ଜ୍ୟୋତିଷ

ପଡୋଶୀରେ ରହୁଥିବା ମହିଳାଙ୍କ ସହିତ ଭୁଲରେ ବି କରନ୍ତୁ ନାହିଁ ଏହି ୪ଟି କାମ, ବିଦୂର କହିଛନ୍ତି ଏମିତି

ମହାତ୍ମା ବିଦୁର ନିଜ ନୀତିରେ ଏମିତି ୪ଟି କାର୍ଯ୍ୟ ବିଷୟରେ କହିଛନ୍ତି, ଯେଉଁ କାର୍ଯ୍ୟ ସବୁ ପୁରୁଷକୁ ଅନ୍ୟ ସ୍ତ୍ରୀ ସହ କରିବା ଉଚିତ ନୁହେଁ । ଯଦି ପୁରୁଷ ଏହିଭଳି କାମ କରୁଛି ତେବେ ତାହାର ବର୍ବାଦି ସୁନିଶ୍ଚିତ ଅଟେ । ମହାତ୍ମା ବିଦୁରଙ୍କ ଅନୁସାରେ ଏହିଭଳି ଲୋକମାନେ ସମ୍ମାନ ତ ହରାଇ ଦିଅନ୍ତି, ଏହା ସହିତ ଏମାନେ ଲକ୍ଷ୍ମୀଙ୍କୁ ବି ହାତ ଛଡା କରି ଦିଅନ୍ତି । ଏହିଭଳି ବ୍ୟକ୍ତିଙ୍କ ଘରୁ ଲକ୍ଷ୍ମୀ ରାଗି ଯାଇ ସବୁଦିନ ପାଇଁ ଚାଲି ଯାଆନ୍ତି ।

ମହାତ୍ମା ବିଦୁରଙ୍କ ବିଷୟରେ କହିବାକୁ ଗଲେ ସେ ଜଣେ ମହାନ ଜ୍ଞାନୀ, ଅର୍ଥ କୁଶଳ ଏବଂ ମନୀଷୀ ବ୍ୟକ୍ତି ଥିଲେ । ସେ ହସ୍ତିନାପୁର ସାମ୍ରାଜ୍ୟର ପ୍ରଧାନମନ୍ତ୍ରୀ ତଥା କୌରବ ଓ ପାଣ୍ଡବଙ୍କ ଦାଦା ଥିଲେ । ବିଦୁରଙ୍କ ନୀତି ଏହି କାରଣରୁ ଶ୍ରେଷ୍ଠ ଅଟେ କାରଣ ସେ ସ୍ଵୟଂ ଧର୍ମରାଜଙ୍କ ଅବତାର ଥିଲେ । ମାଣ୍ଡବ୍ୟ ରୁଷିଙ୍କ ଅଭିଶାପ କାରଣରୁ ହିଁ ଧର୍ମରାଜଙ୍କୁ ବିଦୁରଙ୍କ ରୂପରେ ଏକ ଦାସୀର ଗର୍ଭରୁ ଜନ୍ମ ନେବାକୁ ପଡିଥିଲା ।

ଧର୍ମରାଜଙ୍କ ଅବତାର ହେବା କାରଣରୁ ବିଦୁରଙ୍କୁ ଭୁତ, ଭବିଷ୍ୟତର ଜ୍ଞାନ ଥିଲା । ସେ ସମସ୍ତ ମନୁଷ୍ୟଙ୍କ ଆଚାର ବିଚାର ବିଷୟରେ ଜାଣି ପାରୁଥିଲେ । ସେ ଜାଣିଥିଲେ କି କେଉଁ କାମ କରିବା ଦ୍ଵାରା ବ୍ୟକ୍ତି ଜଲ୍ଦି ସଫଳ ଧନବାନ ହୋଇଥାଏ ଓ କେଉଁ କାର୍ଯ୍ୟ ଦ୍ଵାରା ବ୍ୟକ୍ତିର ଜୀବନ ଦରିଦ୍ର ହିଁ ରହିଥାଏ । ସାମାନ୍ୟ ମନୁଷ୍ୟ ଏହିଭଳି ଭୁଲ କରନ୍ତୁ ନାହିଁ । ଏହି କାରଣରୁ ବିଦୁର ନୀତି ଗୁଡିକର ରଚନା କରିଛନ୍ତି ।

ଯାହା ଦ୍ଵାରା ମନୁଷ୍ୟ ଏହି ନୀତି ଗୁଡିକର ଆଚରଣ କରି ସମାଜରେ ମାନ ସମ୍ମାନ ଓ କୀର୍ତ୍ତି ପାଇବ । ବିଦୁର ନିଜ ନୀତିରେ ପୁରୁଷଙ୍କୁ ଅନ୍ୟ ସ୍ତ୍ରୀମାନଙ୍କ ସହିତ କେଉଁଭଳି ବ୍ୟବହାର କରିବା ଉଚିତ ତଥା ତାଙ୍କ ସହିତ କଥାବାର୍ତ୍ତା କରିବା ସମୟରେ କେଉଁ କଥାର ଧ୍ୟାନ ରଖିବା ଦରକାର ଏହି ବିଷୟରେ ବହୁତ ହିଁ ମହତ୍ଵ ପୂର୍ଣ ଜ୍ଞାନ ଦେଇଛନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି ୪ଟି କଥା ବିଷୟରେ କହିବାକୁ ଯାଉଛୁ ଯାହା କୌଣସି ବି ପୁରୁଷକୁ ପଡୋଶୀରେ ରହୁଥିବା ତଥା ଅନ୍ୟ କୌଣସି ବି ଅନ୍ୟ ବ୍ୟକ୍ତିର ସ୍ତ୍ରୀ ସହ କରିବା ଉଚିତ ନୁହେଁ । ଏହିଭଳି କରିବା ଦ୍ଵାରା ସେହି ବ୍ୟକ୍ତି ବହୁତ ଅସୁବିଧାରେ ପଡି ପାରେ ।

ବିନା ଆଜ୍ଞାରେ ଘରେ ପ୍ରବେଶ କରିବା

କୌଣସି ବି ମଣିଷକୁ ବିନା ଆଜ୍ଞାରେ କାହାର ବି ଘରେ ପ୍ରବେଶ କରିବା ଉଚିତ ନୁହେଁ । ସେହି ବ୍ୟକ୍ତି ମୂର୍ଖ ହୋଇଥାଏ । ଅନ୍ୟ ସ୍ତ୍ରୀଙ୍କ ଘରେ ବିନା ଆଜ୍ଞାରେ ପ୍ରବେଶ କରୁଛନ୍ତି ତେବେ ସେ ଆପଣଙ୍କୁ ସମସ୍ୟାରେ ପକାଇ ପାରନ୍ତି । ସେ ସ୍ତ୍ରୀ କୌଣସି ପର୍ସନାଲ କାର୍ଯ୍ୟରେ ବ୍ୟସ୍ତ ଥିବ କିମ୍ବା ଡ୍ରେସ ଚେଞ୍ଜ କରୁଥିବ । ଏହିଭଳି ଅବସ୍ଥାରେ ଆପଣ ଯଦି ତାଙ୍କ ଘରକୁ ପ୍ରବେଶ କରୁଛନ୍ତି ତେବେ ଆପଣ ଭୟଙ୍କର ପରିସ୍ଥିତିର ସାମ୍ନା କରି ପାରନ୍ତି । ସମାଜରେ ଏହି କଥା ପ୍ରଚାର ହେବା ଦ୍ଵାରା ଆପଣ ଅପମାନ ହୋଇ ପାରନ୍ତି । ସେଥିପାଇଁ ଆପଣ କାହାର ବି ଘରକୁ ଆଜ୍ଞା ନ ନେଇ ପ୍ରବେଶ କରନ୍ତୁ ନାହିଁ ।

ସ୍ତ୍ରୀକୁ ଉପଦେଶ ଦେବା

ମହାତ୍ମା ବିଦୁରଙ୍କ ଅନୁସାରେ ଏକ ବୁଦ୍ଧିମାନ ବ୍ୟକ୍ତି ଭୁଲରେ ବି ନିଜ ତରଫରୁ କୌଣସି ସ୍ତ୍ରୀକୁ ଉପଦେଶ ଦିଏ ନାହିଁ । ନ କହିବା ସତ୍ବେ ବି ଯଦି ଆପଣ ଉପଦେଶ ଦେଉଛନ୍ତି ତେବେ ସେହି ସ୍ତ୍ରୀ ଆପଣଙ୍କ ଅପମାନ କରି ପାରେ । ଏହା ସହିତ ତାହାର କୌଣସି ବି କାମ ଖରାପ ହୋଇଯାଏ ତେବେ ସେ ସେ ଏଥିପାଇଁ ଆପଣଙ୍କୁ ଦୋଷୀ କରିଥାଏ । ସେଥିପାଇଁ ଉପଦେଶ ମାଗିବା ପରେ ହିଁ ଉପଦେଶ ଦିଅନ୍ତୁ ।

ଗାଡିରେ ବସାଇବା

ଏକ ବୁଦ୍ଧିମାନ ଓ ସଭ୍ୟ ସ୍ତ୍ରୀ କେବେ ବି କୌଣସି ଅନ୍ୟ ସ୍ତ୍ରୀ ସହ ଗୋଟିଏ ଗାଡିରେ ବସେ ନାହିଁ । ଏହିଭଳି କରିବା ଅନୁଚିତ ଅଟେ । ଏହା ସହିତ ଘରେ ଯଦି କୌଣସି ଅନ୍ୟ ବ୍ୟକ୍ତିର ସ୍ତ୍ରୀ ଘରକୁ ଆସୁଛି ତେବେ ତାଙ୍କ ସହିତ ଗୋଟିଏ ହିଁ ଆସନରେ ବସିବା ଅନୁଚିତ ଅଟେ । ଏହିଭଳି କରିବା ଦ୍ଵାରା ଆପଣଙ୍କ ସମ୍ମାନ ହାନି ହୋଇଥାଏ । ଅର୍ଥାତ ଅନ୍ୟର ସ୍ତ୍ରୀମାନଙ୍କ ସହିତ ଗୋଟିଏ ହିଁ ଗାଡିରେ କିମ୍ବା ଗୋଟିଏ ବାହନରେ ବସିବା ଉଚିତ ନୁହେଁ ।

ଅଧିକ ସମୟ ପର୍ଯ୍ୟନ୍ତ କଥାବାର୍ତ୍ତା ହେବା

ଏକ ବୁଦ୍ଧିମାନ ବ୍ୟକ୍ତି ଅନ୍ୟ ସ୍ତ୍ରୀ ସହିତ ଅଧିକ ସମୟ ପର୍ଯ୍ୟନ୍ତ କଥାବାର୍ତ୍ତା କରେ ନାହିଁ । ଏହା ସହିତ ତାହା ସାମ୍ନାରେ ନିଜର ପର୍ସନାଲ କଥା ଶେୟାର କରେ ନାହିଁ । ସେହି ବ୍ୟକ୍ତି ମୂର୍ଖ ହୋଇଥାଏ ଯାହାକୁ ଅନ୍ୟ ସ୍ତ୍ରୀ ସହିତ ଅଧିକ ସମୟ ପର୍ଯ୍ୟନ୍ତ କଥା ହେବାକୁ ଭଲ ଲାଗିଥାଏ । ତାକୁ ନିଜ ସମ୍ମାନର କୌଣସି ଫରକ ପଡେ ନାହିଁ । ନିଜର ପର୍ସନାଲ କଥା ଶେୟାର କରିବା ଦ୍ଵାରା ଆପଣ ସମସ୍ୟାରେ ପଡି ପାରନ୍ତି । ସେଥିପାଇଁ ଅନ୍ୟର ସ୍ତ୍ରୀ ସହିତ ଅଧିକ ସମୟ ପର୍ଯ୍ୟନ୍ତ କଥାବାର୍ତ୍ତା କରନ୍ତୁ ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button