ସ୍ୱାସ୍ଥ୍ୟ

ଡାଇବେଟିସ ପାଇଁ ଅତ୍ୟନ୍ତ ଉପକାରୀ ଏହି ସବୁ ଫଳ

ଯେଉଁ ଲୋକମାନଙ୍କ ଶରୀରରେ ଇନସୁଲିନ ହରମୋନର ଉତ୍ପାଦନ କମ ହୋଇଥାଏ, ସେହି ଲୋକମାନଙ୍କ ଡାଇବେଟିସ ସମସ୍ୟା ଅଧିକ ହୋଇଥାଏ। ହରମୋନ ଶରୀରରେ ଗ୍ଲୁକୋଜକୁ ଅବଶୋଷିତ କରିବାରେ ସାହାଯ୍ୟ କରିଥାଏ। ବ୍ଲଡ ସୁଗାର ନିୟନ୍ତ୍ରଣ ରଖିବା ପାଇଁ ପ୍ରଥମେ ଖାଦ୍ୟ-ପାନୀୟ ଉପରେ ବିଶେଷ ଧ୍ୟାନ ରଖିବା ଉଚିତ। ଯଦି ଆପଣଙ୍କୁ ଡାଇବେଟିସ ହୋଇଥାଏ ତେବେ ଆପଣଙ୍କୁ ଅନେକ ଜିନିଷ ଖାଇବା ବନ୍ଦ କରିବାକୁ ପଡିବ। କିନ୍ତୁ ଏପରି କିଛି ଫଳ ଯାହା ଆପଣଙ୍କ ବ୍ଲଡ ସୁଗାରର ସ୍ତର ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ।

fruitsଡାଇବେଟିସ ରୋଗୀମାନେ କୌଣସି ପ୍ରକାର ଫଳ ଖାଇବା ପୂର୍ବରୁ ପ୍ରଥମେ ତାର ଗ୍ଲାଇସେମିକ ଇଣ୍ଡେକ୍ସର ଯାଞ୍ଚ କରିବା ଉଚିତ। ଜିଆଇ ୧ ରୁ ୧୦୦ ସ୍କେଲ ପର୍ଯ୍ୟନ୍ତ ଫଳର ଏକ ରେଟିଙ୍ଗ ହୋଇଥାଏ। ଏହି ଫଳ କେତେ ଜଲଦି ଶରୀରରେ ବ୍ଲଡ ସୁଗାରର ସ୍ତର ବଢାଇଥାଏ ତାହା ଏହି ସ୍କୋର ବତାଇଥାଏ। ହାଇ-ଜିଆଇ ଫଳ ଲୋ-ଜିଆଇ ଫଳ ତୁଳନାରେ ବହୁତ ଜଲଦି ଅବଶୋଷିତ ହୋଇଥାଏ।

fruit_basketଡାଇବେଟିସ ରୋଗୀ ମାନେ ଫାଇବର ଯୁକ୍ତ ଫଳ ସେବନ କରିବା ଉଚିତ। ସାଲ୍ୟୁବଲ ଫାଇବର ଖାଦ୍ୟରେ ସୁଗାର ଅବଶୋଷଣକୁ ଧିର କରି ଥାଏ ଏବଂ ରକ୍ତରେ ଏହାର ସ୍ତରକୁ ନିୟନ୍ତ୍ରିତ କରିଥାଏ। ଡାଇବେଟିସ ରୋଗୀମାନେ କଦଳୀ, କମଳା ଏବଂ ଅଙ୍ଗୁର ସେବନ କରିପାରିବେ। କାରଣ ଏଥିରେ ଆଣ୍ଟି-ଅକ୍ସିଡେଣ୍ଟ, ଭିଟାମିନ-ଏ, ସି ଏବଂ ପୋଟାସିୟମ ରହିଥାଏ, ଯାହା ଡାଇବେଟିସ ରୋଗୀ ମାନଙ୍କ ପାଇଁ ଲାଭଦାୟକ ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button