ଦେଶ- ବିଦେଶ

ହେମନ୍ତ ସୋରେନଙ୍କୁ ଇଡି ଜେରା – Kalinga News

[ad_1]

ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଆଜି (ଇଡି) ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରିଛି। ଆଜି ସକାଳେ ତଦନ୍ତକାରୀ ସଂସ୍ଥାର ଅଧିକାରୀମାନେ ରାଞ୍ଚିର କାଙ୍କେ ରୋଡ୍ସ୍ଥିତ ସୋରେନଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲେ। ଦିଲ୍ଲୀର ୩ ଜଣ ଅଧିକାରୀ ମଧ୍ୟ ଉକ୍ତ ଟିମ୍ରେ ସାମିଲ ଥିଲେ । ଇଡିର ସୂଚନା ଅନୁଯାୟୀ, ଝାଡ଼ଖଣ୍ଡରେ ମାଫିଆମାନେ ବେଆଇନ ଭାବେ ଜମିର ମାଲିକାନା ବଦଳାଇବାର ଏକ ବଡ଼ ଧରଣର ରାକେଟରେ ଜଡ଼ିତ। ଏହି ମାମଲାରେ ଏଜେନ୍ସି ଏପର୍ଯ୍ୟନ୍ତ ରାଜ୍ୟ ସମାଜ କଲ୍ୟାଣ ବିଭାଗର ନିର୍ଦ୍ଦେଶକ ତଥା ରାଞ୍ଚିର ଡେପୁଟି କମିସନର ଭାବେ କାର୍ଯ୍ୟ କରିଥିବା ୨୦୧୧ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଛବି ରଞ୍ଜନଙ୍କ ସମେତ ୧୪ ଜଣଙ୍କୁ ଗିରଫ କରିଛି। ଏହି ମାମଲାରେ ଆଜି ସୋରେନଙ୍କୁ ୫ ଘଣ୍ଟା ଧରି ଜେରା ହୋଇଥିବା ବେଳେ ତାଙ୍କ ବାସଭବନ ସମ୍ମୁଖରେ ଜଣେ ସମର୍ଥକ ଆତ୍ମଦାହ ଉଦ୍ୟମ କରିଥିଲେ। କିନ୍ତୁ ସୁରକ୍ଷା କର୍ମୀ ତତ୍କାଳ ପରିସ୍ଥିତିକୁ ନିୟନ୍ତ୍ରଣ କରିନେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଗତ କିଛି ଦିନ ତଳେ ଜମି ଦୁର୍ନୀତି ମାମଲାରେ ବୟାନ ରେକର୍ଡ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଶେଷ ସୁଯୋଗ ଦିଆଯାଇଥିଲା। ଅନ୍ୟପକ୍ଷରେ ସୋରେନ୍ ଏଜେନ୍ସିର ସମନକୁ ବେଆଇନ ବୋଲି ଦର୍ଶାଇ ଟାଳିଦେଇଥିଲେ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button