ଦେଶ- ବିଦେଶ

ନଦୀରେ ପହଁରିବାକୁ ଲାଗିଲା ପାଞ୍ଚ ମହଲା ଘର, ଭିଡିଓ ଦେଖି ଆଖିକୁ ବିଶ୍ଵାସ ହେବ ନାହିଁ

ଆପଣମାନେ ସମସ୍ତେ ରାସ୍ତା ନିକଟରେ ଛିଡା ହୋଇଥିବା ବଡ ବଡ ଘରକୁ ଦେଖିଥିବେ କିନ୍ତୁ କେବେ କୌଣସି ବଡ ବିଲଡିଙ୍ଗକୁ ପାଣି ଉପରେ ପହଁରିଥିବାର ଦେଖିଛନ୍ତି ? କିନ୍ତୁ କହିବାକୁ ଗଲେ ଏହିଭଳି ଆମର ପଡୋଶୀ ଦେଶ ଚୀନରେ ହୋଇଛି । ବର୍ତ୍ତମାନ ସମୟରେ ଏକ ଭିଡିଓ ବହୁତ ଜଲ୍ଦି ଭାଇରାଲ ହେଉଛି । ଏହି ଭିଡିଓରେ ନଦୀରେ ପାଞ୍ଚ ମହଲା ଘର ପହଁରିବାର ନଜର ଆସୁଛି । ଏହାକୁ ଦେଖି ଲୋକମାନେ ନିଜ ଆଖି ଉପରେ ବିଶ୍ଵାସ ହିଁ କରି ପାରୁ ନାହାନ୍ତି ।

କହିଦେଉଛୁ କି ଏହି ପାଞ୍ଚ ମହଲା ଘର ଅସଲରେ ଏକ ରେଷ୍ଟୁରାଣ୍ଟ ଅଟେ । ଏହାକୁ Yangtze ନଦୀ ତଟରେ ତିଆରି କରାଯାଇଥିଲା । ଏହା ଏକ ଫ୍ଲୋଟିଂଗ (ପହଁରୁଥିବା ହୋଟେଲ) ଅଟେ । ଏହା ପର୍ଯ୍ୟଟକମାନଙ୍କୁ ବି ବହୁତ ଆକର୍ଷିତ କରୁଥିଲା । କିନ୍ତୁ କିଛି ପ୍ରଶାସନିକ କାରଣରୁ ଏହାକୁ ସେହି ସ୍ଥାନରୁ ହଟାଇବାକୁ ପଡିଲା । ଏହାକୁ ଅନ୍ୟ ଏକ ସ୍ଥାନକୁ ଶିଫ୍ଟ କରିବା ପାଇଁ ନଦୀ ମଝିରେ ପହଁରାଇ ନେଇ ଯିବାକୁ ପଡିଲା । କିନ୍ତୁ ଏହାକୁ ନେଇଯିବା ଏତେ ବି ସହଜ ନ ଥିଲା ।

ଏହି କାମ ପାଇଁ ରେଷ୍ଟୁରାଣ୍ଟ ମାଲିକକୁ ବହୁତ ଡଙ୍ଗା ଡାକିବାକୁ ପଡିଲା । ଏହା ପରେ ସମସ୍ତ ଡଙ୍ଗା ମିଶି ଏହାକୁ ଶିଫ୍ଟ କରିଲେ । ଏହି ଭିଡିଓକୁ @Rainmaker1973 ନାମକ ଏକ ୟୁଜର ଟ୍ୱିଟର ରେ ଶେୟାର କରିଛି । ସେ କହିଛି କି ଏହି ଭିଡିଓଟି ଗତ ବର୍ଷର ଅଟେ । କିନ୍ତୁ ପୁଣିଥରେ ଏହି ଭିଡିଓ ଭାଇରାଲ ହେବାକୁ ଲାଗୁଛି ।

ଅନ୍ୟ ପଟେ ଏହି ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରକାରର କମେଣ୍ଟ ବି ଦେଖିବାକୁ ମିଳୁଛି । କିଏ କହୁଛି କି “ଯଦି ଆମେରିକା ହୋଇଥାନ୍ତା ତେବେ କୋର୍ଟରୁ ଏଥିପାଇଁ ଅନୁମତି ନେବାରେ ହିଁ ୧୦ ବର୍ଷ ସମୟ ଲାଗି ଯାଆନ୍ତା ।“ ଅନ୍ୟ ଏକ ୟୁଜର ଲେଖିଲା କି,”ଏମିତି କୌଣସି କାମ ନାହିଁ ଯାହାକୁ ଚୀନ କରି ପାରିବ ନହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button