ଜ୍ୟୋତିଷ

କୁକୁର ମାନେ ରାତିରେ କଣ ପାଇଁ କାନ୍ଦିଥାନ୍ତି

କଣ ଆପଣ ଜାଣନ୍ତି କୁକୁର ମାନେ କାହିଁକି ରାତିରେ କାନ୍ଦନ୍ତି? ମୁହଁ ଉପରକୁ କରି ବୋବାଇ ଥାନ୍ତି ଲମ୍ବା ସ୍ୱର ରେ? କଣ ସେମାନେ ଆତ୍ମା କୁ ଦେଖି ଏମିତି କରନ୍ତି କି କେହି ଆଗକୁ ମରିବ ତାହାର ସୂଚନା ଦିଅନ୍ତି? ଶାସ୍ତ୍ର ତ ଏହି କଥା କୁହେ କିନ୍ତୁ ବିଜ୍ଞାନ କିଛି ଅଲଗା କଥା କହେ । କୁକୁର ମାନେ ରାତିରେ କାନ୍ଦିଥାନ୍ତି, ଆମେ ଆଗରୁ ଜାଣିଛୁ ଯେ କୁକୁର କାନ୍ଦିବା ଅଶୁଭ ଅଟେ । ଏହା ଆମ ମନରେ ସବୁବେଳେ ଚାଲିଥାଏ କି କୁକୁର ରାତିରେ କଣ ପାଇଁ କାନ୍ଦିଥାନ୍ତି, ଆମେ ସବୁବେଳେ ହିଁ ଆମ ପୂର୍ବଜଙ୍କ କଥା ମାନି ଆସିଛୁ ଆଉ କୁକୁର କାନ୍ଦିବା କୁ ଅଶୁଭ ମାନିଥାଉ ।

ଯଦି କୌଣସି କୁକୁର ରାତିରେ କାନ୍ଦିଥାଏ ତେବେ ଏହା ଘରର ସାମ୍ନା ରେ ତ ଏହା ଆମକୁ ବୁଝେଇଥାଏ କି ଘରର କିଏ ଗୋଟେ ମରିବାର ଅଛି ବୋଲି, ତେବେ କୁହାଯାଏ କି କୁକୁର ମାନଙ୍କ ରାତିରେ କାନ୍ଦିବା ଏହାର କାରଣ ଭୁତ ହୋଇଥାଏ, ଅର୍ଥାତ ଆମର ପାଖା ପାଖି ଆତ୍ମା ର ବାସ ହୋଇଥାଏ ଯାହାକୁ ଦେଖି କୁକୁର ମନେ ରିଆକ୍ଟ କରିଥାନ୍ତି ଆଉ କାନ୍ଦିଥାନ୍ତି ବୋଲି କୁହାଯାଏ । ତେବେ ଚାଲନ୍ତୁ ବନ୍ଧୁଗଣ ଆଜି ଆମେ ଏହାର ସତ୍ୟତା ବିଷୟରେ ଜାଣିବା ।

କୁକୁର ନିଜ ଜାଗାର ଲୋକେସନ କୌଣସି ସାଥି କୁକୁର କୁ ପହଞ୍ଚେଇବା ପାଇଁ ହାଉଲ କରିଥାନ୍ତି, ଯଦି ଅନ୍ୟ କୁକୁର ନିଜ ସାଥି କୁକୁର ର ଲୋକେସନ ଜାଣିଯାଏ ତ ସେ ବି ହାଉଲ କରି ଡାକ କରିଥାଏ । ପ୍ରଥମେ ତ ଆମକୁ ଏହା ଜାଣିବାକୁ ପଡିବ କି କୁକୁର ମାନେ ରାତିରେ କାନ୍ଦି ନ ଥାନ୍ତି ସେମାନେ ହାଉଲ କରିଥାନ୍ତି, ଯେବେ କୁକୁର ମାନେ ହାଉଲ କରିଥାନ୍ତି ତ ତାଙ୍କୁ ନିଜର ସନ୍ଦେଶ କୋଉଠିକୁ ପଠେଇବାର ଥାଏ ଅର୍ଥାତ ଯେବେ ସେମାନଙ୍କୁ ନିଜର ସନ୍ଦେଶ କାହାକୁ ପଠେଇବାର ଥାଏ ତେବେ ସେମାନେ ହାଉଲ କରିଥାନ୍ତି, କିନ୍ତୁ ଆମ୍ଭେ ମାନେ ତାକୁ କାନ୍ଦିବା କହିଥାଉ ।

ପ୍ରାୟ ଲୋକ ଏହି କଥାକୁ ଅନ୍ଧ ବିଶ୍ୱାସ ବୋଲି ମାନିଥାନ୍ତି ଏବଂ କୁହନ୍ତି ଏହା ସବୁ ମିଛ ଅଟେ । କିନ୍ତୁ ପ୍ରାଚୀନ କାଳରେ ଋଷି ମୁନି ମାନେ ଏହି ପ୍ରକାରର କେତେ ସଂକେତ କହିଥିଲେ.ଯାହା ଉପରେ ଆଜି ବି ବହୁତ ଲୋକ ବିଶ୍ଵାସ କରୁଛନ୍ତି । କୁକୁର ମାନଙ୍କୁ ଅଧିକ ଶବ୍ଦ ପସନ୍ଦ ହୋଇନଥାଏ । ପୁରା ହାଲକା ରୁ ହାଲକା ଶବ୍ଦ ଯାହା ଆମେମାନେ ଶୁଣିପାରୁ ନାହିଁ ତାକୁ କିନ୍ତୁ କୁକୁର ମାନେ ଶୁଣିଦିଅନ୍ତି । ସେଥିପାଇଁ ସେମାନେ ଅଧିକ ଶବ୍ଦ ରେ ଦୁରକୁ ଚାଲିଯାନ୍ତି ।

 

କାରଣ ଏହି ଅଧିକ ଶବ୍ଦ ରୁ ସେମାନଙ୍କୁ ଅଧିକ କଷ୍ଟ ଅନୁଭବ ହୋଇଥାଏ, ସେଥିପାଇଁ ବି ସେମାନେ ହାଉଲ କରିଥାନ୍ତି । ଯଦି କିଛି କୁକୁର ଦୁଃଖରେ ଅଛି କି ତାକୁ କିଛି କଷ୍ଟ ହେଉଛି ତ ସେହି ସମୟରେ ବି ସେମାନେ ହାଉଲ କରିଥାନ୍ତି ଆଉ ନିଜର ଦୁଃଖ ଏବଂ କଷ୍ଟ ସାମ୍ନା ବାଲାକୁ କହିବାକୁ ଚେଷ୍ଟା କରିଥାନ୍ତି ।

ଶୀତ ରାତିରେ ନିଜ ଶରୀର କୁ ଗରମ କରିବା ପାଇଁ କୁକୁର ଏବଂ ବିଲୁଆ ମାନେ ଏଭଳି ଭୁକିଥାନ୍ତି । ଶୀତ ରୁ ରକ୍ଷା ପାଇବା ପାଇଁ । ଭୋକ ହେଲେ ମଧ୍ୟ ଏପରି ବୋବାନ୍ତି । ଯେବେ କୁକୁର ନିଜକୁ ଏକୁଟିଆ ଅନୁଭବ କରିଥାଏ, ଏବଂ ତାଙ୍କୁ ଏକୁଟିଆ ରହିବା ପସନ୍ଦ ହୋଇଥାଏ ତେବେ ଏହି କାରଣରୁ ବି ସେମାନେ ହାଉଲ କରିଥାନ୍ତି । ବନ୍ଧୁଗଣ ଏମିତି ବହୁତ କିଛି କଥା ଅଛି କୁକୁର ମାନଙ୍କ ବିଷୟରେ ଯାହା ଆମକୁ ଡରେଇଦେଇ ଥାଏ । ତେବେ ଜାଣିଲେ ତ ଏ ସମସ୍ତ କାରଣ ବିଷୟରେ । ଯଦି କେବେ କୌଣସି କୁକୁର ଭୋକିଲା ଅଛି ତେବେ ତାକୁ ଟେକା ମାରି ଘଉଡାନ୍ତୁ ନାହିଁ । ଯଦି ହେବ କିଛି ଖାଇବାକୁ ଦିଅନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button