ରାଜ୍ୟ

Vigilance raid: ଲାଞ୍ଚ ନେଇ କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ ଗିରଫ, ସରକାରୀ କ୍ୱାର୍ଟରରୁ ୭ ଲକ୍ଷ ୨୯ ହଜାର ୨୦୦ ଟଙ୍କା ଠାବ

ଲାଞ୍ଚ ନେଇ କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ ଗିରଫ । ଲେବର ଲାଇସେନ୍ସ ପାଇଁ ୨୦ ହଜାର ଲାଞ୍ଚ ଅଭିଯୋଗରେ ଧରିଥିଲା ଭିଜିଲାନ୍ସ । ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଗିରଫ । ଲାଞ୍ଚ ମାମଲାରେ ଧରାପଡ଼ିବା ପରେ ତାଙ୍କ ସହ ସମ୍ପର୍କିତ ଦୁଇଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ତଲାସୀ କରାଯାଇଥିଲା । ତଲାସୀ ବେଳେ ତାଙ୍କ କେନ୍ଦୁଝରସ୍ଥିତ ସରକାରୀ କ୍ୱାର୍ଟରରୁ ୭ ଲକ୍ଷ ୨୯ ହଜାର ୨୦୦ ଟଙ୍କା ନଗଦ ଠାବ କରାଯାଇଛି । ଏହାସହ ପ୍ରାୟ ୩୦୦ ଗ୍ରାମ ସୁନା ଅଳଙ୍କାର ମଧ୍ୟ ଜବତ ହୋଇଛି ।

ଗତକାଲି ଜଣେ ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟରଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଆକାଶ ବିଶୋଇଙ୍କୁ ଓଡ଼ିଶା ଭିଜିଲାନ୍ସ ଧରିଥିଲା । ନିଜ ଏଜେନ୍ସି ନାମରେ ଲେବର ଲାଇସେନ୍ସ କରାଇଦେବା ପାଇଁ ସେ ଏହି ଲାଞ୍ଚ ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଥିଲା।ଟ୍ରାପ୍ ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଦିଗରୁ ଭିଜିଲାନ୍ସ ତାଙ୍କ ସମ୍ପତ୍ତିର ତଲାସୀ ଆରମ୍ଭ କରିଥିଲା । ଏହି ତଲାସୀରୁ ନଗଦ ଟଙ୍କା ଓ ସୁନା ଅଳଙ୍କାର ମିଳିବା ପରେ ଏହାର ଉତ୍ସ ନେଇ ତଦନ୍ତ ଜାରି ରହିଛି । ତଲାସୀ ଓ ତଦନ୍ତ ଆଗକୁ ବଢ଼ିବା ସହ ଆକାଶ ବିଶୋଇଙ୍କ ଆହୁରି ସମ୍ପତ୍ତି ସମ୍ପର୍କରେ ତଥ୍ୟ ସାମ୍ନାକୁ ଆସିପାରେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button