ଦେଶ- ବିଦେଶ

ସବୁ କିଛି ଭୁଲି ଯବାନ କାଟିଲେ ନିଜ ଡ଼ିଜିପିଙ୍କ ଚାଲାଣ, ତାପରେ ଡ଼ିଜିପି ସିପାହୀଙ୍କ ସହିତ କଲେ ଏମିତି ବ୍ୟବହାର

ଏମିତି କୁହାଯାଏ କି ଯେତେ ବି ସରକାରୀ ଅଫିସର ଅଛନ୍ତି ସେ ଲାଞ୍ଚ ବା ପଇସା ନେଇ କାମ କରିଥାନ୍ତି କିନ୍ତୁ କିଛି ଏମିତି ବି ସିପାହୀ ଅଛନ୍ତି ଯିଏ ସଚ୍ଚୋଟତାର ସହିତ କାମ କରିଥାନ୍ତି । ତାଙ୍କ ସାମ୍ନାରେ କେହି ବି ଆସନ୍ତୁ ସେ ଯେତେ ବଡ ଅଫିସର ହୋଇଥାନ୍ତୁ ସେ ନିଜ କର୍ତ୍ତବ୍ୟ ପାଳନ କରିଥାନ୍ତି । କିଛି ଏମିତି ହିଁ ହେଲା ଡ଼ିଜିପିଙ୍କ ସହିତ ଯେବେ ସେ ଟ୍ରାଫିକ ନିୟମ ଭାଙ୍ଗିଲେ ତେବେ ସିପାହୀ ଜଣଙ୍କ ତାଙ୍କ ପୋଷ୍ଟକୁ ଭୁଲି ନିଜ କର୍ତ୍ତବ୍ୟ ସଚ୍ଚୋଟତାର ସହିତ ପାଳନ କରିଥିଲେ ।

ଆପଣ ନିଜେ ଭାବନ୍ତୁ ଶୁଣିବାକୁ ତ ଅଜବ ଲାଗୁଛି କିନ୍ତୁ ଏହା ସତ୍ୟ କି ଏହା ପରେ ଡ଼ିଜିପି ସାହାବ ସେହି ସିପାହୀଙ୍କ ସହିତ କଣ କରିଥିବେ । ସବୁ କିଛି ଭୁଲି ଯବାନ ନିଜ କର୍ତ୍ତବ୍ୟ ପାଳନ କରିଥିଲେ ଓ କାଟିଥିଲେ ନିଜ ଡ଼ିଜିପିଙ୍କର ଚାଲାଣ, ଆଜିର ସମୟରେ ଏମିତି ପୋଲିସ ମିଳିବା ବହୁତ କଷ୍ଟ କିନ୍ତୁ ଏମିତି ଲୋକ ଆଜି ବି ଅଛନ୍ତି ।

ପୋଲିସବାଲାଙ୍କର ଇମେଜ ସବୁବେଳେ ଖରାପ ହେବାକୁ ଲାଗିଛି କିନ୍ତୁ ଆପଣଙ୍କୁ ସତ କହି ରଖୁଚୁ କି ଏମିତି ନୁହେଁ । ଯେଉଁ ପୋଲିସ ଙ୍କ କଥା ଆମେ କହିବାକୁ ଯାଉଛୁ ତାଙ୍କ କଥା ଟିକେ ଅଲଗା । ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନ ରେ CPU ର ପୋଲିସ ଯବାନ, ଉତ୍ତରାଖଣ୍ଡ ପୋଲିସ ମହାନିର୍ଦେଶକ (DGP) ଅନିଲ ରତୁଡି ରେଡ ଲାଇଟ ଜମ୍ପ କରିବାରୁ ତାଙ୍କ ଚାଲାଣ କାଟି ଦେଇଥିଲେ ।

ଯାହା ପରେ ଡ଼ିଜିପି ଯବାନଙ୍କର ପ୍ରଶଂସା କରିଥିଲେ ଓ ତା ପିଠି ଥାପୁଡାଇ ଥିଲେ । ଏମିତି ଏଥିପାଇଁ ହେଲା କି ଯବାନ ଜଣଙ୍କ ମାନିଲେ କି ଏହି ନିୟମ ସମସ୍ତଙ୍କ ପାଇଁ ସମାନ ସେ କୌଣସି ସାଧାରଣ ମଣିଷ ପାଇଁ ହେଉ ବା କୌଣସି ଅସାଧାରଣ ମଣିଷ ପାଇଁ ହେଉ ।  ଯେଉଁ କାମ ସେହି ଯବାନ ଜଣଙ୍କ କଲେ ଯଦି ସେହି କାମ ଆଜିର ଯୁଗରେ ସବୁ ସରକାରୀ କର୍ମଚାରୀ କରିବାକୁ ଲାଗିବେ ତେବେ ସାଧାରଣ ଜନତା ସରକାରୀ ଅଫିସରଙ୍କୁ ଖରାପ ଦୃଷ୍ଟିରେ ଦେଖିବେ ନାହିଁ ।

ସେହି ଯବାନ ଜଣଙ୍କ ଠାରୁ ଆମକୁ ଏହି ଶିକ୍ଷା ମିଳିବା ଦରକାର କି ଆମେ ଯେଉଁ କାମକୁ ବି କରୁ ପରିଶ୍ରମ ଓ ସଚ୍ଚୋଟତାର ସହିତ କଲେ ଆମକୁ ଭଲ ଫଳ ହିଁ ମିଳିବ । ଯଦି ଆମକୁ ଲାଗେ କି ଆମେ ଯେଉଁ କାମ କରୁଛୁ ତା ଠିକ ଅଟେ ତେବେ ତାକୁ କରିବାରେ କେବେ ବି ଡରିବା କଥା ନୁହେଁ ଆପଣଙ୍କ ସାମ୍ନାରେ କେତେ ବି ବଡ ପୋଷ୍ଟର ଅଧିକାରୀ ଥାଉ ନା କାହିଁକି । ପରେ ସମସ୍ତେ ଆପଣଙ୍କ କାମକୁ ପ୍ରଶଂସା କରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button