ମନୋରଞ୍ଜନ

୧୪ ଫେବୃୟାରୀରେ ଭ୍ୟାଲେଂଟାଇନ ଡେ, ଜାଣନ୍ତୁ କାହିଁକି ପାଳନ କରଯାଏ ଏହି ଦିନକୁ

ଆପଣ ସମସ୍ତେ ଜାଣିଛନ୍ତି କି ଫେବୃୟାରୀ ମାସକୁ ପ୍ରେମର ମାସ ବୋଲି ବି କୁହାଯାଏ । ଏହି ମାସରେ ଭ୍ୟାଲେଂଟାଇନ ଡେ ପାଳନ କରାଯାଏ । ଯାହାକୁ ପ୍ରେମୀ ଯୁଗଳ ମାନଙ୍କର ଦିନ ବୋଲି ବି କୁହାଯାଏ । ଏମିତିରେ ଆଜି ଆମେ ଆପଣଙ୍କୁ କହିବୁ କି କାହିଁକି ଭ୍ୟାଲେଂଟାଇନ ଡେ ପାଳନ କରାଯାଏ । ଏହା ପଛରେ ଅସଲ କାରଣ କଣ ଅଟେ ।

ରିପୋର୍ଟ ଅନୁସାରେ ‘ଆରିୟା ଅଫ ଜ୍ୟାକୋବସ ଡୀ ଵାରାଜିନ’ ନାମକ ପୁସ୍ତକରେ ଭ୍ୟାଲେଂଟାଇନ ବିଷୟରେ କୁହାଯାଇଛି । ଏହି ଦିନକୁ ରୋମ ର ଜଣେ ପାଦରୀ ସନ୍ଥ ଭ୍ୟାଲେଂଟାଇନ ଙ୍କ ନାମରେ ପାଳନ କରାଯାଇଥାଏ । ସନ୍ଥ ଭ୍ୟାଲେଂଟାଇନ ଦୁନିଆରେ ପ୍ରେମକୁ ପ୍ରୋତ୍ସାହନ ଦେଉଥିବା ଜଣେ ବ୍ୟକ୍ତି ଥିଲେ । କିନ୍ତୁ ରୋମର ରାଜାଙ୍କୁ ତାଙ୍କର ଏହି କଥା ପସନ୍ଦ ଆସୁ ନ ଥିଲା ଓ ସେ ସର୍ବଦା ପ୍ରେମ ବିବାହ ବିରୁଦ୍ଧରେ ଥିଲେ ।

ରାଜା ପ୍ରେମ ବିବାହକୁ ଭୁଲ ବୋଲି ମାନୁଥିଲେ । ସମ୍ରାଟ କ୍ଲାଉଡିୟସକୁ ଲାଗୁଥିଲା କି ରୋମର ଲୋକମାନେ ନିଜର ପତ୍ନୀ ଓ ପରିବାର ଲୋକମାନଙ୍କ ସହ ମଝବୁତ ସମ୍ପର୍କ ଥିବା କାରଣରୁ ସେନାରେ ଭର୍ତ୍ତି ହେଉ ନାହାଁନ୍ତି । ଏହି ସମସ୍ୟାର ସମାଧାନ ପାଇଁ କ୍ଲାଉଡିୟସ ରୋମରେ ବିବାହ ଓ ନିର୍ବନ୍ଧ ଉପରେ ପ୍ରତିବନ୍ଧକ ଲଗାଇ ଦେଲେ ।

ପାଦରୀ ଭ୍ୟାଲେଂଟାଇନ ସମ୍ରାଟଙ୍କ ଏହି ଆଦେଶକୁ ଲୋକମାନଙ୍କ ପ୍ରତି ସଠିକ ଆଦେଶ ନୁହେଁ ବୋଲି ଅନୁଭବ କରିଲେ । ଏହା ପରେ ସେ ଏହି ଆଦେଶର ବିରୋଧ କରି କେତେକ ଅଧିକାରୀ ଓ ସୈନିକମାନଙ୍କର ବିବାହ ବି କରିଲେ । କିନ୍ତୁ ଏହା ପରେ ରାଜା କ୍ରୋଧିତ ହୋଇ ତାଙ୍କୁ ୧୪ ଫେବୃୟାରୀ ଦିନ ଫାସି ଦେଇ ଦେଲେ ।

କହିବାକୁ ଗଲେ ସେହି ଦିନ ଠାରୁ ହିଁ ସବୁ ବର୍ଷ ଏହି ଦିନକୁ ପ୍ରେମ ଦିବସ ରୂପରେ ପାଳନ କରାଯିବାକୁ ଲାଗିଲା । ଏହା ସହିତ କୁହାଯାଉଥିଲା କି ସନ୍ଥ ପାଦରୀ ଭ୍ୟାଲେଂଟାଇନ ଜେଲରେ ରହି ଜେଲର ଙ୍କ ଝିଅକୁ ଏକ ଚିଠି ଲେଖିଥିଲେ, ଯେଉଁଥିରେ ଶେଷରେ ସେ ଲେଖିଥିଲେ ‘ତୁମର ଭ୍ୟାଲେଂଟାଇନ ।‘ ଏହା ପର ଠାରୁ ୧୪ ଫେବୃୟାରୀ ଦିନକୁ ଭ୍ୟାଲେଂଟାଇନ ଡେ ରୂପରେ ପାଳନ କରାଗଲା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button