଥାଏ ସେହି ଘରେ ମା ଲକ୍ଷ୍ମୀ ପ୍ରବେଶ କରିଥାନ୍ତି ଓ ସେହି ଘରେ ସବୁ ବେଳେ ସୁଖ ଶାନ୍ତି ରହିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button