ରାଜ୍ୟ

ଆଧାର ନମ୍ବର ନ ଯୋଡି ଥିଲେ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବନ୍ଦ ହେବ ନାହିଁ ରାଶନ କାର୍ଡ, ଏମିତି ରହିଛି ସରକାରଙ୍କ ନୂଆ ନିୟମ

ସରକାର ରାସନ କାର୍ଡକୁ ଆଧାର ନମ୍ବର ସହ ଯୋଡିବାର ଏକ ନିୟମ ପ୍ରସ୍ତୁତୁ କରିଥିଲେ । ଏଥିରେ ରାସନ କାର୍ଡ ଥିବା ବ୍ୟକ୍ତି ସହ ତାହାର ସମସ୍ତ ପରିବାରର ଆଧାର କାର୍ଡ ରାସନ କାର୍ଡ ସହ ସଂଯୋଗ କରା ଯାଉଥିଲା । ଏହା ଏକ ବାଧ୍ୟତା ମୂଳକ କାର୍ଯ୍ୟ ଅଟେ ଓ ଏଥି ନିମନ୍ତେ ସରକାର ଏକ ଶେଷ ତାରିଖ ବି ନିର୍ଧାରିତ କରିଥିଲେ । କିନ୍ତୁ ବର୍ତ୍ତମାନ ସରକାରଙ୍କ ନୂତନ ନିୟମ ଅନୁସାରେ ରାସନ କାର୍ଡକୁ ଆଧାର କାର୍ଡ ସହ ସଂଯୋଗ କରିବାର ଶେଷ ତାରିଖକୁ ବଢାଇ ୩୦ ସେପ୍ଟେମ୍ବର, ୨୦୨୦ କରି ଦିଆ ଯାଇଛି ।

ବର୍ତ୍ତମାନ ସମୟରେ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ସାର୍ବଜନିକ ବିତରଣ ପ୍ରଣାଳୀ ମାନେ ପୀଡୀଏସ ର କୌଣସି ବି ଲାଭାର୍ଥୀର ରାସନ କାର୍ଡକୁ କେବଳ ଏହି କାରଣରୁ ବନ୍ଦ କରାଯିବ ନାହିଁ କି ତାହାର ଆଧାର ନମ୍ବର ସହ ରାସନ କାର୍ଡ ସଂଯୋଗ ନାହିଁ । କେନ୍ଦ୍ରୀୟ ଉପଭୋକ୍ତା ମାମଲା, ଖାଦ୍ୟ ଏବଂ ସାର୍ବଜାନିକ ବିତରଣ ମନ୍ତ୍ରାଳୟ ଏହିଭଳି ସ୍ପଷ୍ଟୀକରଣ ବିହାରରେ ଆଧାର ନମ୍ବର ନ ଥିବା କାରଣରୁ ରାସନ କାର୍ଡ ନିରାଶ ହେବାର ସମ୍ବନ୍ଧୀୟ ଏକ ଖବର ଉପରେ ଦେଇଛି ।

ମନ୍ତ୍ରାଳୟ କହିଲା କି ଖାଦ୍ୟ ଏବଂ ସାର୍ବଜାନିକ ବିତରଣ ବିଭାଗ ତରଫରୁ ୭ ସେପ୍ଟେମ୍ବର, ୨୦୧୭କୁ ଜାରି ଅଧି ସୂଚନା ଅନୁସାରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ସମସ୍ତ ଲାଭାର୍ଥୀମାନଙ୍କ ରାଶନ କାର୍ଡ ସହ ତାଙ୍କର ଆଧାର ନମ୍ବର ସଂଯୋଗ କରିବାର ସମୟ ସୀମାକୁ ବଢାଇ ୩୦ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ କରି ଦିଆ ଯାଇଛି ।

ବିଭାଗ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ସ୍ପଷ୍ଟ ନିର୍ଦେଶ ଦେଇଛି କି ଉକ୍ତ ଦିନ ପର୍ଯ୍ୟନ୍ତ କୌଣସି ବି ସଠିକ ଲାଭାର୍ଥୀକୁ କେବଳ ଏହି କାରଣରୁ ରାଶନ କାର୍ଡର ଜିନିଷରୁ ବଞ୍ଚିତ କରାଯିବ ନାହିଁ କି ତାହାର ରାଶନ କାର୍ଡ ଆଧାର ନମ୍ବର ସହ ସଂଯୋଗ ହୋଇ ନାହିଁ ଓ କେବଳ ଏହି ଆଧାରରେ କୌଣସି ବି ଲାଭାର୍ଥୀର ନାମକୁ ବି ବନ୍ଦ କରାଯିବ ନାହିଁ ଓ ନା ହିଁ ରାଶନ କାର୍ଡକୁ କାଟି ଦିଆଯିବ ।

ବିଭାଗ ଏହି ସମ୍ବନ୍ଧରେ ପୁଣି ନିର୍ଦେଶନାମା ଜାରି କରି କହିଲା କି ଲାଭାର୍ଥୀକୁ ବାୟୋମେଟ୍ରିକ କିମ୍ବା ଆଧାର ପରିଚୟ ନ ହେବା କାରଣରୁ ଏନଏଫଏସଏ ଅନୁସାରେ କାହାକୁ ବି ଖାଦ୍ୟ ସାମଗ୍ରୀରୁ ବଞ୍ଚିତ କରାଯିବ ନାହିଁ । କେନ୍ଦ୍ରୀୟ ମନ୍ତ୍ରୀ ରାମ ବିଳାସ ପାସୱାନଙ୍କ ମନ୍ତ୍ରାଳୟ ଅନୁସାରେ ଆସୁଥିବା ଖାଦ୍ୟ ଏବଂ ସାର୍ବଜନିକ ବିତରଣ ବିଭାଗ କହିଲା କି ବର୍ତ୍ତମାନର କଠିନ ସମୟ ମଧ୍ୟରେ ବ୍ୟବହାରିକ ଦ୍ରୁଷ୍ଟି ରଖିବାର ଅଛି ।

ଯାହା ଦ୍ଵାରା କୌଣସି ବି ଗରିବ ଓ ଯୋଜନା ଲାଭାର୍ଥୀ ପରିବାର ଖାଦ୍ୟ ସାମଗ୍ରୀ ପ୍ରାପ୍ତ କରିବାରୁ ବଞ୍ଚିତ ନ ରହୁ । ବିଭାଗ କହିଲା କି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରୟାସ ଫଳରେ ୨୩.୫ କୋଟି ରାସନ କାର୍ଡରେ ପାଖପାଖି ୯୦ ପ୍ରତିଶତ କାର୍ଡକୁ ପୂର୍ବରୁ ହିଁ ଆଧାର ନମ୍ବର ସହ ଯୋଡା ଯାଇ ସାରିଛି । ଯେତେବେଳେ କି ପୀଡୀଏସରେ ପାଖପାଖି ୮୦ କୋଟି ଲାଭାର୍ଥୀଙ୍କ ମଧ୍ୟରୁ ୮୫ ପ୍ରତିଶତ ଆଧାର ନମ୍ବର ତାଙ୍କର ସମ୍ବନ୍ଧିତ ରାସନ କାର୍ଡ ଦ୍ଵାରା ଯୋଡା ଯାଇ ସାରିଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button