ଜ୍ୟୋତିଷ

ଏହି ସବୁ ହେଇଥାଏ ଭାଗ୍ୟଶାଳୀ ସ୍ତ୍ରୀମାନଙ୍କର ନିଶାନ, ଯଦି ଆପଣଙ୍କ ମଧ୍ୟରେ ବି ଅଛି ଏହି ସବୁ ନିଶାନ ତେବେ ଆପଣ ଅଟନ୍ତି ଘରର ଲକ୍ଷ୍ମୀ

ଭାରତ ବର୍ଷ ଏକ ଏମତି ଦେଶ ଅଟେ ଯେଉଁଠି ମହିଳାମାନଙ୍କୁ ଅଭିଶାପ ବୋଲି ଜଣା ଯାଇଥାଏ, ତାଙ୍କ ସହିତ ଖରାପ ବ୍ୟବହାର ବି ହୋଇଥାଏ ଓ ଦେବୀ କରି ପୂଜା ବି କରାଯାଏ । ଏଠି କିଛି ବି ସମ୍ଭବ ଅଟେ । ଏଠି ଘରେ ରହୁଥିବା ସ୍ତ୍ରୀମାନଙ୍କୁ ଲକ୍ଷ୍ମୀଙ୍କର ରୂପ କୁହାଯାଏ । ଆଜି ଆମେ ଆପଣଙ୍କୁ କହିବୁ ମହିଳାମାନଙ୍କ ସହ ଜଡିତ କିଛି କଥା ଯାହା ଭାଗ୍ୟଶାଳୀ ମହିଳା ହେବାର ଚିହ୍ନ ହୋଇଥାଏ, କଣ ଆପଣଙ୍କ ଘରେ ଏହିଭଳି ମହିଳା ଅଛନ୍ତି ?

ଏହା ହୋଇଥାଏ ଭାଗ୍ୟଶାଳୀ ମହିଳାମାନଙ୍କର ଚିହ୍ନ

ମହିଳାମାନଙ୍କୁ ଦେବୀ ବୋଲି କୁହାଯାଏ । କିନ୍ତୁ ସମୁଦ୍ରଶାସ୍ତ୍ର ଅନୁସାରେ ମହିଳା ହିଁ ଘରେ ସୁଖ – ସମୃଦ୍ଧି ଓ ବୈଭବର କାରଣ ହୋଇଥାନ୍ତି । ସମୁଦ୍ର ଶାସ୍ତ୍ରରେ ମହିଳାମାନଙ୍କର କିଛି ଚିହ୍ନ ବିଷୟରେ କୁହାଯାଇଛି ଯାହା କି ତାଙ୍କ ସ୍ଵାମୀଙ୍କର ଉଜ୍ଜ୍ଵଳ ଭବିଷ୍ୟତର କାରଣ ହୋଇଥାଏ ।

ବଡ ଆଖି

Image courtesy: Google

ସମୁଦ୍ର ଶାସ୍ତ୍ର ଅନୁସାରେ ବଡ ବଡ ଆଖି ଥିବା ମହିଳାମାନେ ସ୍ଵଭାବରେ ବହୁତ ଚଞ୍ଚଳ ହୋଇଥାନ୍ତି । ଯିଏକି ନିଜର ଶଶୁରଘରକୁ ସୁଖମୟ ପରିବେଶ କରି ରଖିଥାନ୍ତି । ଏମାନେ କେବଳ ପରିବାରକୁ ନୁହେଁ ନିଜର ସ୍ଵାମୀଙ୍କୁ ବି ଖୁସିରେ ରଖିବା ଜାଣିଥାନ୍ତି ।

ଲାଲ ଜିଭ

କୋମଳ, ଲାଲ ଜିଭ ବାଲି ଝିଅମାନେ ଶଶୁର ଘରେ ନିଜର ମହାନତା ପାଇଁ ରାଜ କରିଥାନ୍ତି । ନିଜ ସ୍ଵଭାବ କାରଣରୁ ସେମାନେ ପରିବାର ଲୋକମାନଙ୍କର ହୃଦୟ ଜିତି ନିଅନ୍ତି । ଏତିକି ନୁହେଁ ଏହିଭଳି ମହିଳାମାନେ ପରିବାରର ପୁରା ଧ୍ୟାନ ବି ରଖନ୍ତି

ଲମ୍ବା ହାତ

Image courtesy: Google

ଲମ୍ବା, ପତଳା ଓ ସିଧା ହାତ ଥିବା ମହିଳାମାନେ ବି ନିଜ ସ୍ଵାମୀଙ୍କୁ ବହୁତ ଭଲ ପାଆନ୍ତି । ଏତିକି ନୁହେଁ ଶଶୁର ଘର ବି ଏମାନଙ୍କୁ ପ୍ରେମ ଓ ସମ୍ମାନ ଦିଅନ୍ତି ।

ଫ୍ଲାଟ ତଳିପାଦ

ଏମିତି କୁହାଯାଏ କି ଫ୍ଲାଟ ତଳିପାଦ ଥିବା ମହିଳାମାନେ ନିଜର ବାପଘର ସହିତ ଶଶୁର ଘରେ ବି ଲକି ହୋଇଥାନ୍ତି । ଏମାନେ ପରିବାରକୁ ଏକାଠି ନେଇ ଚଳନ୍ତି ।

ନାକ ଉପରେ କଳାଜାଇ ଥିବା

Image courtesy: Google

ଯେଉଁ ଝିଅମାନଙ୍କ ନାକ ଉପରେ କିମ୍ବା ଆଖପାଖରେ କଳାଜାଇ ଥାଏ, ସେମାନେ ସୁଖ ପ୍ରାପ୍ତ କରିଥାନ୍ତି । ଏହି କଳାଜାଇ, ମହିଳାମାନଙ୍କ ଜୀବନରେ ପ୍ରଚୁର ଧନ –ସମ୍ପତି ପ୍ରାପ୍ତିର ଚିହ୍ନ ହୋଇଥାଏ ।

ଉପରକୁ ଉଠିଥିବା ଆଙ୍ଗୁଠି

ଯଦି କୌଣସି ମହିଳାର ଆଙ୍ଗୁଠି ଗୋଲ, ଉପରକୁ ଉଠିଛି ଓ ଲାଲ ହୋଇଥାଏ ତେବେ ସେ ପରିବାର ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମିତି କୁହାଯାଏ କି ଏହିଭଳି ମହିଳାମାନେ ନିଜ ସ୍ଵାମୀ ଓ ପରିବାର ପ୍ରତି ସମର୍ପିତ ହୋଇଥାନ୍ତି ।

ଗୋଲାକାର ଗୋଇଠି ଥିବା

Image courtesy: Google

କୋମଳ ଓ ଗୋଲାକାର ଗୋଇଠି ଥିବା ମହିଳାମାନେ ନିଜ ସହିତ ସୁଖ ଓ ସମୃଦ୍ଧି ନେଇ ଆସିଥାନ୍ତି । ଏମାନଙ୍କର ପରିବାର ସବୁବେଳେ ଖୁସିରେ ରହିଥାଏ ଓ ଏମାନଙ୍କୁ ଧନର ଅସୁବିଧା ହୁଏ ନାହିଁ ।

ତଳିପାଦରେ ଚକ୍ର କିମ୍ବା ଶଙ୍ଖ

କିଛି ଝିଅମାନଙ୍କର ଗୋଡର ତଳିପାଦ କୋମଳ, ଚକ୍ର ଓ ଶଙ୍ଖର ଚିହ୍ନ ଥାଏ । ଏହା ବହୁତ କମ ଝିଅ ହୋଇଥାନ୍ତି କିନ୍ତୁ ଏମାନେ ବହୁତ ଭାଗ୍ୟଶାଳି ହୋଇଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button