ସ୍ୱାସ୍ଥ୍ୟ

ଏହି 5 ଟି ଲକ୍ଷଣ ରୁ ଜାଣନ୍ତୁ ଗର୍ଭରେ ଥିବା ଶିଶୁ ପୁଅ ନା ଝିଅ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଗର୍ଭ ରେ ଥିବା ଶିଶୁ ପୁଅ ଅଥବା ଝିଅ ଜନ୍ମ ହେବାର ଲକ୍ଷଣ ସମ୍ବନ୍ଧରେ କହିବୁ । ବନ୍ଧୁଗଣ ଯେତେବେଳେ ଜଣେ ମହିଳା ଗର୍ଭବତୀ ହୋଇଥାନ୍ତି ପ୍ରଥମେ ତାଙ୍କ ମନରେ ଏହା ଜାଣିବା ପାଇଁ ଆଗ୍ରହ ଆସିଥାଏ ଯେ, ତାଙ୍କ ପେଟରେ ଥିବା ଶିଶୁ ପୁଅ ଅଥବା ଝିଅ । ଯଦିଓ ଆମ ଦେଶରେ ଭ୍ରୁଣର ନିରୂପଣ କରିବା ଅପରାଧ ଅଟେ । କିନ୍ତୁ ପ୍ରତ୍ୟେକ ମହିଳା ନିଜ ଶିଶୁ ର ଜାଣିବା ପାଇଁ ଉତ୍ସୁକ ଥାଆନ୍ତି । କାରଣ ସେ ସେହି ଅନୁସାରେ ଜନ୍ମ ହେବାକୁ ଥିବା ଶିଶୁର ସ୍ୱାଗତ କରିପାରିବେ ।

ବନ୍ଧୁଗଣ ଦେଶ ତଥା । ବିଦେଶ ରେ କେତେକ ଅନୁଭବୀ ମୁରବି ଥାଆନ୍ତି ଯେଉଁମାନେ ଫେସ ରିଡିଙ୍ଗ ଏବଂ ଶରୀରରେ ହେଉଥିବା ପରିବର୍ତ୍ତନ କୁ ଦେଖି ପେଟରେ ଥିବା ଶିଶୁର ଅନୁମାନ କରି ନିର୍ଧାରଣ କରିଥାନ୍ତି । ଏହି ଅନୁମାନ ବେଳେବେଳେ ସଠିକ ହୋଇଥାଏ ଅଥବା ବେଳେବେଳେ ଏହା ଭୁଲ ବୋଲି ପ୍ରମାଣିତ ହୋଇଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଅନୁଭବୀ ମୁରବି ମାନଙ୍କ ଅନୁସାରେ କିଛି ଏଭଳି ଲକ୍ଷଣ ସମ୍ବନ୍ଧରେ କହିବୁ ଯାହାଦ୍ୱାରା ପେଟରେ ଥିବା ଶିଶି ଜଣା ପଡ଼ିଥାଏ । ଏହି ଲକ୍ଷଣ ର ଅନୁମାନ ସଠିକ ଅଥବା ଭୁଲ ମଧ୍ୟ ହୋଇପାରେ । ତେଣୁ କେବେବି ଏହି ଲକ୍ଷଣ ଦେଖି ନିଜର ଭ୍ରୁଣ ନଷ୍ଟ କରିବେ ନାହିଁ । ନଚେତ ଆପଣ ଅସୁବିଧା ର ସମ୍ମୁଖୀନ ହେବେ । ତେବେ ବନ୍ଧୁଗଣ ଆସନ୍ତୁ ବର୍ତ୍ତମାନ ଏହି ଲକ୍ଷଣ ଗୁଡ଼ିକ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ଯଦି କୌଣସି ଗର୍ଭବତୀ ମହିଳା ଙ୍କ ପେଟ ରେ ଥିବା ଶିଶୁ ର ହାର୍ଟ ର ରେଟ୍ ୧୪୦ ବିପିଏମ୍ ହୋଇଥାଏ ତେବେ ଏହାର ଅର୍ଥ ପେଟରେ ଥିବା ଶିଶୁ ପୁଅ ଅଟେ । ଯଦି ଏହାଠାରୁ ଅଧିକ ଥାଏ ତେବେ ଏହାର ଅର୍ଥ ପେଟରେ ଥିବା ଶିଶୁ ଝିଅ ଅଟେ ।

୨. ବନ୍ଧୁଗଣ ଦ୍ବିତୀୟତଃ, ଯଦି କୌଣସି ଗର୍ଭବତୀ ମହିଳା ଙ୍କ ପେଟର ଆକାର ଗୋଲ ଏବଂ ବାହାର ପଟକୁ ଫୁଲି ହୋଇ ରହିଥାଏ ତେବେ ଏହାର ଅର୍ଥ ପେଟରେ ଥିବା ଶିଶୁ ର ପୁଅ ଅଟେ । ସେହିପରି ଯଦି ଗର୍ଭବତୀ ମହିଳା ଙ୍କ ପେଟର ଆକାର ଗୋଲ ଏବଂ ଚଉଡ଼ା ହୋଇଥାଏ ତେବେ ଏହାର ଅର୍ଥ ପେଟରେ ଥିବା ଶିଶୁ ଝିଅ ଅଟେ ।

୩. ବନ୍ଧୁଗଣ ତୃତୀୟତଃ ଜେନେରାଲ ସାଇକୋଲୋଜି ର ଏକ ଗବେଷଣା କୁ ଆଧାର କରି କୁହାଯାଏ ଯେ, ଯଦି କୌଣସି ମହିଳା ଗର୍ଭବତୀ ହେବାର ୩ ମାସ ପର୍ଯ୍ୟନ୍ତ ଛୋଟ ଛୋଟ କଥାରେ ଦୁଃଖ ଅନୁଭବ କରିଥାଏ ଅଥବା ଏହାର ପରବର୍ତ୍ତୀ ୩ମାସ ଦୁଃଖ ରେ ରହିଥାଏ ତେବେ ଏହାର ଅର୍ଥ ପେଟରେ ଥିବା ଶିଶୁ ପୁଅ ଅଟେ । ସେହିପରି ଯଦି କୌଣସି ଗର୍ଭବତୀ ମହିଳା ଗର୍ଭ ଧାରଣ ସମୟରେ ଖୁସି ମିଜାଜ୍ ଏବଂ ମିଳାମିଶା କରିଥାନ୍ତି ତେବେ ଏହାର ଅର୍ଥ ପେଟରେ ଥିବା ଶିଶୁ ଝିଅ ଅଟେ ।

୪. ବନ୍ଧୁଗଣ ଚତୁର୍ଥତଃ, କେତେକ ଗର୍ଭବତୀ ମହିଳା ଗର୍ଭ ଧାରଣ ସମୟରେ ବହୁତ ମାତ୍ରା ରେ ଖାଦ୍ୟ ଖାଇଥାନ୍ତି ଏବଂ କେତେକ ମହିଳା ଖାଦ୍ୟ ଦେଖିଲେ ଘୃଣା କରିଥାନ୍ତି । ଏକ ଗବେଷଣା ରୁ ଜଣା ପଡ଼ିଛି ଯେ, ଯେଉଁ ଗର୍ଭବତୀ ମହିଳା ଖାଦ୍ୟ ଖାଇବା କୁ ଘୃଣା କରିଥାଏ ଅଥବା ଖାଇବା ପରେ ବାନ୍ତି ର ସମସ୍ୟା ଦେଖା ଦେଇଥାଏ ତେବେ ଏହାର ଅର୍ଥ ପେଟରେ ଥିବା ଶିଶୁ ପୁଅ ଅଟେ ।

ଗବେଷଣା ରେ କୁହାଯାଇଛି ଯେ, ଝିଅ ଅପେକ୍ଷା ପୁଅ ର ଭ୍ରୁଣ ଅଧିକ ସୁରକ୍ଷିତ ହୋଇଥାଏ ତେଣୁ ପୁଅ କୁ ଅଧିକ ସୁରକ୍ଷା ଆବଶ୍ୟକ ହୋଇଥାଏ । ଏହା ସହିତ ଯେଉଁ ଗର୍ଭବତୀ ମହିଳା ଅଧିକ ମିଠା ଖାଇବାକୁ ଇଚ୍ଛା କରନ୍ତୁ ତେବେ ପେଟରେ ଥିବା ଶିଶୁର ଝିଅ ହୋଇଥାଏ ଏକ ଯଦି ଅଧିକ ମସଲା ଯୁକ୍ତ ଏବଂ ଖଟା ଖାଇବାକୁ ଇଚ୍ଛା ହୋଇଥାଏ ତେବେ ଏହାର ଅର୍ଥ ପେଟରେ ଥିବା ଶିଶୁ ପୁଅ ହୋଇଥାଏ ।

୫. ବନ୍ଧୁଗଣ ପଞ୍ଚମତଃ, ଯଦି କୌଣସି ଗର୍ଭବତୀ ମହିଳାଙ୍କ ମୁହଁରେ ଗର୍ଭ ଧାରଣ ସମୟରେ ତାଙ୍କ ମୁହଁରେ ବ୍ରଣ ଆଦି ସମସ୍ୟା ଦେଖାଯାଇଥାଏ ତେବେ ଏହାର ଅର୍ଥ ପେଟରେ ଥିବା ଶିଶୁ ର ପୁଅ ଅଟେ । ଅନ୍ୟ ପଟେ ଯେଉଁ ଗର୍ଭବତୀ ମହିଳା ଙ୍କ ତ୍ୱଚା ଅଧିକ ଗ୍ଲୋ କରିଥାଏ ତେବେ ପେଟରେ ଥିବା ଶିଶୁ ଝିଅ ହୋଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button