ରାଜ୍ୟ

ସବୁ ସମୟରେ ଚିନ୍ତା କରୁଥିବା ଲୋକ ଏହାକୁ ଥରେ ନିଶ୍ଚୟ ପଢନ୍ତୁ – Krishna Vani

ଆପଣ ମାନେ ସମସ୍ଥେ ଜାଣିଥିବେ କି ଚୁମ୍ବକର ଗୁଣ କଣ ହୋଇଥାଏ । ଏହା କେବଳ ଲୁହାକୁ ତାର ନିଜ ଆଡକୁ ଆକର୍ଷଣ କରିଥାଏ ଓ ଲୁହା ଆଡକୁ ମଧ୍ୟ ଆକର୍ଷିତ ହୋଇଥାଏ ।  କାରଣ ତାର ସ୍ଵଭାବ ହେକୁଛି ଆକର୍ଷଣ କରିବା । ଆମ ସମସ୍ଥଙ୍କ ଭିତରେ ମଧ୍ୟ ଏହି ଆକର୍ଷଣୀୟ ଗୁଣ ଅଛି । ସେ ହେଉଛି ବିଚାରର ଚୁମ୍ବକ । ସବୁ ସମୟରେ ଆମେ ଯେଉଁ କଥା ଭାବୁ ବା ଯେଉଁ କାର୍ଯ୍ୟ କରିବାକୁ ଚାହୁଁ ବା ଆମେ କରୁଥିବା ବିଚାର ଅନୁଯାଇ ଯାହାକି ସେମାନଙ୍କୁ ଆମେ ବହୁତ ଭଲ ପାଇବା ସହିତ ତାଙ୍କୁ ନିଜ ଆଡକୁ ଟାଣି ଆଣିବାକୁ ଚେଷ୍ଟା ମଧ୍ୟ କରୁ ।

ଆମେ ସବୁ ସମୟରେ ଯେଉଁ କଥା ଭାବିଥାଉ ସେହି କାର୍ଯ୍ୟ ହିଁ କରିଥାଉ । ସେହିଭଳି ଆମେ ଯେଉଁ ଭଳି ମନକୁ ବିଚାର ଆଣିବା ସେହିପରି ସବୁ ହେବ । କାରଣ ଆମେ ଯେଉଁ ଜିନିଷ କରିବା ବା ସ୍ଵପ୍ନ ଦେଖିବା ବା ବିଚାର କରିବା ସେହିଭଳି କାର୍ଯ୍ୟ କରିଥାଉ ଯାହା ଫଳରେ ଆମକୁ ସେହି ଭଳି ଫଳ ମଧ୍ୟ ମିଳେ ।

ଆମେ ଯଦି ନିଜର ବହୁତ ବିଶ୍ଵାସର ସହ ଭଲ କାମ କରିବା ତେବେ ସେହି କାର୍ଯ୍ୟ ଭଲ ହିଁ ହେବ । ଯଦି ଆମେ ଈଶ୍ଵରଙ୍କ ପାଖରେ ବିଶ୍ଵାସ ରଖୀ କାମ କରିବା ତେବେ ସେହି କାର୍ଯ୍ୟ ଭଲ ମଧ୍ୟ ହେବ । ଆଉ ଏକ କଥା ହେଉଛି ଯଦି ଆମେ ଆମ୍ବ ଗଛ ଲଗାଇବା ସେଥିରୁ ଆମେ ଆମ୍ବ ହିଁ ନା କି ଅନ୍ୟ କୌଣସି ଫଳ ପାଇବା ସେହି ପରି ଆମେ ଯେଉଁ ପରି ଭାବିବା ଓ କାର୍ଯ୍ୟ କରିବା ସେହି ଅନୁସାରେ ଫଳ ମଧ୍ୟ ପାଇବା । ଯଦି ଆମେ ଅନ୍ୟ କାହାକୁ କଷ୍ଟ ଦେଇଥିବା ତେବେ ସେହି କର୍ମର ଫଳ ଆମେ ନିଶ୍ଚିନ୍ତ ଭାବରେ ପାଇବା ଏହା ଶାସ୍ତ୍ରର ମଧ୍ୟ ଲେଖା ଯାଇଛି ଯେ ଯେଉଁ ଭଳି କାର୍ଯ୍ୟ କରିବ ସେହି ଭଳି ଫଳ ମଧ୍ୟ ଭୋଗ କରିବ ।

ଅର୍ଥାତ କହିବାକୁ ଗଲେ ସବୁ ଜିନିଷ ଆମ ଭାବନା ଉପରେ ନିର୍ଭର କରିଥାଏ । ଯେଉଁ ସମୟରେ କାକର ଏକ ଶାମୁକା ମଧ୍ୟରେ ପଡେ ସେ ହିରାରେ ପରିବର୍ତନ ହୋଇଯାଏ ଓ ଏହା ଯଦି କୌଣସି ବି-ଷ-ଧର ମୁଁହ ରେ ପଡେ ତେବେ ଏହା ବି-ଷ-ରେ ପରିଣତ ହୋଇଯାଏ । ସେହି ଗୋଟିଏ ବିନ୍ଦୁ କିନ୍ତୁ ସେ ଯେହେତୁ ଅଲଗା ଲଗା ଜାଗାରେ ପଡିଲା ତେଣୁ ସେ ଅଲଗା ପ୍ରତିକ୍ରିୟା ମଧ୍ୟ ଦେଲା ।

କାରଣ ତାକୁ ଆକର୍ଷଣ କରୁଥିବା ଲୋକ ଭିନ୍ନ ହୋଇଥାନ୍ତି ସେଥିପାଇଁ ସେ ଏହି ଭଳି ରୂପରେ ପରିବର୍ତନ ହେଲା । ତେଣୁ କରି ଏହା କେବଳ ବ୍ୟକ୍ତିର ଭାବନା ଉପରେ ନିର୍ଭର କରିଥାଏ । ସେଥିପାଇଁ ସେହି ଜିନିଷ ଆପଣ ଚିନ୍ତା କରିବେ କି ଆପଣଙ୍କୁ ବିଷ ଦରକାର ନା ଅମୃତ । ସବୁବେଳେ ଗୋଟିଏ କଥା ମନେ ରଖିବେ ଆମେ ଯେଉଁ ଭଳି ଭାବିଥାଉ ଓ ଯେଉଁ ଭଳି ବିଶ୍ଵାସ କରିଥାଉ ସେହି ଭଳି ସବୁ ପାଇଥାଉ ଓ ସେହିଭଳି ହୋଇଥାଉ ।

ଏହା ଆପଣଙ୍କର ବିଶ୍ଵାସ ହିଁ ନିର୍ଧାରଣ କରିବ କି ଆପଣଙ୍କୁ ବିଷ ମିଳିବ ନା ଅମୃତ ମିଳିବ । ସେଥିପାଇଁ ନିଜ ଭାବନାକୁ ସବୁ ସମୟରେ ସୁଦୃଢ ରଖନ୍ତୁ ଓ ସକାରାତ୍ମକ ରଖନ୍ତୁ । ଯାହା ଫଳରେ ଆପଣଙ୍କୁ ଫଳ ମଧ୍ୟ ସକାରାତ୍ମକ ଆସିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button