ଦେଶ- ବିଦେଶ

ଯେତବେଳେ ମହାମାରୀର ସଂକ୍ରମଣ କୌଣସିବି ଦେଶକୁ କରିବାକୁ ଲାଗିଥାଏ ବର୍ବାଦ, ତ ଏହି 5ଟି ଉପାୟ କରିଥାଏ ସାହାଯ୍ୟ, ଚାଣକ୍ୟ ନୀତି

ଚୀନର ବୁହାନ ସହରରୁ ସୃଷ୍ଟି ହୋଇଥିବା ୨୦୧୯ ନୋବେଲ କରୋନା ଭାଇରସ ଏହି ପ୍ରକାର ଭାଇରସର ଏକ ଉଦାହରଣ ଅଟେ, ଯାହାର ସଂକ୍ରମଣ ୨୦୧୯-୨୦ରେ ଦୃତ ଭାବରେ ବ୍ୟାପିବାରେ ଲାଗିଛି । WHO ଏହାର ନାମ କୋଭିଡ-୧୯ ରଖିଛନ୍ତି । କୌଣସି ବି ପ୍ରକାର ଭାଇରସକୁ ରୋକିବା ପାଇଁ ହେଲେ ପ୍ରଥମେ ତାର ଲକ୍ଷଣକୁ ଚିହ୍ନିବା ଏବଂ ବୁଝିବା ବହୁତ ଜରୁରୀ ଅଟେ । ତାପରେ ତାର ଉପଚାର ଖୋଜିବା ଦରକାର । ଆଚାର୍ଯ୍ୟ ଚାଣକ୍ୟ ବ୍ୟକ୍ତିଙ୍କୁ ମହାମାରୀ କବଳରୁ ରକ୍ଷା କରିବା ପାଇଁ କିଛି ସହଜ ଉପାୟ କହିଛନ୍ତି । ତାହେଲେ ଆସନ୍ତୁ ଜାଣିବା ଚାଣକ୍ୟ କହିଥିବା ଏହି ଉପାୟ ବିଷୟରେ ।

ସୁରକ୍ଷାର ଉପାୟ ଆପଣାନ୍ତୁ, ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ମହାମାରୀ ସମୟରେ ଶିଶେଷଜ୍ଞ ମାନେ ଯେଉଁ ସୁରକ୍ଷା ଉପାୟ କହୁଛନ୍ତି ତାହାକୁ ଲୋକ ମାନେ ପାଳନ କରିବା ଉଚିତ । ଏହା ଛଡା ସେହି ଉପାୟ ବିଷୟରେ ମଧ୍ୟ ଅନ୍ୟ ବ୍ୟକ୍ତିଙ୍କୁ କହିବା ଜରୁରୀ ଅଟେ । କୌଣସି ବି ଦେଶ ନିଜର ଦେଶବାସୀଙ୍କ ସାହାଯ୍ୟରେ ଅତି ସହଜରେ ବଡ ମାହାମାରୀ ଠାରୁ ମଧ୍ୟ ମୁକ୍ତି ପାଇ ପାରିବ ।

ସ୍ଵଚ୍ଛତାର ସବୁବେଳେ ଧ୍ୟାନ ରଖନ୍ତୁ, ଚାଣକ୍ୟଙ୍କ ଅନୁସାରେ କୌଣସି ବି ବଡ ମହାମାରୀ ସମୟରେ ସ୍ଵଛତାର ମହତ୍ଵ ବହୁତ ଅଧିକ ହୋଇଥାଏ । ଚାଣକ୍ୟ କହିଛନ୍ତି କି ସ୍ଵଛତା ଏବଂ ପରିଷ୍କାର ଏକ ଏମତି ଅସ୍ତ୍ର ଅଟେ ଯାହାଦ୍ୱାରା ମଣିଷ କୌଣସି ବି ମହାମାରୀକୁ ଦୂରେଇ ଦେଇପାରେ ଏବଂ ତାହାକୁ ବ୍ୟାପିବାରେ ରୋକି ପାରେ ।

ସବୁବେଳେ ପୁଷ୍ଟିକ ଖାଦ୍ୟ ଖାଆନ୍ତୁ ଏବଂ ଅଧିକ ମାତ୍ରାରେ ଖାଆନ୍ତୁ, ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ କୌଣସି ବି ମହାମାରୀ ମଣିଷକୁ ସେତବେଳେ ନିଜର ଶିକାର କରିଥାଏ ଯେତବେଳେ ତା ସହିତ ଲଢିବା ପାଇଁ ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ ହୋଇଥାଏ । ଏଥିପାଇଁ ବ୍ୟକ୍ତିଙ୍କୁ ନିଜର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ପ୍ରତିଦିନ ପୁଷ୍ଟିକ ଖାଦ୍ୟ ଏବଂ ଫଳ ଖାଇବା ବହୁତ ଜରୁରୀ ଅଟେ ।

ସବୁବେଳେ ଅନୁଶାସିତ ଜୀବନ ଶୈଳୀ ରଖନ୍ତୁ, ଚାଣକ୍ୟଙ୍କ ଅନୁସାରେ କୌଣସି ବି ମହାମାରୀ ସମୟରେ ଆଳସ୍ୟକୁ ଛାଡି ଅନୁଶାସିତ ଜୀବନ ଶୈଳୀକୁ ବାଛିବା ବହୁତ ଜରୁରୀ ଅଟେ । ଏଥିପାଇଁ ଠିକ ସମୟରେ ଖାଇବା, ପିଇବା ଏବଂ ଶୋଇବା ଦରକାର ।

ଜରୁରୀ କାମ ନଥିଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ, ଚାଣକ୍ୟଙ୍କ ଅନୁସାରେ ଯେଉଁ ଦେଶରେ ମହାମାରୀ ବଢିବାରେ ଲାଗିଥିବ ସେହି ଦେଶର ଲୋକଙ୍କୁ ଘରୁ କମ ବାହାରିବା ଦରକାର । ମହାମାରୀ ସମୟରେ ଘର ରହିବା ହିଁ ସବୁଠାରୁ ଭଲ ବୋଲି କୁହାଯାଇଥାଏ । ଯଦି ଜରୁରୀ କାମ ନଥାଏ ତାହେଲେ ଘରୁ ବାହାରକୁ ବାହାରିବା ଉଚିତ ନୁହେଁ କାରଣ ଏହା ଦ୍ଵାରା ଅନ୍ୟ ଲୋକଙ୍କୁ ସଂକ୍ରମିତ କରିବାର ବିପଦ ବଢିଯାଇ ଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button