ରାଜ୍ୟ

Prakash Paswan: ଦୁଇ ଦିନିଆ ରିମାଣ୍ଡରେ ଆସିବ ପ୍ରକାଶ ପାଶୱାନ, ପାନପୋଷ ସର୍କିଟ ହାଉସରୁ ବନ୍ଧୁକ ଓ ଗୁଳି ଜବତ ମାମଲା

ପାନପୋଷ ସର୍କିଟ ହାଉସରୁ ବନ୍ଧୁକ ଓ ଗୁଳି ଜବତ ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରକାଶ ପାଶୱାନଙ୍କୁ ଆଜି ଦୁଇ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରିବ ରଘୁନାଥପାଲି ଥାନା ପୋଲିସ୍ । ରାଉରକେଲା ପୋଲିସ୍ ପକ୍ଷରୁ କୋର୍ଟରେ ପ୍ରକାଶକୁ ପାଞ୍ଚ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରିଥିବା ବେଳେ କୋର୍ଟ ପକ୍ଷରୁ ଦୁଇ ଦିନ ରିମାଣ୍ଡରେ ନେବାକୁ ଅନୁମତି ମିଳିଥିଲା ।  ଆଜି ଅଭିଯୁକ୍ତ ପ୍ରକାଶ ପାଶ୍ବାନକୁ ଆଣି ସର୍କିଟ ହାଉସ ବନ୍ଧୁକ କାରବରା ମାମଲାର ଗୁମର ଖୋଲିବ ପୋଲିସ । ସହରର କୌଣସି ବଡ଼ ବ୍ୟକ୍ତିଙ୍କୁ ଟାର୍ଗେଟ୍ କରି ଅଘଟଣ ଘଟାଇବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ କି ? ବାଲିଘାଟ ଠିକାଦାର, ଶିଳ୍ପପତି, ଖଣି ମାଲିକମାନଙ୍କ ନିକଟରୁ ବଟି ଆଦାୟ ଠାରୁ ଆରମ୍ଭ କରି ଟେଣ୍ଡର ଫିକ୍ସିଂରେ ସଂପୃକ୍ତି ନେଇ ଘନଘନ ଜେରା କରାଯିବ । ପାନପୋଷ ସର୍କିଟ ହାଉସ୍ ରୁ ବନ୍ଧୁକ ଓ ଗୁଳି ଜବତ ମାମଲାରେ ପ୍ରକାଶଙ୍କ ଆଉ ଦୁଇ ସହଯୋଗୀ ଜନ୍ ନାଏକ ଓ ଅମିତ୍ ନାଏକ ରଘୁନାଥ ପାଲି ଥାନାରେ ଆତ୍ମସମର୍ପଣ କରିବା ପରେ ପୋଲିସ୍ ସେମାନଙ୍କୁ କୋର୍ଟ ଚାଲାଣ କରିଛି ।

ବର୍ତ୍ତମାନ ସୁଦ୍ଧା ସର୍କିଟ ହାଉସ୍ ବନ୍ଧୁକ ଓ ଗୁଳି ଜବତ ମାମଲାରେ ପ୍ରକାଶଙ୍କ ସମେତ ୧୨ ଅଭିଯୁକ୍ତ ଙ୍କୁ ପୋଲିସ୍ ଗିରଫ କରି ସାରିଲାଣି । ପ୍ରକାଶ ପାଶ୍ବାନଙ୍କ ଦ୍ଵାରା ଦୁର୍ଗାପୁର ସଂରକ୍ଷିତ ଜଙ୍ଗଲ ଜମିରେ ବେଆଇନ ଭାବେ ନିର୍ମିତ କମ୍ୟୁନିଟି ସେଣ୍ଟର କୋଠାକୁ ଜଙ୍ଗଲ ବିଭାଗ ସିଲ୍ କରିଛି । ପ୍ରକାଶ ପାଶ୍ବାନ ନାମରେ ସହରର ବିଭିନ୍ନ ଥାନା ରେ ପୂର୍ବରୁ ୧୭ଟି ବିଭିନ୍ନ ମାମଲା ରହିଛି ।  ମାଲଗୋଦାମ ବାସିନ୍ଦା ସିଆରାମ ପ୍ରସାଦ ଓ ବନ୍ଦନା ସାହୁଙ୍କ ନିକଟରୁ ଭିନ୍ନ ଭିନ୍ନ ମାମଲା ରେ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଉଦିତ ନଗର ଥାନାରେ ଅଭିଯୋଗ ପରେ ଆଉ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button