ରାଜ୍ୟ

ବାହାଘର ପୂର୍ବରୁ ବର କରିଲା ଏମିତି ଖରାପ ଡିମାଣ୍ଡ, ତ ଝିଅଟି ଶିଖାଇଲା ଏମିତି ଶିକ୍ଷା କି ସବୁ ଝିଅଙ୍କୁ ହେବ ଗର୍ବ

ବିବାହ ଦୁଇ ହୃଦୟର ମିଳନ ଅଟେ । ଯେତେବେଳେ ଆମେ କାହା ସହିତ ବିବାହ କରିଥାଉ ତେବେ ତାହା ପଛର କାରଣ ଏକ ଭଲ ଜୀବନସାଥୀ ପାଇବା ହୋଇଥାଏ । କିନ୍ତୁ କିଛି ଲୋକମାନେ ବିବାହକୁ ଟଙ୍କା ଆୟ କରିବାର ଏକ ଜରିଆ ବୁଝିଛନ୍ତି । ଭାରତ ଭଳି ଦେଶରେ କିଛି ଲୋକମାନେ ଆଜି ବି ଯୌତୁକ ଭଳି ପୁରୁଣା କୁପ୍ରଥାରେ ଫସିଛନ୍ତି ।

ଏହି ଯୌତୁକ ଚକ୍କରରେ କେତେ ଯୁବତୀମାନଙ୍କର ଜୀବନ ମଧ୍ୟ ନଷ୍ଟ ହୋଇଯାଇଛି । ଯୌତୁକ ସହ ସମ୍ବନ୍ଧିତ ଏହିଭଳି ଏକ ମାମଲା ଉତ୍ତର ପ୍ରଦେଶର ହରଦୋଈରେ ଦେଖିବାକୁ ମିଳିଛି । ଏଠି ଏକ ବର ନିର୍ବନ୍ଧ ହେବା ପରେ ଝିଅ ଘରୁ ସବୁଦିନ ନୂଆ ନୂଆ ଜିନିଷର ଡିମାଣ୍ଡ କରିବାକୁ ଲାଗିଲା । ଏମିତିରେ କନ୍ୟା ସେହି ବରକୁ କିଛି ଏମିତି ଶିକ୍ଷା ଦେଲା କି, ଯାହାକୁ ଶୁଣିଲେ ଆପଣଙ୍କର ଛାତି ଗର୍ବରେ ଫୁଲିଯିବ ।

କହିବାକୁ ଗଲେ ଉତ୍ତର ପ୍ରଦେଶର ହରଦୋଈର ମଧ୍ୟମ ବର୍ଗୀୟ ପରିବାରର ଅଜିଜ ଅହମଦ ନିଜର ଝିଅ ଶାଜିୟାର ବିବାହ ବରେଲୀରେ ରହୁଥିବା ମହବୂବ ସୈଫୀ ସହ ଠିକ କରିଥିଲେ । କଥାବାର୍ତ୍ତା ଠିକ ହେବା ପରେ ଶାଜିୟା ଓ ମହବୂବର ନିର୍ବନ୍ଧ ୨୯ ନଭେମ୍ବରକୁ କରି ଦିଆଗଲା । ଏହା ପରେ ଏମାନଙ୍କର ବିବାହ ୩୧ ମାର୍ଚ୍ଚକୁ ହେବାର ଥିଲା ।

ଯେତେବେଳେ ଦୁଇ ପକ୍ଷଙ୍କର କଥାବାର୍ତ୍ତା ଠିକ ହେଲା ତେବେ ଯୌତୁକକୁ ନେଇ ଗୋଟିଏ ବାଇକ, ନଗଦ କିଛି ରାଶି ଓ କିଛି ଜିନିଷର ଚର୍ଚ୍ଚା ହୋଇଥିଲା । କିନ୍ତୁ ନିର୍ବନ୍ଧ ହେବା ପରେ ଯେମିତି ଯେମିତି ବିବାହର ତାରିଖ ପାଖେଇ ଆସିଲା ସେମିତି ସେମିତି ବରର ଡିମାଣ୍ଡ ବି ବଢିବାକୁ ଲାଗିଲା । ବର୍ତ୍ତମାନ ବର ଅଧିକ ଟଙ୍କା, ଏକ କାର ଓ ଅନ୍ୟ ଜିନିଷର ଡିମାଣ୍ଡ କରିବାକୁ ଲାଗିଲା ।

ଯେତେବେଳେ କନ୍ୟା ଶାଜିୟାକୁ ବରର ଏହି କଥା ବିଷୟରେ ଜଣା ପଡିଲା ତେବେ ସେ ବିବାହର ଠିକ ଗୋଟିଏ ଦିନ ପୂର୍ବରୁ ବିବାହ କରିବା ପାଇଁ ମନା କରିଦେଲା । ବିବାହକୁ କ୍ୟାନ୍ସେଲ କରିବା ପରେ ଶାଜିୟା ପୋଲିସରେ ନିଜର ବର ଓ ତାହାର ପରିବାର ବିରୁଦ୍ଧରେ କେସ କରିଲା । ଶାଜିୟାର ଏହି ବିଷୟରେ କହିବା ଅଟେ କି ‘ସବୁଦିନ ଏହିଭଳି ଧୀରେ ଧୀରେ ମରିବା ଠାରୁ ଭଲ ଏହିଭଳି ଲୋଭୀ ଲୋକ ସହ ବିବାହ କରିବା ଦରକାର ନାହିଁ ।‘

ଶାଜିୟା ଯୌତୁକ ଲୋଭୀ ଲୋକ ସହିତ ବିବାହ ଭାଙ୍ଗି ଅନ୍ୟ ଝିଅମାନଙ୍କୁ ଏକ ଭଲ ଉଦାହରଣ ଦେଇଛନ୍ତି । ଶାଜିୟାର କହିବା ଅଟେ କି କୌଣସି ବି ଝିଅକୁ ଏହିଭଳି ଯୌତୁକ ଲୋଭୀ ଲୋକର ଘରକୁ ବିବାହ କରି ଯିବା ଉଚିତ ନୁହେଁ । ଯେଉଁ ବ୍ୟକ୍ତି ଆରମ୍ଭରୁ ହିଁ ଏହିଭଳି ଡିମାଣ୍ଡ କରୁଛି ତେବେ ନିଶ୍ଚିତ ରୂପରେ ସେ ଆଗକୁ ଯାଇ ଆପଣଙ୍କୁ ଦୁଃଖ ହିଁ ଦେବ । ନିଜ ଝିଅ ଶାଜିୟାର ଏହି ନିଷ୍ପତି ଦ୍ଵାରା ତାର ମାତା ପିତା ବହୁତ ଖୁସି ଅଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button