ଦେଶ- ବିଦେଶ

ଆଇଏଏସ ହେବା ପରେ ଗାଁ ଲୋକଙ୍କୁ ମୁହଁ ଦେଖେଇବି କହି ବାହାରିଥିଲା ଚୁଡି ବିକିବା ବାଲା, ଆଉ ତା ପରେ ଘଟିଥିଲା କିଛି ଏମିତି…

ଯେତବେଳେ ମଣିଷ ଜୀବନରେ କିଛି କରିବା ପାଇଁ ସ୍ଥିର କରିଦେଇ ଥାଏ ତାକୁ ଦୁନିଆର କୌଣସି ବି ଶକ୍ତି ଅଟକାଇ ପାରେ ନାହିଁ । ଏମିତି ହିଁ କିଛି ହୋଇଥିଲା ଆଇଏଏସ ରମେଶ ଘୋଲପ ଙ୍କ ସହିତ । ରମେଶଙ୍କ ବାମ ଗୋଡରେ ପୋଲିଓ ହୋଇଯାଇ ଥିଲା । ରମେଶ ପ୍ରଥମେ ନିଜର ଆର୍ଥିକ ଏବଂ ଶାରୀରିକ ସ୍ଥିତି ଦେଖି ଚୁଡି ବେପାର କରୁଥିଲେ । ଏହି କାମ ରମେଶ ଙ୍କ ପାଇଁ ସହଜ ନଥିଲା । ଗାଁର କେତେକ ଲୋକ ରମେଶ ଙ୍କୁ ଥଟା ପରିହାସ କରୁଥିଲେ କିନ୍ତୁ ସେ ଏହି କଥାକୁ ଶୁଣୁନଥିଲେ ବରଂ ସେ ଓଲଟା ନିଷ୍ପତ୍ତି ନେଇଥିଲେ କି ଯେ ପର୍ଯ୍ୟନ୍ତ ଅଫିସର ନହୋଇଛି ସେପର୍ଯ୍ୟନ୍ତ ଗାଁରେ ପାଦ ରଖିବି ନାହିଁ ।

ରମେଶଙ୍କର ସ୍ଵପ ଥିଲା ସିବିଲ ସର୍ଭିସ କରିବା ପାଇଁ କିନ୍ତୁ ଆର୍ଥିକ କରିସ୍ଥିତି ଭଲ ନଥିବାରୁ ସେ ତାଙ୍କ ମାଆ ଙ୍କ ସହିତ ରାସ୍ତା କଡରେ ଚୁଡି ବିକୁଥିଲେ । ରମେଶଙ୍କ ବାପାଙ୍କର ଏକ ସାଇକେଲ ଦୋକାନ ଥିଲା କିନ୍ତୁ ସେ ବହୁତ ମଦ ପିଉଥିବା କାରଣରୁ ତାଙ୍କ ପରିବାର ରାସ୍ତା ଉପରକୁ ଚାଲିଆସିଥିଲେ । ମଦ ପିଇ ପିଇ ବାପା ମେଡିକାଲରେ ଆଡମିଟ ହେବା ପରେ ମାଆ ଚୁଡି ବିକିବା ଆରମ୍ଭ କରିଥିଲେ । ରମେଶ ପୋଲିଓରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ସେ ମାଙ୍କ ସହିତ ଚୁଡି ବିକୁଥିଲେ ଏବଂ ତାଙ୍କର ଜଣେ ଭାଇ ମଧ୍ୟ ଥିଲେ ସେ ବି ତାଙ୍କ ସହିତ ଚୁଡି ବିକୁଥିଲେ ।

ରମେଶ ପ୍ରଥମେ ତାଙ୍କ ଗାଁ ସ୍କୁଲରେ ପଢୁଥିଲେ କିନ୍ତୁ ବଡ ସ୍କୁଲରେ ଆଡ୍ମିସନ କରିବା ପାଇଁ ସେ ତାଙ୍କ ଦାଦା ଙ୍କ ଗାଁ ବରସୀ ଚାଲିଗଲେ ଏବଂ ସେଠାରେ ସେ ଯେତବେଳେ ୧୨ଶ୍ରେଣୀରେ ପଢୁଥିଲେ ସେତବେଳେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଗଲା । ସେତବେଳେ ଦାଦା ଙ୍କ ଗାଁରୁ ନିଜ ଗାଁକୁ ଆସିବା ପାଇଁ ବସ ଭଡା ୭ଟଙ୍କା ଥିଲା କିନ୍ତୁ ରମେଶ ବିକଳାଙ୍ଗ ହୋଇଥିବାରୁ ତାଙ୍କୁ ୨ଟଙ୍କା ଲାଗୁଥିଲା । ସେତବେଳେ ରମେଶ ଙ୍କ ପାଖରେ ୨ଟଙ୍କା ବି ନଥିଲା ସେ ପଡୋଶୀଙ୍କ ଠାରୁ ସାହାଯ୍ୟ ନେଇ ଗାଁରେ ପହଞ୍ଚିଲେ । ୧୨ଶ୍ରେଣୀ ରେ ସେ ୮୮.୫% ମାର୍କ ହାସଲ କରିଥିଲେ ଏବଂ ଏହାପରେ ସେ ଶିକ୍ଷା କ୍ଷେତ୍ରରେ ଡିପ୍ଲୋମା କରି ଏକ ସ୍କୁଲରେ ଶିକ୍ଷକ ହୋଇଗଲେ । ଏହି ସମୟରେ ସେ ବିଏ ଡିଗ୍ରୀ ବି ହାସଲ କରିଲେ ।

 

୬ମାସ ଶିକ୍ଷକ ଚାକିରି କରିବା ପରେ ସେ ଚାକିର ଛାଡି ଦେଇଥିଲେ କାରଣ ତାଙ୍କର ସ୍ଵପ୍ନ ଥିଲା ଆଇଏଏସ ହେବା ପାଇଁ । ୨୦୧୦ରେ ସେ ୟୁପିଏସସି ପରୀକ୍ଷା ଦେଇଥିଲେ କିନ୍ତୁ ସେଥିରେ ସେ ଫେଲ ହୋଇଯାଇଥିଲେ କିନ୍ତୁ ସେ ହାରିଯାଇ ନଥିଲେ । ତାଙ୍କ ମା ଗାଁ ଲୋକଙ୍କ ଠାରୁ ପଇସା ଧାର ଆଣି ତାଙ୍କୁ ପୁଣିଥରେ ପଢିବା ପାଇଁ ପଠେଇଥିଲେ । ସେ ୨୦୧୨ମସିହାରେ ପୁଣି ଥରେ ପରୀକ୍ଷା ଦେଇଥିଲେ ଏବଂ ସେଥିରେ ସେ ୨୮୭ରାଙ୍କ ହାସଲ କରିଥିଲେ ।

ବିନା କୋଚିଙ୍ଗରେ ପାଠ ପଢିଥିବା ବାପା ମାଆ ଙ୍କର ପୁଅ ଆଇଏଏସ ହୋଇଗଲା ଏହା ଦେଖି ଗାଁ ଲୋକ ଆଶ୍ଚର୍ଯ୍ୟ ହୋଗଲେ । ମାଆ ତାଙ୍କ ଉପରେ ବହୁତ ଗର୍ବ କଲେ । ରମେଶ ବର୍ତ୍ତମାନ ଝାଡଖଣ୍ଡ ର ଖୁଣ୍ଟି ଜିଲ୍ଲାରେ ଏସଡ଼ିଏମ ଭାବରେ କାମ କରୁଚାହନ୍ତି । ରମେଶ ଆଜି କେତେକ ଲୋକଙ୍କ ପାଇଁ ପ୍ରେରଣା ହୋଇଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button